ଛାଡିଲା ବର୍ଷା, ଆରମ୍ଭ ହେଲା ମ୍ୟାଚ: ପ୍ରଥମେ ବୋଲିଂ କରିବ ଭାରତ
ମ୍ୟାଚରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ଭାରତୀୟ ଅଧିନାୟକ ରୋହିତ ଶର୍ମା । ପ୍ରଥମେ ବ୍ୟାଟିଂ କରିବ ଅଷ୍ଟ୍ରେଲିଆ ।
ନାଗପୁର: ପାଖାପାଖି ଅଢେଇ ଘଣ୍ଟାର ବିଳମ୍ବ ପରେ ଶେଷରେ ଆରମ୍ଭ ହେଲା ଭାରତ ବନାମ ଅଷ୍ଟ୍ରେଲିଆ ଦ୍ବତୀୟ ଟି-20 ମୁକାବିଲା । ବର୍ଷା ଯୋଗୁଁ ଟସ୍ ପଡିବାରେ ବିଳମ୍ବ ହୋଥିବା ବେଳେ ପଡିଆର କିଛି ଅଂଶ ଓଦା ଥିବାରୁ ଡେରିରେ ମ୍ୟାଚ ଆରମ୍ଭ ହୋଇଛି । ତେବେ ମ୍ୟାଚରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ଭାରତୀୟ ଅଧିନାୟକ ରୋହିତ ଶର୍ମା । ପ୍ରଥମେ ବ୍ୟାଟିଂ କରିବ ଅଷ୍ଟ୍ରେଲିଆ ।

ତେବେ ଆଜିର ମ୍ୟାଚ 8 ଓଭର ବିଶିଷ୍ଟ ହେବ । ଭାରତୀୟ ଏକାଦଶରେ ସ୍ଥାନ ପାଇଛନ୍ତି ପେସ୍ ଷ୍ଟାର ଜସପ୍ରୀତ ବୁମରା ଓ କିପର-ବ୍ୟାଟର୍ ଋଷବ ପନ୍ତ ।
- ଅଷ୍ଟ୍ରେଲିଆ ଏକାଦଶ: ଆରନ ଫିଞ୍ଚ, କ୍ୟାମେରନ୍ ଗ୍ରୀନ୍, ଷ୍ଟିଭେନ୍ ସ୍ମିଥ୍, ଗ୍ଲେନ୍ ମ୍ୟାକ୍ସୱେଲ, ସଚନ୍ ଆବଟ୍ଟ, ଟିମ୍ ଡେଭିଡ, ମାଥ୍ୟୁ ୱେଡ (ଡବ୍ଲୁ), ପ୍ୟାଟ କମିନ୍ସ, ଡାନିଏଲ ସାମସ, ଆଡାମ ଜାମ୍ପା, ଜୋଶ ହାଜଲେଉଡ ।
- ଭାରତୀୟ ଏକାଦଶ: କେଏଲ ରାହୁଲ, ରୋହିତ ଶର୍ମା, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ଦିନେଶ କାର୍ତ୍ତିକ, ଅକ୍ସର ପଟେଲ, ହର୍ଷଲ ପଟେଲ, ଜସପ୍ରୀତ ବୁମରା, ୟୁଜଭେନ୍ଦ୍ର ଚହଲ ।












Click it and Unblock the Notifications