ଦିନିକିଆ ଫର୍ମାଟରେ ଭାରତର ସର୍ବବୃହତ ପରାଜୟ, ଅଷ୍ଟ୍ରେଲିଆଠୁ ୧୦ ୱିକେଟରେ ହେଲା ପରାସ୍ତ
ଭାରତ ବନାମ ଅଷ୍ଟ୍ରେଲିଆ ଦିନିକିଆ ସିରିଜର ଆଜି ଦ୍ବିତୀୟ ମ୍ୟାଚରେ ଭାରତ ଦିନିକିଆ ଫର୍ମାଟର ସର୍ବବୃହତ ପରାଜୟର ସମ୍ମୁଖିନ ହୋଇଛି । ଏହି ବିଜୟ ସହ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ୧-୧ ବରାବର ହୋଇଛି ।

ବିଶାଖାପାଟଣା: ଭାରତ ବନାମ ଅଷ୍ଟ୍ରେଲିଆ ଦିନିକିଆ ସିରିଜର ଆଜି ଦ୍ବିତୀୟ ମ୍ୟାଚରେ ଭାରତ ଦିନିକିଆ ଫର୍ମାଟର ସର୍ବବୃହତ ପରାଜୟର ସମ୍ମୁଖିନ ହୋଇଛି । ଏହି ବିଜୟ ସହ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ୧-୧ ବରାବର ହୋଇଛି । ଆସନ୍ତା ୨୨ ତାରିଖରେ ନିର୍ଣ୍ଣାୟକ ମୁକାବିଲା ଚେନ୍ନାଇର ଏମ୍ଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯିବ ।
ଟସ ଜିତି ଅଷ୍ଟ୍ରେଲିଆର ବୋଲିଂ ନିଷ୍ପତ୍ତି ନେଇଥିଲା । ଭାରତ ପ୍ରଥମେ ବ୍ୟାଟିଂ କରି ୨୬ ଓଭରରେ ସମସ୍ତ ୱିକେଟ ହରାଇ ୧୧୭ ରନ କରିବାକୁ ସକ୍ଷମ ହୋଇଥିଲା। ଏହାର ଜବାବରେ ଅଷ୍ଟ୍ରେଲିଆର ଗୋଟିଏ ବି ୱିକେଟ ନ ହରାଇ ସହଜରେ ଆଜିର ମ୍ୟାଚକୁ ଜିତି ନେଇଛି। ଅଷ୍ଟ୍ରେଲିଆ ୧୧ ଓଭରରେ ୧୨୧ ରନ କରି ଏହି ମ୍ୟାଚକୁ ଜିତି ନେଇଛି । ଦଳ ପାଇଁ ମିଚେଲ୍ ମାର୍ସ ଓ ଟ୍ରାଭିସ୍ ହେଡ୍ ଅପରାଜିତ ରହି ଦଳକୁ ବିଜୟ ଦେଇଥିଲେ । ଟ୍ରାଭିସ ହେଡ ୩୦ଟି ବଲ୍ ଖେଳି ୧୦ଟି ଚୌକା ସହାୟତାରେ ୫୧ ରନ୍ ଓ ମିଚେଲ ମାର୍ସ ୩୬ଟି ବଲ୍ ଖେଳି ୬ଟି ଚୌକା ଏବଂ ସମାନ ପରିମାଣର ଛକା ମାରି ୬୬ ରନ୍ ସଂଗ୍ରହ କରିଥିଲେ ।

ସେହିପରି ଅଷ୍ଟ୍ରେଲିଆ ପକ୍ଷରୁ ଷ୍ଟାର୍କ ୫ଟି ୱିକେଟ ନେଇଥିବା ବେଳେ ସେନ ଆବୋଟ ୩ଟି ଓ ଏଲିସ ୨ଟି ସଫଳତା ପାଇଛନ୍ତି । ଭାରତ ପକ୍ଷରୁ ବିରାଟ କୋହଲି ସର୍ବାଧିକ ୩୧ ରନ ଓ ଅକ୍ଷର ପଟେଲ ଅପରାଜି ୨୯ ରନ କରିବାକୁ ସକ୍ଷମ ହୋଇଛନ୍ତି । ସେହିପରି ରବୀନ୍ଦ୍ର ଜାଡେଜା ୧୬ ଓ ରୋହିତ ଶର୍ମା କେବଳ ୧୩ ରନ କରିଛନ୍ତି । ଏହି ୪ ଜଣ ବ୍ୟାଟରଙ୍କୁ ଛାଡ଼ି ଦେଲେ ଭାରତର ଆଉ କୌଣସି ଖେଳାଳି ଦୁଇ ଅଙ୍କ ଛୁଇଁବାକୁ ସକ୍ଷମ ହୋଇ ନାହାନ୍ତି । ଅଷ୍ଟ୍ରେଲିଆକୁ ମ୍ୟାଚ୍ ଜିତି ସିରିଜ୍ ବରାବର କରିବା ପାଇଁ ରହିଛି ୧୧୮ ରନର ସହଜ ବିଜୟ ଲକ୍ଷ୍ୟ।












Click it and Unblock the Notifications