ଦ୍ବିତୀୟ ଦିନିକିଆ: ଭାରତର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ, ଖାତା ଖୋଲି ପାରିଲେନି ଶୁଭମନ୍-ସୂର୍ଯ୍ୟ କୁମାର
ମ୍ୟାଚରେ ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବା ପାଇଁ ଟିମ ଇଣ୍ଡିଆକୁ ଆମନ୍ତ୍ରଣ କରିଛି । ତେବେ ପ୍ରଥମେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଥିବା ଘରୋଇ ଭାରତୀୟ ଦଳର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଘଟିଛି ।

ବିଶାଖାପାଟଣା: ଭାରତ ବନାମ ଅଷ୍ଟ୍ରେଲିଆ ଦିନିକିଆ ସିରିଜର ଆଜି ଦ୍ବିତୀୟ ମ୍ୟାଚ ସ୍ଥାନୀୟ 'ୱାଇଏସ୍ ରାଜା ରେଡ୍ଡୀ ଷ୍ଟାଡିୟମ୍' ରେ ଖେଳାଯାଉଛି । ମ୍ୟାଚରେ ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବା ପାଇଁ ଟିମ ଇଣ୍ଡିଆକୁ ଆମନ୍ତ୍ରଣ କରିଛି । ତେବେ ପ୍ରଥମେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଥିବା ଘରୋଇ ଭାରତୀୟ ଦଳର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଘଟିଛି ।
ରିପୋର୍ଟ ଲେଖାଯିବା ସୁଦ୍ଧା, ଭାରତ 8 ଓଭରେ 3 ୱିକେଟ ହରାଇ 47 ରନ କରିପାରିଛି । ତେବେ ଭାରତର ଯୁବ ଓପନର
ଶୁଭମନ୍ ଗିଲ୍ ମାର୍ଣ୍ଣସ୍ ଲେବୁସେନ୍ଙ୍କ ଶୀକାର ହୋଇଛନ୍ତି । ସେହିପରି ସୂର୍ଯ୍ୟକୁମାର ଯାଦବ ମଧ୍ୟ ମିସେଲ୍ ଷ୍ଟାର୍କଙ୍କ ବଲରେ ଏଲ୍ବିଡବ୍ଲୁ ଆଉଟ୍ ହୋଇଛନ୍ତି । ଅନ୍ୟପଟେ ପ୍ରଥମ ଦିନିକିଆ ପରେ ଦଳକୁ ଫେରିଥିବା ଅଧିନାୟକ ହିଟମ୍ୟାନ୍ ରୋହିତ ଶର୍ମା 15ବଲରେ ମାତ୍ର 13 ରନ ସଂଗ୍ରହ କରି ପାରିଛନ୍ତି ।
କହିରଖୁ କି, ଗତ ଗୁରୁବାର ମୁମ୍ବଇର ୱାଙ୍ଖେଡେ ଷ୍ଟାଡିୟମ୍ରେ ଖେଳାଯାଇଥିବା ପ୍ରଥମ ଦିନିକିଆ ମ୍ୟାଚ୍ରେ ଭାରତ ୫ ୱିକେଟରେ ବିଜୟୀ ହୋଇଥିଲା । ତେଣୁ ପରାଜୟ ଧାରାରେ ବ୍ରେକ ଲଗାଇବାକୁ ରଣନୀତି ସହ ମୈଦାନକୁ ଓହ୍ଲାଇବ କଙ୍ଗାରୁ ବାହିନୀ ।
- ଭାରତୀୟ ଏକାଦଶ: ରୋହିତ ଶର୍ମା (ଅଧିନାୟକ), ଶୁବମନ୍ ଗିଲ୍, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, କେ.ଏଲ୍. ରାହୁଲ୍ (ୱିକେଟ୍ରକ୍ଷକ), ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଦେଜା, ଅକ୍ଷର ପଟେଲ୍, କୁଳଦୀପ ଯାଦବ, ମହମ୍ମଦ ସିରାଜ ଓ ମହମ୍ମଦ ଶାମି।
- ଅଷ୍ଟ୍ରେଲୀୟ ଏକାଦଶ: ଟ୍ରେଭିସ୍ ହେଡ୍, ମିସେଲ୍ ମାର୍ସ, ଷ୍ଟଭେନ୍ ସ୍ମିଥ୍ (ଅଧିନାୟକ), ମାର୍ଣ୍ଣସ୍ ଲେବୁସେନ୍, ଆଲେକ୍ସ୍ କେରି (ୱିକେଟ୍ରକ୍ଷକ), କ୍ୟାମେରନ୍ ଗ୍ରିନ୍, ମାର୍କସ୍ ଷ୍ଟଇନ୍ସ୍, ସିନ୍ ଏବୋଟ୍, ନାଥନ୍ ଏଲିସ୍, ମିସେଲ୍ ଷ୍ଟାର୍କ ଓ ଆଦାମ ଜାମ୍ପା ।
-
ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦି, କହିଦେଲେ.. -
ଯୁଦ୍ଧ ବନ୍ଦ ପାଇଁ ଆମେରିକା ଆଗରେ ଏହି ୩ ସର୍ତ୍ତ ରଖିଲା ଇରାନ -
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିରୋଧରେ ଥାନାରେ ଏତଲା -
ଟିଏମସି ପ୍ରତିନିଧିଙ୍କୁ ସମୟ ଦେଲେନି ରାଷ୍ଟ୍ରପତି -
ଆସନ୍ତା ଶିକ୍ଷା ବର୍ଷରୁ ତୃତୀୟରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମିଳିବ ଶାରୀରିକ ଶିକ୍ଷା -
ଫାରୁକ୍ ଅବ୍ଦୁଲ୍ଲାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା -
ଆସନ୍ତା ୧୫ରୁ ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା! -
ମିଳୁନି ସିଲିଣ୍ଡର ; ଘରେ ଲୁଚାଇ ରଖିଥିଲେ ୫୫ ଗ୍ୟାସ୍ ସିଲିଣ୍ଡର, ଜବତ କଲା ପ୍ରଶାସନ -
ଯୁଦ୍ଧ ପ୍ରଭାବ ; ମହଙ୍ଗା ହେବ ପାଣି, ବଢିଲା ଠିପି ଦର -
କ୍ରସ ଭୋଟିଂ ଭୟ: ବେଙ୍ଗାଳୁରୁ ଗଲେ କଂଗ୍ରେସ ବିଧାୟକ -
ପୁଣି ଆଫଗାନିସ୍ତାନ ଉପରେ ପାକିସ୍ତାନର ଆକ୍ରମଣ, ଅନେକ ମୃତାହତ -
ହର୍ମୁଜ ପ୍ରଣାଳୀ ବନ୍ଦ ରହିବା ଉଚିତ୍- ମୋଜତାବା












Click it and Unblock the Notifications