ଭାରତ ପାଇଁ କର ବା ମର ଲଢେଇ: ମୈଦାନକୁ ଓହ୍ଲାଇବେ ଦଳର ଟ୍ରମ୍ପ କାର୍ଡ

ଭାରତ ବନାମ ଅଷ୍ଟ୍ରେଲିଆ ମଧ୍ୟରେ ୩ ମ୍ୟାଚ୍‍ ବିଶିଷ୍ଟ ଟି-୨୦ ସିରିଜ୍‍ର ଦ୍ୱିତୀୟ ମୁକାବିଲା ଆଜି ଏଠାରେ ଖେଳାଯିବ। ଏହା ପୂର୍ବରୁ ମୋହାଲିରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍‍କୁ ସହଜରେ ଜିତି ଅଷ୍ଟ୍ରେଲିଆ ୧-୦ରେ ଆଗୁଆ ରହିଛି ।

ନାଗପୁର: ଭାରତ ବନାମ ଅଷ୍ଟ୍ରେଲିଆ ମଧ୍ୟରେ ୩ ମ୍ୟାଚ୍‍ ବିଶିଷ୍ଟ ଟି-୨୦ ସିରିଜ୍‍ର ଦ୍ୱିତୀୟ ମୁକାବିଲା ଆଜି ଏଠାରେ ଖେଳାଯିବ। ଏହା ପୂର୍ବରୁ ମୋହାଲିରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍‍କୁ ସହଜରେ ଜିତି ଅଷ୍ଟ୍ରେଲିଆ ୧-୦ରେ ଆଗୁଆ ରହିଛି । ଖରାପ ବୋଲିଂ ପାଇଁ ଶେଷ ମ୍ୟାଚରେ ଦଳକୁ ପରାଜୟର ସାମ୍ନା କରିବାକୁ ପଡିଥିଲା । ତେବେ ଆଜି ମ୍ୟାଚ ପାଇଁ ମୈଦାନକୁ ଓହ୍ଲାଇବେ ଦଳର ଟ୍ରମ୍ପ କାର୍ଡ ଯସପ୍ରୀତ ବୁମରା । ଏନେଇ ସାଥୀ ଖେଳାଳୀ ସୂର୍ଯ୍ୟକୁମାର ଯାଦବ କହିଛନ୍ତି ।

IND vs AUS

ଅଷ୍ଟ୍ରେଲିଆ ପ୍ରଥମ ମ୍ୟାଚ୍ରେ ଯେପରି ପେସାଦାର ଖେଳ ପ୍ରଦର୍ଶନ କରିଛି, ସେଥିରେ ଯଦି ଭାରତ ନିଜ ଖେଳରେ, ବିଶେଷ କରି ବୋଲିଂରେ ଉନ୍ନତି ନ ଆଣେ ତେବେ ଏଠାରେ ଅଷ୍ଟ୍ରେଲିଆ ସିରିଜ୍‍ ଜିତିବାକୁ ସମର୍ଥ ହେବ। ବ୍ୟାଟିଂକୁ ସହାୟତା ଦେଉଥିବା ପିଚ୍‍ ରେ ଭାରତୀୟ ବୋଲରଙ୍କ ପ୍ରଦର୍ଶନ ଆଦୌ ଉନ୍ନତ ହେଉ ନାହିଁ। ନାଗପୁର ପିଚ୍‍ ବ୍ୟାଟିଂ ଲାଗି ଖ୍ୟାତି ରହିଛି। ଭାରତ ଯଦି ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରେ ତେବେ ସିରିଜ୍‍ ହାରିବା ନିଶ୍ଚିତ ହୋଇଯିବ। ଏହାଛଡ଼ା ଭ୍ରମଣକାରୀ ଅଷ୍ଟ୍ରେଲିଆର ରେକର୍ଡ ଏଠାରେ ବେଶ ଉତ୍ସାହଜନକ ରହିଛି। ଏହି ଦଳ ମଧ୍ୟ ଗତ ଦୁଇଟି ଟୁର୍‍ ରେ ଭାରତ ନିକଟରୁ ଟି-୨୦ ସିରିଜ୍‍ ହାରିନାହିଁ । ଗୋଟିଏ ପଟେ ରେକର୍ଡ ଓ ଅନ୍ୟପଟେ ଦୃଢ଼ ଆତ୍ମବିଶ୍ୱାସ ଅଷ୍ଟ୍ରେଲିଆକୁ ଭଲ ପ୍ରଦର୍ଶନ ଦେବା ଲାଗି ବେଶ ସହାୟକ ହୋଇଛି।

ସେପଟେ ଟିମର ବୋଲିଂ ୟୁନିଟ୍‌ ଏସିଆ କପ୍‌ରୁ ଦୁର୍ବଳ ଦେଖାଯାଉଥିବା ବେଳେ ଏବେ ବୁମରାଙ୍କ ଟିମରେ ଖେଳିବା ଟିମର ବୋଲିଂ ୟୁନିଟ୍‌କୁ ମଜବୁତ କରିବ । ପ୍ରଥମ ଟି ଟ୍ୱେଣ୍ଟି ମ୍ୟାଚ୍‌ରେ ଇଣ୍ତିଆ ପ୍ରଥମେ ବ୍ୟାଟିଂ କରି ୨୦୯ ରନ୍‌ର ଟାର୍ଗେଟ୍‌ ଦେଇଥିଲା । ଅଷ୍ଟ୍ରେଲିଆ ୬ ୱିକେଟ୍‌ ହରାଇ ଏହି ଲକ୍ଷ୍ୟ ହାସଲ କରିନେଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+