ଭାରତ-ଅଷ୍ଟ୍ରେଲିଆ ଦ୍ବିତୀୟ ଟେଷ୍ଟ; ଟସ୍ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି ନେଲେ ରୋହିତ୍
ଭାରତ-ଅଷ୍ଟ୍ରେଲିଆ ଦ୍ବିତୀୟ ଟେଷ୍ଟ; ବ୍ୟାଟିଂ କରିବ ଭାରତ। ଟସ୍ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି ନେଲେ ରୋହିତ୍ । ଆଡିଲେଡ୍ରେ ମୁହାଁମୁହିଁ ହେବେ ୨ ଟିମ୍ । ୫ ମ୍ୟାଚ୍ ବିଶିଷ୍ଟ ସିରିଜ୍ରେ ଭାରତ ୧-୦ରେ ଆଗୁଆ ।

ଟିମ୍ ଇଣ୍ଡିଆରେ ତିନୋଟି ପରିବର୍ତ୍ତନ ହୋଇଛି । ରଜତ ପାଟିଦାରଙ୍କ ସ୍ଥାନରେ ଅଧିନାୟକ ରୋହିତ୍ ଶର୍ମା, ଓ୍ବାଶିଂଟନ ସୁନ୍ଦରଙ୍କ ସ୍ଥାନରେ ରବିଚନ୍ଦ୍ରନ ଅଶ୍ବିନୀ ଏବଂ ଧ୍ରୁବ ଜୁରେଲଙ୍କ ସ୍ଥାନରେ ଶୁଭମନ ଗିଲ ଚୂଡ଼ାନ୍ତ ଏକାଦଶରେ ସାମିଲ୍ ହୋଇଛନ୍ତି । ସେପଟେ ଘରୋଇ ଅଷ୍ଟ୍ରେଲିଆ ମଧ୍ୟ ପର୍ଥ ପରାଜୟର ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିଛି । ସିରିଜ୍ରେ କଙ୍ଗାରୁ ଦଳ ୦-୧ରେ ପଛରେ ରହିଛି । ତେଣୁ ଅଡିଲେଟ୍ ଟେଷ୍ଟ ଜିତି ସିରିଜ୍ ବରାବର କରିବାକୁ ପ୍ରୟାସ କରିବ ଟିମ୍ । ଅଷ୍ଟ୍ରେଲିଆ ଚୂଡାନ୍ତ ଏକାଦଶରେ ମଧ୍ୟ ଗୋଟିଏ ପରିବର୍ତ୍ତନ କରାଯାଇଛି । ଦ୍ରୁତ ବୋଲର ଜୋଶ୍ ହେଜେଲଉଡ୍ଙ୍କ ସ୍ଥାନରେ ସ୍କର୍ଟ ବୋଲାଣ୍ଡଙ୍କୁ ସୁଯୋଗ ମିଳିଛି ।
ଟିମ୍ ଇଣ୍ଡିଆ ଚୂଡ଼ାନ୍ତ ଏକାଦଶ:
ଯଶସ୍ୱୀ ଜୈସ୍ୱାଲ୍, କେଏଲ ରାହୁଲ, ଶୁଭମନ ଗିଲ୍, ବିରାଟ କୋହଲି, ରୋହିତ ଶର୍ମା (ଅଧିନାୟକ), ରିଷଭ ପନ୍ତ, ନୀତିଶ କୁମାର ରେଡ୍ଡୀ, ହର୍ଷିତ ରାଣା, ରବିଚନ୍ଦ୍ରନ ଅଶ୍ବିନ, ଯଶପ୍ରୀତ ବୁମରା, ମହମ୍ମଦ ସିରାଜ
ଅଷ୍ଟ୍ରେଲିଆ ଚୂଡ଼ାନ୍ତ ଏକାଦଶ: ଉସମାନ ଖୱାଜା, ନାଥାନ ମ୍ୟାକସ୍ୱିନି, ମାର୍ନସ ଲାବୁସାନ, ଷ୍ଟିଭେନ ସ୍ମିଥ୍, ଟ୍ରେଭିସ୍ ହେଡ୍, ମିଚେଲ ମାର୍ଶ, ଆଲେକ୍ସ କ୍ୟାରୀ, ପ୍ୟାଟ୍ କମିନ୍ସ (ଅଧିନାୟକ), ମିଚେଲ ଷ୍ଟାର୍କ, ନାଥାନ ଲାୟନ, ସ୍କଟ୍ ବୋଲାଣ୍ଡ ।












Click it and Unblock the Notifications