ଆଜି ଭାରତ ବନାମ ଅଷ୍ଟ୍ରେଲିଆ ପ୍ରଥମ ଟି-20
ଆଜି ଅଷ୍ଟ୍ରେଲିଆ ବିପକ୍ଷରେ ଟି-20 ସିରିଜ ଖେଳିବ ଭାରତ। ଅଷ୍ଟ୍ରେଲିଆରେ ହେବାକୁ ଥିବା ବିଶ୍ୱକପ୍ ପାଇଁ ଭଲ ଅଭ୍ୟାସ ସକାଶେ ଦଳ ମଙ୍ଗଳବାର ଏଠାରେ ଅଷ୍ଟ୍ରେଲିଆ ବିପକ୍ଷରେ ତା’ର ଅଭିଯାନ ଆରମ୍ଭ କରିବ ।
ମୋହାଲି: ଆଜି ଅଷ୍ଟ୍ରେଲିଆ ବିପକ୍ଷରେ ଟି-20 ସିରିଜ ଖେଳିବ ଭାରତ। ଅଷ୍ଟ୍ରେଲିଆରେ ହେବାକୁ ଥିବା ବିଶ୍ୱକପ୍ ପାଇଁ ଭଲ ଅଭ୍ୟାସ ସକାଶେ ଦଳ ମଙ୍ଗଳବାର ଏଠାରେ ଅଷ୍ଟ୍ରେଲିଆ ବିପକ୍ଷରେ ତା'ର ଅଭିଯାନ ଆରମ୍ଭ କରିବ । ଏହି ୩ ମ୍ୟାଚ୍ ବିଶିଷ୍ଟ ସିରିଜ୍ ବିଶ୍ୱକପ୍ ପରିପ୍ରେକ୍ଷୀରେ ବେଶ୍ ଗୁରୁତ୍ୱ ବହନ କରୁଥିବାରୁ ଏଥିରେ ବିଜୟୀ ହେବା ସକାଶେ ଟିମ୍ ଇଣ୍ଡିଆ ଭରପୂର ଉଦ୍ୟମ କରିବ ।

ବିଶେଷକରି ଏହି ସିରିଜ୍ରେ ଦଳ ଆଗାମୀ ବିଶ୍ୱକପ୍ ସକାଶେ ଉପଯୁକ୍ତ କମ୍ବିନେସନ୍ ପ୍ରସ୍ତୁତ କରିବ । ଏଥି ସକାଶେ ବିସିସିଆଇ ପକ୍ଷରୁ ସମସ୍ତ କୋର୍ ଖେଳାଳିଙ୍କୁ ଆଗାମୀ ୬ଟି ଟି-୨୦ ପାଇଁ ଟିମ୍ ଇଣ୍ଡିଆରେ ସାମିଲ୍ କରାଯାଇଛି । ଅବଶ୍ୟ ଦୁଇ ଜଣ ବୋଲରଙ୍କୁ ଅଷ୍ଟ୍ରେଲିଆ ଓ ସାଉଥ୍ ଆଫ୍ରିକା ବିପକ୍ଷ ଟି-୨୦ ସିରିଜରେ ଅଦଳବଦଳ କରି ଖେଳାଯିବ । ସେମାନେ ହେଲେ ଭୁବନେଶ୍ୱର କୁମାର ଓ ଅର୍ଶଦୀପ ସିଂହ । ଟି-୨୦ କ୍ରିକେଟରେ ମୁଖ୍ୟତଃ ଖେଳାଳିମାନେ ବେଶ୍ ସହଜ ପ୍ରଦର୍ଶନ ଉପରେ ଫୋକସ୍ କରିଥାନ୍ତି, କିନ୍ତୁ ଆଗାମୀ ୬ଟି ମ୍ୟାଚ୍ରେ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଦଳ ପାଇଁ ଛିଡ଼ା ହୋଇଥିବା ସମସ୍ତ ପ୍ରଶ୍ନର ଉତ୍ତର ଖୋଜିବାକୁ ଉଦ୍ୟମ କରିବେ ।
ଗତ ଏସିଆ କପ୍ରେ ମଧ୍ୟ ରୋହିତ ସେନା ବ୍ୟାଟିଂ କ୍ରମରେ ବେଶ୍ କିଛି ଗବେଷଣା କରିଥିଲା । ଦଳର ବ୍ୟାଟ୍ସମ୍ୟାନମାନେ ମଧ୍ୟ ଆଶାନୁରୂପ ପ୍ରଦର୍ଶନ କରିଥିଲେ । କିନ୍ତୁ ବୋଲିଂ ବିଭାଗରେ ଆବଶ୍ୟକ ଗଭୀରତାର ଅଭାବ ଦଳ ପାଇଁ ମହଙ୍ଗା ପଡ଼ିଥିଲା । ତେବେ ଆଗାମୀ ଦୁଇଟି ଟି-୨୦ ସିରିଜ୍ ପାଇଁ ଦଳରେ ହର୍ଷଲ୍ ପଟେଲ୍ ଓ ଜସପ୍ରୀତ୍ ବୁମରାଙ୍କ ପରି ତାରକା ବୋଲର୍ ସ୍ଥାନ ପାଇଥିବାରୁ ଏହି ସମସ୍ୟା ଦୂର ହେବା ଭଳି ମନେ ହେଉଛି ।
ସେପଟେ ଭାରତ ନିଜର ସପୂର୍ଣ୍ଣ ଦଳକୁ ନେଇ ପଡ଼ିଆକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଥିବା ବେଳେ ଅଷ୍ଟ୍ରେଲିଆ କିନ୍ତୁ ଡେଭିଡ୍ ୱାର୍ଣ୍ଣରଙ୍କ ସହିତ କେତେକ ପ୍ରମୁଖ ଖେଳାଳିଙ୍କ ବିନା ଭାରତ ଆସିଛି। ଅଷ୍ଟ୍ରେଲିଆ ଦଳର ନେତୃତ୍ୱ ନେଇ ଆସିଥିବା ଆରୋନ୍ ଫିଞ୍ଚ୍ ଗତ ସପ୍ତାହରେ ଦିନିକିଆ କ୍ରିକେଟରୁ ଅବସର ନେଇଛନ୍ତି । ଖରାପ ଫର୍ମ କାରଣରୁ ସେ ଦିନିକିଆ ଫର୍ମାଟ ଛାଡ଼ିଥିବାରୁ ଟି-୨୦ରେ ତାଙ୍କ ପ୍ରଭାବୀ ପ୍ରଦର୍ଶନ ଫ୍ୟାନ୍ ଦେବାକୁ ଚାହିଁବେ। ଅଷ୍ଟ୍ରେଲିଆ ସହ ମୋହାଲିରେ ପ୍ରଥମ ମ୍ୟାଚ ଖେଳାଯିବାକୁ ଥିବାବେଳେ ନାଗପୁରରେ ୨୩ ସେପ୍ଟେମ୍ବରରେ ଦ୍ୱିତୀୟ ଓ ହାଇଦ୍ରାବାଦ ରାଜୀବ ଗାନ୍ଧି ଷ୍ଟାଡିୟମରେ ତୃତୀୟ ମ୍ୟାଚ ଖେଳାଯିବ।












Click it and Unblock the Notifications