Get Updates
Get notified of breaking news, exclusive insights, and must-see stories!

୨ୟ ଦିନିକିଆ: ଟସ୍‌ ଜିତି ଅଷ୍ଟ୍ରେଲିଆର ବୋଲିଂ ନିଷ୍ପତ୍ତି, ଭାରତ ହରାଇଛି ପ୍ରଥମ ୱିକେଟ୍

ଇନ୍ଦୋର: ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍ର ୨ୟ ମ୍ୟାଚରେ ଟସ୍‌ ଜିତି ଅଷ୍ଟ୍ରେଲିଆ ବୋଲିଂ ନିଷ୍ପତ୍ତି ନେଇଛି । ଫଳରେ ପ୍ରଥମେ ବ୍ୟାଟିଂ କରୁଛି ଘରୋଇ ଭାରତୀୟ ଦଳ । ଟିମ୍ ଇଣ୍ଡିର ପ୍ରଥମ ୱିକେଟ ଖସି ସାରିଛି । ଭାରତୀୟ ଦଳ ସିରିଜରେ ୧-୦ରେ ଆଗୁଆ ରହିଛି । ଆଉ ଏବେ ୨ୟ ମ୍ୟାଚ୍‌ ଜିତି ସିରିଜ୍‌କୁ କବ୍‌ଜା ଲକ୍ଷ୍ୟରେ ରହିଛି ଭାରତୀୟ ଟିମ୍‌ ।

ତେବେ ଭାରତୀୟ ପ୍ଲେଇଙ୍ଗ ଇଲେଭେନ୍‌ରେ ଗୋଟିଏ ପରିବର୍ତ୍ତନ କରାଯାଇଛି । ଦ୍ରୁତ ବୋଲର ଜଶପ୍ରୀତ୍‌ ବୁମରାଙ୍କ ବଦଳରେ ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ସାମିଲ କରାଯାଇଛି । ବ୍ୟକ୍ତିଗତ କାରଣ ଲାଗି ୨ୟ ମ୍ୟାଚରେ ଖେଳିବେନି ବୋଲି ଜଣାପଡିଛି । ସେହିପରି ଅଷ୍ଟ୍ରେଲିଆ ଟିମ୍‌ରୁ ମଧ୍ୟ ଦୁଇ ଜଣ ଖେଳାଳି ବାଦ୍‌ ପଡିଛନ୍ତି । ଓପନର ମିଚେଲ୍‌ ମାର୍ଶ ଏବଂ ଅଧିନାୟକ ପ୍ୟାଟ୍‌ କମିନ୍ସ ୨ୟ ଦିନିକିଆ ମ୍ୟାଚ୍‌ରୁ ବାଦ୍‌ ପଡିଛନ୍ତି । ପ୍ୟାଟ କମିନ୍ସଙ୍କ ବଦଳରେ ଷ୍ଟିଭ୍‌ ସ୍ମିଥ୍‌ଙ୍କ ଅଧିନାୟକ ଦାୟିତ୍ୱ ଦିଆଯାଇଛି ।

IND vs AUS, 2nd ODI

ଭାରତ : ଋତୁରାଜ ଗାଏକୱାଡ୍‌, ଶୁଭମନ ଗିଲ୍‌, ଶ୍ରେୟାସ ଆୟର, ସୂର୍ଯ୍ୟକୁମାର ଯାଦବ, କେଏଲ ରାହୁଲ (ଅଧିନାୟକ), ରବିନ୍ଦ୍ର ଜାଡେଜା, ୱାସିଂଟନ ସୁନ୍ଦର, ଆର ଅଶ୍ୱିନ, ସର୍ଦୁଲ ଠାକୁର, ମହମ୍ମଦ ସାମି, ପ୍ରସିଦ୍ଧ କ୍ରିଷ୍ଣା ।

ଅଷ୍ଟ୍ରେଲିଆ : ଡେଭିଡ୍‌ ୱାର୍ଣ୍ଣର, ମିଚେଲ ସର୍ଟ , ଷ୍ଟିଭେନ ସ୍ମିଥ୍‌ (ଅଧିନାୟକ), ମାର୍ନସ ଲାବୁସାନ, କାମେରନ ଗ୍ରୀନ, ଆଲେକ୍ସ କ୍ୟାରୀ, ଜୋସ ଇଂଲିଶ, ସ୍ପେନସର ଜନସନ, ସିନ ଆବୋଟ, ଆଡାମ ଜାମ୍ପା, ଜୋସ ହାଜେଲଉଡ୍‌ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+