ବିଶ୍ୱକପ ପୂର୍ବରୁ ଟିମ୍ ଇଣ୍ଡିଆର ପ୍ରଭାବି ପ୍ରଦର୍ଶନ, ଅଷ୍ଟ୍ରେଲିଆକୁ ହରାଇ ସିରିଜ୍ ଜିତିଲା ଭାରତ

IND vs AUS, 2nd ODI: ଆଜି ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜର ୨ୟ ମ୍ୟାଚକୁ ଡକ୍ ଓ୍ଵର୍ଥ ଲୁଇସ୍ ନିୟମରେ ୯୯ ରନରେ ଜିତି ଭାରତ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍‌ କବଜା କରିଛି । ଶୁଭମନ ଗିଲ୍ ଓ ଶ୍ରେୟସ ଆୟରଙ୍କ ଶତକ ପରେ ବୋଲରଙ୍କ ଶାଣିତ ବୋଲିଂ ବଳରେ ଭାରତ ଇନ୍ଦୋରର ହୋଲକର ଷ୍ଟାଡିୟମରେ ଖେଳା ଯାଇଥିବା ଦ୍ଵିତୀୟ ଦିନିକିଆରେ ଭ୍ରମଣକାରୀ ଅଷ୍ଟ୍ରେଲିଆ ବିପକ୍ଷରେ ଏକତରଫା ବିଜୟ ହାସଲ କରିଛି ।

IND vs AUS, 2nd ODI

ଆଜି ଟସ୍‌ ଜିତି ଅଷ୍ଟ୍ରେଲିଆ ବୋଲିଂ ନିଷ୍ପତ୍ତି ନେଇଥିଲା । ଫଳରେ ପ୍ରଥମେ ବ୍ୟାଟିଂ କରିଥିଲା ଘରୋଇ ଭାରତୀୟ ଦଳ । ପ୍ରଥମେ ବ୍ୟାଟିଂ କରି ଭାରତ ଶ୍ରେୟସ ଆୟରଙ୍କ ୧୦୫, ଶୁଭମନ ଗିଲ୍‌ଙ୍କ ୧୦୪ ସହ ସୂର୍ଯ୍ୟକୁମାର ଯାଦବଙ୍କ ବିସ୍ଫୋରକ ଅପରାଜିତ ୭୨ ରନ ବଳରେ ନିର୍ଦ୍ଧାରିତ ଓଭରରେ ୫ ଓ୍ଵିକେଟ୍ ହରାଇ ୩୯୯ ରନର ବିଶାଳ ସ୍କୋର କରିଥିଲା। ତେବେ ଦ୍ଵିତୀୟ ଇନିଂସରେ ବର୍ଷା ହେବାରୁ ଡିଏଲଏସ ନିୟମ ଅନୁଯାୟୀ ୩୩ ଓଭରରେ ଅଷ୍ଟ୍ରେଲିଆ ସମ୍ମୁଖରେ ୩୧୭ ରନର ବିଜୟ ଲକ୍ଷ୍ୟ ଥିଲା।

ଜବାବରେ ଅଷ୍ଟ୍ରେଲିଆ ଭାରତୀୟ ବୋଲରଙ୍କ ଉଚିତ୍ ମୁକାବିଲା କରି ନ ପାରି ୨୮.୨ ଓଭରରେ ୨୧୭ ରନରେ ଅଲଆଉଟ୍ ହୋଇଛି । ଦଳ ପକ୍ଷରୁ ଡେଭିଡ୍ ୱାର୍ଣ୍ଣର ୫୩ ରନ କରିଥିବା ବେଳେ ସିନ ଏବଟ୍ ୫୪ ରନର ବିସ୍ଫୋରକ ଇନିଂସ ଖେଳିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+