୨ୟ ଦିନିକିଆରେ ଭାରତକୁ ୨ ୱିକେଟରେ ହରାଇଲା ଅଷ୍ଟ୍ରେଲିଆ

ଆଡିଲେଡ୍ ଓଭାଲଠାରେ ଗୁରୁବାର ଖେଳାଯାଇଥିବା ୨ୟ ଦିନିକିଆରେ ଭାରତକୁ ୨ ୱିକେଟରେ ପରାସ୍ତ କରିଛି ଅଷ୍ଟ୍ରେଲିଆ । ଏହା ସହିତ ଏହି ତିନି ମ୍ୟାଚ ବିଶିଷ୍ଟ ସିରିଜରେ ଅଷ୍ଟ୍ରେଲିଆ ୨-୦ରେ ଆଗୁଆ ହେବା ସହ ସିରିଜ ଉପରେ କବଜା କରିଛି । ୨୬୫ ରନର ଲକ୍ଷ୍ୟକୁ ଅଷ୍ଟ୍ରେଲିଆ ୪୬.୨ ଓଭରରେ ୮ ଓ୍ବିକେଟ ହରାଇ ହାସଲ କରିନେଇଥିଲା ।

ଦଳ ପକ୍ଷରୁ ମ୍ୟାଥ୍ୟୁ ଶର୍ଟ ସର୍ବାଧିକ ୭୪ ଏବଂ କୁପର କନୋଲୀ ୬୧ ରନ କରି ଦଳର ବିଜୟରେ ବଡ଼ ଭୂମିକା ଗ୍ରହଣ କରିଥିଲେ। ଭାରତ ପକ୍ଷରୁ ଅର୍ଶଦୀପ ସିଂହ, ହର୍ଷିତ ରାଣା ଏବଂ ଓ୍ବାଶିଂଟନ ସୁନ୍ଦର ୨ଟି ଲେଖାଏ ଉଇକେଟ ନେଇଥିଲେ। ମହମ୍ମଦ ସିରାଜ ଏବଂ ଅକ୍ଷର ପଟେଲ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ। ଫଳରେ ୩ ମ୍ୟାଚ ବିଶିଷ୍ଟ ଶୃଙ୍ଖଳକୁ ଗୋଟିଏ ମ୍ୟାଚ ବାକି ଥାଇ ଅଷ୍ଟ୍ରେଲିଆ ୨-୦ରେ ଜିତି ନେଇଛି।

austrelia

ଗୁରୁବାର ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ରୋହିତ ଶର୍ମାଙ୍କ ୭୩ ରନ ଏବଂ ଶ୍ରେୟସ ଆୟାରଙ୍କ ୬୧ ରନ ବଳରେ ନିର୍ଦ୍ଧାରିତ ୫୦ ଓଭରରେ ୯ ଉଇକେଟ ହରାଇ ୨୬୪ ରନ ସଂଗ୍ରହ କରିଥିଲା। ଅକ୍ଷର ପଟେଲ ୪୪ ରନ ସଂଗ୍ରହ କରିଥିଲେ। ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଭଲ ସ୍କୋର କରିବାରେ ସଫଳ ହୋଇପାରି ନ ଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ଆଦାମ ଜାମ୍ପା ସର୍ବାଧିକ ୪ଟି ଉଇକେଟ ନେଇଥିବାବେଳେ ଜାଭିଅର ବାର୍ଟଲେଟ ୩ ଓ ମିଚେଲ ଷ୍ଟାର୍କ ୨ଟି ଉଇକେଟ ଅକ୍ତିଆର କରିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+