ବର୍ଷା ଯୋଗୁଁ ବାଧାପ୍ରାପ୍ତ ହେଲା 2ୟ ଟି-20, ଟସରେ ବିଳମ୍ବ
ଭାରତ ବନାମ ଅଷ୍ଟ୍ରେଲିଆ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ମୁକାବିଲା ଆଜି ଏଠାରେ ଖେଳାଯିବ । ନିର୍ଦ୍ଧାରିତ ସମୟ ସଂଧ୍ୟା 6.30 ରେ ଟସ୍ ପଡିବାର ଥିଲା । ମାତ୍ର ବର୍ଷା ଯୋଗୁଁ ଟସ୍ ପଡିବାରେ ବିଳମ୍ବ ହୋଇଛି ।
ନାଗପୁର: ଭାରତ ବନାମ ଅଷ୍ଟ୍ରେଲିଆ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ମୁକାବିଲା ଆଜି ଏଠାରେ ଖେଳାଯିବ । ନିର୍ଦ୍ଧାରିତ ସମୟ ସଂଧ୍ୟା 6.30 ରେ ଟସ୍ ପଡିବାର ଥିଲା । ମାତ୍ର ବର୍ଷା ଯୋଗୁଁ ଟସ୍ ପଡିବାରେ ବିଳମ୍ବ ହୋଇଛି । ପଡିଆର କିଛି ଅଂଶରେ ଏବେ ମଧ୍ୟ ଓଦା ଥିବାରୁ ମ୍ୟାଚ ଗୋଟିଏ ଘଣ୍ଟା ବିଳମ୍ବରେ ଆରମ୍ଭ ହୋଇପାରେ ।

ଏହା ପୂର୍ବରୁ ମୋହାଲିରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍କୁ ସହଜରେ ଜିତି ଅଷ୍ଟ୍ରେଲିଆ ୧-୦ରେ ଆଗୁଆ ରହିଛି । ଖରାପ ବୋଲିଂ ପାଇଁ ଶେଷ ମ୍ୟାଚରେ ଦଳକୁ ପରାଜୟର ସାମ୍ନା କରିବାକୁ ପଡିଥିଲା । ତେବେ ଆଜି ମ୍ୟାଚ ପାଇଁ ମୈଦାନକୁ ଓହ୍ଲାଇବେ ଦଳର ଟ୍ରମ୍ପ କାର୍ଡ ଯସପ୍ରୀତ ବୁମରା ।
ଅଷ୍ଟ୍ରେଲିଆ ପ୍ରଥମ ମ୍ୟାଚରେ ଯେପରି ପେସାଦାର ଖେଳ ପ୍ରଦର୍ଶନ କରିଛି, ସେଥିରେ ଯଦି ଭାରତ ନିଜ ଖେଳରେ, ବିଶେଷ କରି ବୋଲିଂରେ ଉନ୍ନତି ନ ଆଣେ ତେବେ ଏଠାରେ ଅଷ୍ଟ୍ରେଲିଆ ସିରିଜ୍ ଜିତିବାକୁ ସମର୍ଥ ହେବ। ବ୍ୟାଟିଂକୁ ସହାୟତା ଦେଉଥିବା ପିଚ୍ ରେ ଭାରତୀୟ ବୋଲରଙ୍କ ପ୍ରଦର୍ଶନ ଆଦୌ ଉନ୍ନତ ହେଉ ନାହିଁ। ନାଗପୁର ପିଚ୍ ବ୍ୟାଟିଂ ଲାଗି ଖ୍ୟାତି ରହିଛି। ଭାରତ ଯଦି ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରେ ତେବେ ସିରିଜ୍ ହାରିବା ନିଶ୍ଚିତ ହୋଇଯିବ।












Click it and Unblock the Notifications