ବିଶ୍ୱକପ ପୂର୍ବରୁ ଗର୍ଜିଲା ଶ୍ରେୟସ୍ ଆୟର ବ୍ୟାଟ୍
IND vs AUS, 2nd ODI, Shreyas Iyer: ଅଷ୍ଟ୍ରେଲିଆ ବିପକ୍ଷ ଇନ୍ଦୋର ଦିନିକିଆରେ ଶ୍ରେୟସ୍ ଆୟର୍ ଏକ ଚମତ୍କାର ଶତକ ହାସଲ କରିଛନ୍ତି । ସେ 86 ବଲରେ ନିଜର ଶତକ ପୂରଣ କରିଛନ୍ତି ।
ଶ୍ରେୟସ୍ ଆୟରଙ୍କ ଦିନିକିଆ କ୍ୟାରିୟରର ଏହା ହେଉଛି ତୃତୀୟ ଶତକ । ଏହି ଶତକ ସହିତ ଶ୍ରେୟସ୍ ଆୟର ଆଗାମୀ ବିଶ୍ୱକପ ପାଇଁ ଦଳରେ ନିଜର ଆଦିପତ୍ୟ ଜାହିର କରିଛନ୍ତି ।

ଖବର ଲେଖିବା ପର୍ଯ୍ୟନ୍ତ, ଶ୍ରେୟସ୍ ଆୟର 86 ବଲରେ 100 ରନ୍ ସ୍କୋର କରିବା ପରେ ଅପରାଜିତ ରହିଛନ୍ତି । ଅଦ୍ୟାବଧି ସେ ନିଜ ଇନିଂସରେ 10 ଚୌକା ଓ 3 ଛକା ମାରିଛନ୍ତି । ଏହାପୂର୍ବରୁ ମୋହାଲି ଦିନିକିଆରେ ଶ୍ରେୟାସ ଆୟର ଶୀଘ୍ର ଆଉଟ୍ ହୋଇଥିଲେ । କିନ୍ତୁ ଏହି ମ୍ୟାଚରେ ଏକ ବଡ଼ ପ୍ରତ୍ୟାବର୍ତ୍ତନ କରିଥିଲେ ।
ଆଜି ଅଷ୍ଟ୍ରେଲୀୟ ଅଧିନାୟକ ଷ୍ଟିଭ ସ୍ମିଥ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଟିମ୍ ଇଣ୍ଡିଆ 16 ରନ୍ ସ୍କୋରରେ ପ୍ରଥମ ଋଟକା ପାଇଥିଲା । 12 ଟି ବଲରେ 8 ରନ୍ ସ୍କୋର କରିବା ପରେ ଓପନର୍ ଋତୁରାଜ ଗାଇକୱାଡ ବିଦାୟ ନେଇଥିଲେ । କିନ୍ତୁ ଏହା ପରେ ଶୁଭମନ ଗିଲ ଏବଂ ଶ୍ରେୟାସ ଆୟରଙ୍କ ମଧ୍ୟରେ ଏକ ବଡ଼ ଭାଗିଦାରୀ ହୋଇଥିଲା । ଉଭୟ ଭାରତୀୟ ବ୍ୟାଟ୍ସମ୍ୟାନ୍ ଅଷ୍ଟ୍ରେଲୀୟ ବୋଲରଙ୍କ ବିପକ୍ଷରେ ସହଜରେ ରନ୍ ସଂଗ୍ରହ କରିଥିଲେ ।












Click it and Unblock the Notifications