Get Updates
Get notified of breaking news, exclusive insights, and must-see stories!

ପ୍ରଥମ ଦିନିକିଆ: ପ୍ରଥମେ ବୋଲିଂ କରୁଛି ଭାରତ

ମ୍ୟାଚରେ ଟସ ଜିତି ଭାରତ ବୋଲିଂ ନିଷ୍ପତ୍ତି ନେଇଛି । ପ୍ରଥମ ବୋଲିଂ କରି ଅଷ୍ଟ୍ରେଲିଆ ଟିମକୁ ଅଟକାଇବାକୁ ପ୍ରୟାସ କରିବ ଟିମ୍ ଇଣ୍ଡିଆ ।

IND vs AUS, 1st ODI

ମୁମ୍ବାଇ: ଭାରତ ବନାମ ଅଷ୍ଟ୍ରେଲିଆ ମଧ୍ୟରେ ଆଜି ଖେଳା ଯାଉଛି ପ୍ରଥମ ଦିନିକିଆ ମ୍ୟାଚ । ଏହି ମ୍ୟାଚରେ ଟସ ଜିତି ଭାରତ ବୋଲିଂ ନିଷ୍ପତ୍ତି ନେଇଛି । ପ୍ରଥମ ବୋଲିଂ କରି ଅଷ୍ଟ୍ରେଲିଆ ଟିମକୁ ଅଟକାଇବାକୁ ପ୍ରୟାସ କରିବ ଟିମ୍ ଇଣ୍ଡିଆ । ସେପଟେ ବଡ଼ ସ୍କୋର ଲକ୍ଷ୍ୟ ରହିଛି କଙ୍ଗାରୁ ଦଳ । ମୁମ୍ବାଇର ୱାଙ୍ଖେଡେ ଷ୍ଟାଡ଼ିୟମରେ ଖେଳା ଯାଉଛି ।

ଟେଷ୍ଟ ସିରିଜ ଜିତିବା ପରେ ଦୃଢ ମନୋବଳରେ ରହିଛି ଭାରତ । ପ୍ରଥମ ଦିନିକିଆ ଜିତି ବିଜୟରୁ ଅଭିଯାନ ଆରମ୍ଭ ଲକ୍ଷ୍ୟରେ ରହିଛି ଟିମ ଇଣ୍ଡିଆ । ନିୟମିତ ଅଧିନାୟକ ରୋହିତ ଶର୍ମାଙ୍କ ସ୍ଥାନରେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ବରେ ଗ୍ରାଉଣ୍ଡକୁ ଓହ୍ଲାଇଛି ଭାରତ । ସେହିପରି ପାଟ କାମିନ୍ସଙ୍କ ସ୍ଥାନରେ ଅଷ୍ଟ୍ରେଲିଆର କମାଣ ସମ୍ଭାଳିବେ ସ୍ମିଥ ।

ଟି-20ରେ ଅଧିନାୟକତ୍ବ କରିଥିବା ବେଳେ ପ୍ରଥମ ଥର ପାଇଁ ପାଣ୍ଡ୍ୟା ଦିନିକିଆରେ ଦଳର ନେତୃତ୍ବ ନେବେ । ରୋହିତଙ୍କ ସ୍ଥାନରେ ଶୁଭମନ ଗିଲ ଓ ଇଷାନ କିଷନ ଓପନିଂ କରିବେ । ଉଭୟ ଦିନିକିଆ କ୍ରିକେଟରେ ଦ୍ବିଶତକ ହାସଲ କରି ସାରିଛନ୍ତି । ଆଜି ଉଭୟ ବିସ୍ଫୋରକ ବ୍ୟାଟିଂ କରିବା ଆଶା କରାଯାଉଛି । ଗିଲ ଫୁଲ ଫର୍ମରେ ରହିଛନ୍ତି । ବର୍ଡର ଗାଭାସ୍କର ସିରିଜର ଚତୁର୍ଥ ଟେଷ୍ଟରେ ଶୁଭମନ ଶତକ ହାସଲ କରିଥିଲେ । ଏହାସହ ବିରାଟ କୋହଲି ମଧ୍ୟ ଶତକ ହାସଲ କରିଥିଲେ । ଆଜି ଉଭୟଙ୍କ ପ୍ରଦର୍ଶନ ଉପରେ ଫ୍ୟାନ୍ସଙ୍କ ନଜର ରହିଛି ।

ଭାରତୀୟ ଚୂଡ଼ାନ୍ତ ଏକାଦଶ: ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ଶୁଭମନ ଗିଲ୍‌, ଇଶାନ କିଷନ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, କେଏଲ ରାହୁଲ, ରବିନ୍ଦ୍ର ଜାଡେଜା, କୁଲଦୀପ ଯାଦବ ସର୍ଦୁଲ ଠାକୁର, ମହମ୍ମଦ ସିରାଜ, ମହମ୍ମଦ ସାମି ।

ଅଷ୍ଟ୍ରେଲିଆ ଚୂଡ଼ାନ୍ତ ଏକାଦଶ: ଷ୍ଟିଭେ ସ୍ମିଥ୍ (ଅଧିନାୟକ), ଟ୍ରେଭିସ ହେଡ୍‌, ମିଚେଲ ମାର୍ସ , ମାର୍ନସ ଲାବୁସାନ, ମାର୍କସ ଷ୍ଟଇନିସ, ଗ୍ଲେନ ମ୍ୟାକ୍ସୱେଲ୍‌, ଜୋସ୍ ଇଂଗ୍ଲିସ, କାମେରନ ଗ୍ରୀନ, ମିଚେଲ ଷ୍ଟାର୍କ, ଆଡାମ ଜାମ୍ପା, ସେନ୍ ଆବୋଟ୍ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+