Get Updates
Get notified of breaking news, exclusive insights, and must-see stories!

Ind vs Aus, 2nd T20I: ହାର୍ଦ୍ଦିକଙ୍କ ହିଟ୍ ସୋ', 2-0ରେ ଟି-20 ସିରିଜ ସିଲ କଲା ଭାରତ

3 ମ୍ୟାଚ ବିଶିଷ୍ଟ ଟି-20 ସିରିଜର ପ୍ରଥମ ଦୁଇ ମ୍ୟାଚ ଜିତି 2-0ରେ ଆଗୁଆ ସିରିଜ ସିଲ କଲା ଟିମ ଇଣ୍ଡିଆ ।

ସିଡନୀ: ସୁପର ସନ ଡେ'ରେ ସୁପର ସୋ' । ଦିନିକିଆ ସିରିଜର ବଦଲା ନେଲା ଭ୍ରମଣକାରୀ ଭାରତ । ଭାରତ ବନାମ ଅଷ୍ଟ୍ରେଲିଆ 3 ମ୍ୟାଚ ବିଶିଷ୍ଟ ଟି-20 ସିରିଜର ପ୍ରଥମ ଦୁଇ ମ୍ୟାଚ ଜିତି 2-0ରେ ଆଗୁଆ ସିରିଜ ସିଲ କଲା ଟିମ ଇଣ୍ଡିଆ । ତେବେ ଭାରତର ଏହି ଦମଦାର ବିଜୟରେ ସାମିଲ ରହିଥିଲା ଶିଖର ଧାୱନଙ୍କ ଅର୍ଦ୍ଧଶତକୀୟ ପାଳି, ବିରାଟଙ୍କ 40ରନ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିସ୍ଫୋରକ 42ରନ ଅପରାଜତି ଇଂନିସ ।

ଭାରତୀୟ ପାଳି: ପୁଣି ଏକ ସଫଳ ପଶ୍ଚାତଧାବନ

ଏକ ଭୟଙ୍କର ଫିନିସିଂ ପ୍ରଦର୍ଶନ ସହ ଅପରାଜିତ ରହି ଭାରତକୁ ସିରିଜର 2ୟ ବିଜୟ ଦେଇଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା । ସେ ମାତ୍ର 22 ଟି ବଲରେ 42 ରନ୍ କରି 2 ଟି ଛକା ଓ 3 ଟି ଚୌକା ମାରି ଭାରତକୁ ନିର୍ଦ୍ଧାରିତ 195ରନ ବିଜୟ ଲକ୍ଷ୍ୟକୁ ପଶ୍ଚାତଧାବନ କରିବାରେ ସଫଳ କରାଇଥିଲେ । ଯେତେବେଳେ ଭାରତକୁ 14 ରନ୍ ଆବଶ୍ୟକ ଥିଲା ସେତେବେଳେ ପାଣ୍ଡ୍ୟା ଫାଇନାଲ ଓଭରରେ ସେହି ଦୁଇଟି ବିସ୍ଫୋରକ ଛକା ମାରିଥିଲେ। ତାଙ୍କୁ କମ୍ପାନୀ ପ୍ରଦାନ କରୁଥିବା ଶ୍ରେୟସ୍ ଆୟର୍ ମାତ୍ର 5 ଟି ବଲରୁ 12 ରନ୍ ସଂଗ୍ରହ କରିଥିଲେ।

ସୁପର ସନଡେ

ଟି-୨୦ କ୍ରିକେଟରେ ଏହା ହେଉଛି ଭାରତର ଲଗାତାର 9ମ ବିଜୟ । କେଏଲ ରାହୁଲ ଏବଂ ଶିଖର ଧାୱନଙ୍କ ଓପନିଂ ଯୋଡି ମାଧ୍ୟମରେ ଭାରତ ମାତ୍ର 5.2 ଓଭରରେ 56 ଯୋଡିଥିଲା। ଦୁଇ ଓପନର୍ ମନ୍ଥର ଗତିରେ ଇଂନିସକୁ ଆଗକୁ ବଢାଉଥିବା ବେଳେ ଆଣ୍ଡ୍ର୍ୟୁ ଟାଇ 3ୟ ଓଭରରେ ନୋ-ବଲ୍ ଦେଇ ଭାରତୀ ଓପନରଙ୍କୁ ବିସ୍ଫୋରକ ପ୍ରହାର ଦେବାର ବାଟ ଫିଟାଇ ଦେଇଥିଲେ । ତେବେ ରାହୁଲ 30 ରନ୍ କରି ପାଭିଲିଅନ ଫେରିଥିଲେ। ମାତ୍ର ଗବ୍ବର ଶିଖର ଅଷ୍ଟ୍ରେଲୀୟ ବୋଲରମାନଙ୍କୁ ପ୍ରହାର ଜାରି ରଖିଥିଲେ।

ଧାୱନ 36 ବଲରୁ 52 ରନ୍ କରି ଆଉଟ ହୋଇଥିଲେ । ପରେ ବିରାଟ କୋହଲି ମଧ୍ୟମ ଓଭରରେ ବହୁ ଆବଶ୍ୟକୀୟ ପାଳି ଖେଳି ମାତ୍ର 24 ବଲରୁ 40 ରନ୍ ସଂଗ୍ରହ କରିଥିଲେ । ମାତ୍ର ଆଜି ମଧ୍ୟ ଭଲ ଆରମ୍ଭ କରିବାରେ ସଞ୍ଜୁ ସାମସନ ପୁଣି ଥରେ ବିଫଳ ହୋଇଥିଲେ । ଯେତେବେଳେ କୋହଲି 17 ତମ ଓଭରରେ ଆଉଟ ହୋଇ ପାଭିଲିଅନ ଫେରିଥିଲେ। ଭାରତୀୟ ସ୍କୋର ବୋର୍ଡ ସେତେବେଳେ ଟିକେ ଧିମା ପଡିଯାଇଥିଲା । ମାତ୍ର ପାଣ୍ଡ୍ୟା ଏବଂ ଆୟର ନିଶ୍ଚିତ କରିଥିଲେ ଯେ ଭାରତ ଏହି ବିଜୟ ଲକ୍ଷ୍ୟକୁ ପିଛା କରି ନିଶ୍ଚିଚ ସଫଳ ହେବ ।

ଟସ ଜିତି ଅଷ୍ଟ୍ରେଲିଆକୁ ବ୍ୟାଟିଂ ଆମନ୍ତ୍ରଣ ଦେଇଥିଲେ କୋହିଲ

ନିୟମିତ ଅଧିନାୟକ ଆରନ ଫିଞ୍ଚଙ୍କ ଅନୁପସ୍ଥିତିରେ ଘରୋଇ ଦଳ ଆଜି ପଡିଆକୁ ଓହ୍ଲାଇଥିଲା । ଆଉ ଯାହାର ଫାଇଦା ଉଠାଇ କୋହଲି ଟସ ଜିତି କଙ୍ଗାରୁ ଦଳକୁ ପ୍ରଥମେ ବ୍ୟାଟିଂର ଆମନ୍ତ୍ରଣ ଦେଇଥିଲେ । ଆଉ କହିଥିଲେ ଘରୋଇ ଦଳକୁ ଆମେ ଶୀଘ୍ର ରୋକି ବିଜୟ ପାଇବା ପାଇଁ ଏକା ଏକମାତ୍ର ସୁଯୋଗ । ତେବେ ଘରୋଇ ଦଳର କାମଚଳା ଅଧିନାୟକ ମାଥ୍ୟୁ ୱେଡ 32 ବଲ 58 ରନ କରି କୋହିଲଙ୍କ ନିଷ୍ପତିକୁ ଭୁଲ ପ୍ରମାଣିତ କରିବା ପାଇଁ ଲାଗି ପଡିଥିଲେ। ମାତ୍ର ଭ୍ରମଣକାରୀ ଦଳର ଅଧିନାୟକ ଓ ଉପ-ଅଧିନାୟକ ଏହାକୁ ସଫଳ ହେବାକୁ ଦେଇନଥିଲେ । ୱେଡଙ୍କୁ ରନ ଆଉଟ କରି ପାଭିଲିଅନ ପଠାଇଥିଲେ କୋହିଲ-ରାହୁଲ । ସେପଟେ ଦଳର ଅନ୍ୟତମ ବିସ୍ଫୋରକ ଓପନଙ୍କ ମଧ୍ୟ ସଅଳ ବିଦା କରିଥିଲେ ଭାରତୀୟ ଯୁବ ପେସ ଆଟାକ ଟି. ନଟରାଜନ ।

ପରେ ଷ୍ଟିଭ ସ୍ମିଥ୍(46) ଓ ଗ୍ଲେନ୍ ମ୍ୟାକ୍ସୱେଲ(22)ଙ୍କ ଭାଗିଦାରୀ ବଳରେ ଘରୋଇ ଦଳର ସ୍କୋର କାର୍ଡରେ ଉନ୍ନତି ଦେଖିବାକୁ ମିଳିଥିଲା । ପରେ ଏଥିରେ ମହତ୍ବପୂର୍ଣ୍ଣ 26ରନ ଯୋଡିଥିଲେ ମୋଇସ୍ ହେନ୍ରିକ୍ସ ।

ତେବେ ଭାରତ ପକ୍ଷରୁ ଟି. ନଟାରାଜନ ସର୍ବାଧିକ 2ଟି, ଚହଲ ଏବଂ ଶାର୍ଦ୍ଦୁଲ ଠାକୁର ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ । 22 ବଲରୁ 42 ରନ ପାଳି ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମ୍ୟାନ ଅଫ ଦ ମ୍ୟାଚ ଭାବେ ବିବେଚିତ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+