Ind vs Aus, 1st T20I: ଦିନିକିଆରେ ସିରିଜରେ ମାତ୍ ପାଇବା ପରେ ଟି-20 ସିରିଜ ବଞ୍ଚାଇବା ଲକ୍ଷ୍ୟରେ ବିରାଟ ବାହିନୀ
ଦିନିକିଆ ସିରିଜରେ 1-2ରେ ମାତ୍ ପାଇବା ପରେ ଆଜି ମ୍ୟାଚ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ପାଇଁ ଏକ କଠୋର ଆହ୍ୱାନ ହେବ ।
କାନବେରା: ଭାରତ ବନାମ ଅଷ୍ଟ୍ରେଲିଆ 3 ମ୍ୟାଚ୍ ବିଶିଷ୍ଟ ଟି-20 ସିରିଜର ପ୍ରଥମ ମ୍ୟାଚ ଆଜି ଖେଳାଯିବ । ତେବେ ଦିନିକିଆ ସିରିଜରେ 1-2ରେ ମାତ୍ ପାଇବା ପରେ ଆଜି ମ୍ୟାଚ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ପାଇଁ ଏକ କଠୋର ଆହ୍ୱାନ ହେବ ।
ତେବେ ଦିନିକିଆ ସିରିଜର ପ୍ରଥମ ଦୁଇଟି ମ୍ୟାଚ ହାରିଥିଲା ଭ୍ରମଣକାରୀ ଭାରତୀୟ ଦଳ । ଯାହା ସିଡନୀରେ ଖେଳାଯାଇଥିଲା । ମାତ୍ର ଅନ୍ତିମ ଦିନିକିଆ ଅର୍ଥାତ ଶେଷ ମ୍ୟାଚରେ ବିଜୟ ପାଇଥିଲା ଟିମ ଇଣ୍ଡିଆ । ଯାହାକି କାନବେରାରେ ଖେଳଯାଥିଲା । ତେବେ ଆଜି ପ୍ରଥମ ଟି-20 ମ୍ୟାଚ ମଧ୍ୟ ଏହି ପଡିଆରେ ଖେଳାଯାଇଛି । ତେଣୁ ଶେଷ ମ୍ୟାଚରେ ଭାରତୀୟ ଦଳ ପ୍ରଦର୍ଶନ ଓ ଗ୍ରାଉଣ୍ଡ ଷ୍ଟ୍ରାଟେଜିକୁ ବିଚାରକୁ ନେଲେ ଆଜି ମ୍ୟାଚ ଭାରତୀୟ ଦଳ ପକ୍ଷରେ ଯାଉଛି ।

ସେହିପରି ବିଗତ ଦିନମାନଙ୍କରେ ଭାରତୀୟ ଦଳର ଟି-20 ରେକର୍ଡ ମଧ୍ୟ ଶାନଦାର ରହିଛି । କରୋନା ଭାଇରସ୍ ମହାମାରୀ କାରଣରୁ ସାରା ବିଶ୍ୱରେ କ୍ରୀଡା କାର୍ଯ୍ୟକଳାପ ସ୍ଥଗିତ ହେବା ପୂର୍ବରୁ ଭାରତ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟି-20 ସିରିଜକୁ 5-0 କ୍ଲିନସୁଇପ୍ କରି ଏକ ବିରଳ ରେକର୍ଡ ପଞ୍ଜିକରଣ କରିଥିଲା ।
T20Iରେ ଭାରତ ଅଧିକ ସନ୍ତୁଳିତ:
ଭାରତୀୟ ଦଳ ସ୍ୱଳ୍ପ ଫର୍ମାଟରେ ବହୁ ଅଧିକ ସନ୍ତୁଳିତ ଦଳ ଭାବେ ଉଭା ହୋଇଛି । ସେପଟେ ଆୟୋଜକ ଦଳର ଡେଭିଡ୍ ୱାର୍ଣ୍ଣର ଏବଂ ପ୍ୟାଟ୍ କମିନ୍ସଙ୍କ ପରି ଦୁଇ ମୁଖ୍ୟ ବୋଲର ଓ ବ୍ୟାଟ୍ସମ୍ୟାନ ବିନା ଆଜି ପଡିଆକୁ ଓହ୍ଲାଇବେ । ବର୍ଡର-ଗାଭାସ୍କର ଟେଷ୍ଟ ସିରିଜ୍ ପୂର୍ବରୁ କିଛି ଆବଶ୍ୟକୀୟ ବିଶ୍ରାମ ନେବା ପାଇଁ କମିନ୍ସଙ୍କୁ ଟି-୨୦ରୁ ବିଶ୍ରାମ ନିଆଯାଇଥିବାବେଳେ ୱାର୍ଣ୍ଣର ଆଘାତ କରାଣ ପାଇଁ ଆଜି ମ୍ୟାଚରେ ଉପଲବ୍ଧ ହୋଇପାରିବେ ନାହିଁ । ଡେଭିଡ ୱାର୍ଣ୍ଣରଙ୍କ ଅନୁପସ୍ଥିତିରେ ଅଷ୍ଟ୍ରେଲିଆ ପାଇଁ ଆରୋନ ଫିଞ୍ଚଙ୍କ ସହ କିଏ ଓପନ କରିବା ତାହା ଏବେ ଦଳ ପାଇଁ ଚିନ୍ତାର କରାଣ ସାଜିଛି । ଷ୍ଟିଭ୍ ସ୍ମିଥ୍ ଏବଂ ମାର୍ନସ୍ ଲାବୁସାଗ୍ନେ ଓପନିଂ ଯୋଡି ଅନୁସରଣ କରିବା ଉଚିତ୍ | ଗ୍ଲେନ୍ ମ୍ୟାକ୍ସୱେଲ ଏବଂ ଆଲେକ୍ସ କେରି ଦଳର ମଧ୍ୟମ ଅର୍ଡର ଗଠନ କରିବେ।
ଭାରତ ପାଇଁ କେଏଲ ରାହୁଲ ଶିଖର ଧାୱନଙ୍କ ସହ ଓପନ କରିବା ଉଚିତ। ବିରାଟ କୋହଲି, ଶ୍ରେୟସ୍ ଆୟର ଏବଂ ମନୀଷ ପାଣ୍ଡେ ଦଳର ମଧ୍ୟମ ଅର୍ଡର ଗଠନ କରିବା ଉଚିତ୍। ତୃତୀୟ ଦିନିକିଆରେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ରବିନ୍ଦ୍ର ଜାଡେଜା ଏକ ଭଲ ଭାଗିଦାରୀ ଗଠନ କରିଥିଲେ ଏବଂ ଏହି ଯୋଡି ନମ୍ବର 6 ଏବଂ ନମ୍ବର 7 ସ୍ଥାନରେ ରହିବ ଦରକାର।
ତେବେ ଅଷ୍ଟ୍ରେଲିଆରେ ଭାରତର ଟି-20 ରେକର୍ଡ ଦମଦାର ରହିଛି । ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା ମ୍ୟାଚରୁ ଭାରତ 11ଟି ଓ ଆୟୋଜକ ଦଳ ମାତ୍ର 8ଟି ମ୍ୟାଚ ଜିତିଛି । 2018 ରେ ଭାରତ 2-1 ଓ 2016ରେ ଟି-20 ସିରିଜକୁ କ୍ଲିନ ସୁଇପ କରିଥିଲା । ତେଣୁ ବିରାଟ ବାହିନୀ ପାଇଁ ଟି -20 ଫର୍ମାଟରେ ଅଷ୍ଟ୍ରେଲିଆ ଉପରେ ବିଜୟ ପାଇବାରେ ଏକ ସର୍ବୋତ୍ତମ ସୁଯୋଗ ପାଇଛନ୍ତି ଏବଂ କାନବେରାର ମନୁକା ଓଭାଲରେ ଭଲ ଆରମ୍ଭ କରିପାରନ୍ତି ।
ଦଳ-
- ଭାରତ: ବିରାଟ କୋହଲି (କ୍ୟାପଟେନ), ଶିଖର ଧାୱନ, ମୟଙ୍କ ଅଗ୍ରୱାଲ, କେ.ଏଲ୍ ରାହୁଲ (ଉପ-ଅଧିନାୟକ ତଥା ୱିକେଟ୍ କିପର), ଶ୍ରେୟସ୍ ଆୟର୍, ମନୀଷ ପାଣ୍ଡେ, ହାର୍ଦ୍ଦିକ ପାଣ୍ଡ୍ୟା, ସଞ୍ଜୁ ସାମସନ୍ (ୱିକେଟ୍ କିପର), ରବିନ୍ଦ୍ର ଜାଡେଜା, ୱାଶିଂଟନ୍ ସୁନ୍ଦର, ୟୁଜଭେନ୍ଦ୍ର ଚହଲ, ଜସପ୍ରୀତ ବୁମରା, ମହମ୍ମଦ ଶାମି, ନବଦୀପ ସାଇନି, ଦୀପକ ଚହର, ଟି. ନଟରାଜନ୍ ।
- ଅଷ୍ଟ୍ରେଲିଆ: ଆରୋନ ଫିଞ୍ଚ (ଅଧିନାୟକ), ସିଆନ ଆବଟ୍ଟ, ଆଷ୍ଟନ୍ ଅଗର, ଆଲେକ୍ସ କ୍ୟାରି, କ୍ୟାମେରନ୍ ଗ୍ରୀନ୍, ଜୋସ୍ ହେଜଲେଉଡ୍, ମୋଇସ୍ ହେନ୍ରିକ୍ସ, ମାର୍ନସ୍ ଲାବୁସାଗ୍ନେ, ଗ୍ଲେନ୍ ମ୍ୟାକ୍ସୱେଲ, ଡାନିଏଲ୍ ସାମସ୍, କେନ୍ ରିଚାର୍ଡସନ, ଷ୍ଟିଭେନ୍ ସ୍ମିଥ୍, ମିଚେଲ ଷ୍ଟାର୍କ, ମାର୍କସ୍ ଷ୍ଟୋଇନିସ୍, ମାଥ୍ୟୁ ୱେଡ୍, ଆର୍ସି ସର୍ଟ, ଆଡାମ ଜାମ୍ପା ।












Click it and Unblock the Notifications