India vs Australia: ଟସ୍ ଜିତି ପ୍ରଥମେ ବୋଲିଙ୍ଗ କରିବ ଭାରତ
ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଶେଷରେ ଟସ୍ ଜିତିଛନ୍ତି । ଟିମ୍ ଇଣ୍ଡିଆ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଲା। ଭାରତୀୟ ଅଧିନାୟକ ପ୍ଲେଇଂ ଏକାଦଶରେ ତିନୋଟି ପରିବର୍ତ୍ତନ ଘୋଷଣା କଲେ। ସଞ୍ଜୁ ସାମସନଙ୍କ ସ୍ଥାନରେ ଜିତେଶ ଶର୍ମାଙ୍କୁ ସ୍ଥାନ ଦିଆଯାଇଛି, ଯିଏ ୱିକେଟ୍ କିପିଂ କରିବେ। ହର୍ଷିତ ରାଣାଙ୍କ ସ୍ଥାନରେ ଅର୍ଶଦୀପ ସିଂହଙ୍କୁ ସ୍ଥାନ ଦିଆଯାଇଛି। କୁଲଦୀପ ଯାଦବଙ୍କ ସ୍ଥାନରେ ୱାଶିଂଟନ୍ ସୁନ୍ଦରଙ୍କୁ ସ୍ଥାନ ଦିଆଯାଇଛି। ଅଷ୍ଟ୍ରେଲିଆ ଗୋଟିଏ ପରିବର୍ତ୍ତନ କରିଛି, ଜୋଶ୍ ହାଜଲଉଡ୍ଙ୍କ ସ୍ଥାନରେ ସିଆନ୍ ଆବୋଟ୍ଙ୍କୁ ସ୍ଥାନ ଦେଇଛି।

IND vs AUS ଲାଇଭ୍ ସ୍କୋର: ଉଭୟ ଦଳର ପ୍ଲେଇଂ ଏକାଦଶ
ଭାରତ: ଅଭିଷେକ ଶର୍ମା, ଶୁଭମାନ ଗିଲ୍, ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ତିଲକ ବର୍ମା, ଜିତେଶ ଶର୍ମା (ଉଇକେଟକିପର), ଶିବମ୍ ଦୁବେ, ଅକ୍ଷର ପଟେଲ, ୱାଶିଂଟନ୍ ସୁନ୍ଦର, ଅର୍ଶଦୀପ ସିଂହ, ବରୁଣ ଚକ୍ରବର୍ତ୍ତୀ, ଜସପ୍ରିତ ବୁମରା।
ଅଷ୍ଟ୍ରେଲିଆ: ମିଚେଲ୍ ମାର୍ଶ (ଅଧିନାୟକ), ଟ୍ରାଭିସ୍ ହେଡ୍, ଜୋଶ୍ ଇଙ୍ଗଲିସ୍ (ଉଇକେଟକିପର), ଟିମ୍ ଡେଭିଡ୍, ମିଚେଲ୍ ଓୱେନ୍, ମାର୍କସ୍ ଷ୍ଟୋଇନିସ୍, ଜୋଶ୍ ଫିଲିପ୍, ଜାଭିୟର ବାର୍ଟଲେଟ୍, ନାଥନ୍ ଏଲିସ୍, ମାଥ୍ୟୁ କୁହ୍ନେମାନ, ସିଆନ୍ ଆବୋଟ୍।












Click it and Unblock the Notifications