ପ୍ରଥମ ଟି-20: ଡିଫେଣ୍ଡ ହେଲାନି 208 ରନ, ହାରିଲା ଭାରତ
ମଙ୍ଗଳବାର ଖେଳାଯାଇଥିବା ପ୍ରଥମ ଟି-20 ମ୍ୟାଚରେ ଅଷ୍ଟ୍ରେଲିଆ ଭାରତକୁ 4 ୱିକେଟରେ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ଦ୍ୱାରା 208 ରନ୍ ସଂଗ୍ରହ କରିଥିଲା।
ମୋହାଲି: ବୋର୍ଡରେ ଲାଗିଥିଲା 200 ପ୍ଲସ୍ ରନ । ମୁଣ୍ଡ ଉପରେ ଟି-20 ବିଶ୍ୱକପ । ହେଲେ ୟାଙ୍କ ଦ୍ୱାରା ହେଲାନି ଡିଫେଣ୍ଡ । ପୁଣି ସେଇ ଭୁଲ କଲେ ଭୁବି, ରଙ୍ଗହୀନ ହୋଇଗଲେ ଚହଲ । ଓଠରେ ହସ ଫୁଟେଇ ପାରିଲେନି ହର୍ଷଲ । ଆଉ ଶେଷରେ ଏମିତି ଲାଗିଲା.. ବୁମରା ନଥିଲେ ତ କିଛି ହେବନି ଆଉ ।

ମଙ୍ଗଳବାର ଖେଳାଯାଇଥିବା ପ୍ରଥମ ଟି-20 ମ୍ୟାଚରେ ଅଷ୍ଟ୍ରେଲିଆ ଭାରତକୁ 4 ୱିକେଟରେ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ଦ୍ୱାରା 208 ରନ୍ ସଂଗ୍ରହ କରିଥିଲା। ତେବେ ମୋହଲି କ୍ରିକେଟ୍ ଗ୍ରାଉଣ୍ଡରେ ଭାରତୀୟ ବୋଲରମାନେ ଅସହାୟ ପ୍ରମାଣିତ ହୋଇଥିଲେ। କ୍ୟାପଟେନ୍ ଆରୋନ୍ ଫିଞ୍ଚ, କ୍ୟାମେରନ୍ ଗ୍ରୀନ୍, ଷ୍ଟିଭ୍ ସ୍ମିଥ୍ ଏବଂ ଶେଷରେ ମାଥ୍ୟୁ ୱେଡ୍ ଅଷ୍ଟ୍ରେଲିଆ ପାଇଁ ଚମତ୍କାର ଇନିଂସ ଖେଳିଥିଲେ।
ଅଷ୍ଟ୍ରେଲିଆ ପକ୍ଷରୁ ଆରୋନ ଫିଞ୍ଚ 22, କ୍ୟାମେରନ ଗ୍ରୀନ 61 ଷ୍ଟିଭ ସ୍ମିଥ 35, ଗ୍ଲେନ ମ୍ୟାକ୍ସୱେଲ 1, ଜୋଶ ଇଙ୍ଗଲିସ 17, ଟିମ୍ ଡାଭିଡ 18, ମାଥ୍ୟୁ ୱେଡ 45, ପ୍ୟାଟ କମିନ୍ସ 4 ରନ୍ କରିଥିଲେ। ଭାରତ ପକ୍ଷରୁ ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ଭୁବନେଶ୍ୱର କୁମାର, ହର୍ଷଲ ପଟେଲ, ଉମେଶ ଯାଦବ ଓ ୟୁଜି ଚହଲ ବୋଲିଂ କରିଥିଲେ। ହେଲେ ଅକ୍ଷର ପଟେଲଙ୍କୁ 3, ଉମେଶ ଯାଦବଙ୍କୁ 2 ଓ ୟୁଜି ଚହଲ ଗୋଟିଏ ୱିକେଟ ମିଳିଥିଲା।
ଏହାପୂର୍ବରୁ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା (71 ରନ୍ ଆଉଟ୍) ଏବଂ ଓପନର୍ କେ.ଏଲ୍ ରାହୁଲ (55 ରନ୍) ବଳରେ ତିନି ମ୍ୟାଚ୍ ବିଶିଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଭାରତ ମୋଟ 208 କରିପାରିଥିଲା। ହାର୍ଦ୍ଦିକ ଏବଂ ରାହୁଲଙ୍କ ବ୍ୟତୀତ ସୂର୍ଯ୍ୟକୁମାର ଯାଦବ (46 ରନ୍) ବ୍ୟାଟିଂ ଅନୁକୂଳ ପିଚ୍ର ସମ୍ପୂର୍ଣ୍ଣ ଫାଇଦା ଉଠାଇ ଦର୍ଶକଙ୍କୁ ଚମତ୍କାର ଶଟ ଦେଇ ମନୋରଞ୍ଜନ କରିଥିଲେ।
-
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଓଡ଼ିଶାର ଏହି ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍ -
ଗ୍ୟାସ ସଙ୍କଟକୁ ଏଡାଇବା ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି; ଲାଗୁ କଲେ ESMA ଆଇନ -
ମଧ୍ୟପ୍ରାଚ୍ୟରେ ଲକ୍ଷ ଲକ୍ଷ ଫସିଛନ୍ତି ଓଡ଼ିଆ, ଫେରାଇ ଆଣିବାର ଅନୁରୋଧ କଲେ ନବୀନ -
ମହାରାଷ୍ଟ୍ର ରାଜ୍ୟସଭା ନିର୍ବାଚନ; ୨୬ ନେତା ନିର୍ଦ୍ୱନ୍ଦ୍ୱରେ ବିଜୟୀ -
ଡାଇବେଟିସରେ ରୋଗୀ ଭାତ ଖାଇବା ଉଚିତ୍ ନା ନୁହେଁ, ଜାଣନ୍ତୁ ଏନେଇ....











Click it and Unblock the Notifications