୨ୟ ଟେଷ୍ଟ, ପ୍ରଥମ ଦିନ: ଅଷ୍ଟ୍ରେଲିଆ ୨୬୩ ରନରେ ଅଲଆଉଟ୍, ଭାରତର ବ୍ୟାଟିଂ ଆରମ୍ଭ
ମ୍ୟାଚର ପ୍ରଥମ ଦିନରେ ଅତିଥି ଅଷ୍ଟ୍ରେଲିଆ ତାର ପ୍ରଥମ ପାଳିରେ ୨୬୩ ରନରେ ଅଲଆଉଟ ହୋଇ ଯାଇଛି । ମ୍ୟାଚରେ ଭାରତୀୟ ବୋଲରମାନଙ୍କ ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଛି ।

ଦିଲ୍ଲୀ: ବର୍ଡର ଗାଭାସ୍କର ଟେଷ୍ଟ ସିରିଜର ଦ୍ବିତୀୟ ମ୍ୟାଚ ଆଜିଠୁ ଆରମ୍ଭ ହୋଇଛି । ମ୍ୟାଚର ପ୍ରଥମ ଦିନରେ ଅତିଥି ଅଷ୍ଟ୍ରେଲିଆ ତାର ପ୍ରଥମ ପାଳିରେ ୨୬୩ ରନରେ ଅଲଆଉଟ ହୋଇ ଯାଇଛି । ମ୍ୟାଚରେ ଭାରତୀୟ ବୋଲରମାନଙ୍କ ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଛି ।
ଭାରତ ପକ୍ଷରୁ ମହମ୍ମଦ ସାମି ୪, ଅଶ୍ୱିନୀ ୩ ଓ ଜାଡେଜା ୩ଟି ଲେଖାଏଁ ୱିକେଟ ନେଇଛନ୍ତି । ତେବେ ପ୍ରଥମ ଦିନରେ ହିଁ ଭାରତ ତାର ପ୍ରଥମ ଇଂନିସ ଖେଳ ଆରମ୍ଭ କରି ଦେଇଛି । ଆଜି ଦିନର ଷ୍ଟମ ଅପସାରଣ ବେଳକୁ ଭାରତ ୨୧ ରନ କରିଥିବା ବେଳ କୌଣସି ୱିକେଟ୍ ବ୍ୟୟ କରି ନାହିଁ । ରୋହିତ ଶର୍ମା ୧୩ ଓ କେଏଲ ରାହୁଲ ୪ ରନ କରି ଅପରାଜିତ ରହିଛନ୍ତି ।

ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଦଳର ଦୁଇ ଓପନର ଡେଭିଡ୍ ୱାର୍ନର ଓ ଉସମାନ ଖ୍ବାଜା ଭଲ ଆରମ୍ଭ କରିଥିଲେ । ତେବେ ୱାର୍ନର ମାତ୍ର ୧୫ ରନରେ ଆଉଟ ହୋଇଥିବା ବେଳେ ଖ୍ବାଜା ୮୧ ରନ କରିଥିଲେ । ତେବେ ଦଳ ମଧ୍ୟକ୍ରମ ପୁଣି ବିଫଳ ହୋଇଥିଲା । ମଧ୍ୟକ୍ରମର ୩ ବ୍ୟାଟ୍ସମ୍ୟାନ ଶସ୍ତାରେ ପାଭିଲିୟନ ଫେରିଥିଲେ । ତେବେ ପିଟର ହାଣ୍ଡସକମ୍ବ ଓ ପାଟ କମିନ୍ସ ଲଢୁଆ ବ୍ୟାଟିଂ କରି ସ୍କୋରକୁ ଆଗେଇ ନେଇଥିଲେ । ହାଣ୍ଡସକମ୍ବ ୭୨ ଓ କମିନ୍ସ ୩୩ ରନ କରିଥିଲେ । ଫଳରେ ଦଳ ୨୬୩ ପର୍ଯ୍ୟନ୍ତ ପହଞ୍ଚି ପାରିଥିଲା ।
ସୂଚନାଥାଉ କି, ପ୍ରଥମ ଟେଷ୍ଟରେ ଅଷ୍ଟ୍ରେଲିଆ ଭାରତ ଠାରୁ ଗୋଟିଏ ଇନିଂସ ଓ ୧୩୨ ରନରେ ପରାସ୍ତ ହୋଇଥିଲା ।
-
କ୍ରସ୍ ଭୋଟିଂକୁ ନେଇ ନବୀନଙ୍କ ପ୍ରତିକ୍ରିୟା, କହିଲେ ବିଜେପି... -
ବିଧାୟିକା ଉପାସନାଙ୍କ ଭୋଟ୍କୁ ନେଇ ନବୀନଙ୍କ ଅଭିଯୋଗ -
ଅଣ୍ଡା ପ୍ରେମୀଙ୍କ ପାଇଁ ଖୁସି ଖବର ; କମିଲା ରେଟ, ଜାଣନ୍ତୁ କେତେ? -
୨ ମାସ ତଳୁ ଯୋଜନା ପ୍ରସ୍ତୁତ ହୋଇଥିଲା, ଜିତିବା ପାଇଁ ଲଢୁଥିଲୁ;ବିଜୟ ମହାପାତ୍ର -
ଉଚ୍ଚସ୍ତରୀୟ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ -
ଘଡ଼ଘଡ଼ି ବିଜୁଳି ସହିତ ପ୍ରବଳ ଝଡ଼ବର୍ଷା ନେଇ ଅରେଞ୍ଜ ଓ୍ବାର୍ନିଂ -
ସାବଧାନ ! ଖାଉଛନ୍ତି କଞ୍ଚା ଆମ୍ବ ତେବେ ନିହାତି ଜାଣନ୍ତୁ ଏହି କଥା, ନଚେତ୍... -
ଯୁଦ୍ଧ ଭିତରେ ଖସିଲା ସୁନା ରୂପା ଦାମ, ଜାଣନ୍ତୁ କେତେ ? -
୨୧ ଯାଏଁ କୁଆପଥର ବର୍ଷା ସମ୍ଭାବନା, ଆଜି ପାଇଁ ଆଲର୍ଟ ଜାରି -
SCB ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨୫ ଲକ୍ଷ କ୍ଷତିପୂରଣ ଘୋଷଣା କଲେ ମୁଖ୍ୟମନ୍ତ୍ରୀ -
ଦିଲ୍ଲୀ ହାଇକୋର୍ଟରେ ୧୦କୋଟି ଟଙ୍କାର କେସ୍ ଦାଏର କଲେ କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କ ଝିଅ, ଜାଣନ୍ତୁ ପୁରା ଘଟଣା -
ନିର୍ବାଚନ ପୂର୍ବରୁ ମମତାଙ୍କୁ ଝଟକା, ଆକ୍ସନ ମୁଡକୁ ଆସିଲେ ନିର୍ବାଚନ କମିଶନ











Click it and Unblock the Notifications