Get Updates
Get notified of breaking news, exclusive insights, and must-see stories!

IND vs AUS, 1st ODI: ପ୍ରଥମେ ବୋଲିଂ କରୁଛି ଭାରତ

ମୋହାଲି: ଏସିଆ କପ୍‌ ୨୦୨୩ରେ ଟିମ୍‌ ଇଣ୍ଡିଆ ଦମ୍‌ଦାର ପ୍ରଦର୍ଶନ ପରେ ଏବେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ୩ଟି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍‌ ଆରମ୍ଭ ହୋଇଛି । ଏହି ସିରିଜର ପ୍ରଥମ ମ୍ୟାଚ୍‌ ଆଜି ମୋହାଲିରେ ଖେଳାଯାଉଛି । ଟସ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଛନ୍ତି ଅଧିନାୟକ କେଏଲ ରାହୁଲ । ବ୍ୟାଟିଂ ଆମନ୍ତ୍ରଣ ପାଇଛି ଭ୍ରମଣକାରୀ ଦଳ ।

ଭାରତୀୟ ଦଳରେ ପ୍ରଥମ ଦିନିକିଆ ପାଇଁ ସୂର୍ଯ୍ୟକୁମାର ଯାଦବଙ୍କୁ ଏକାଦଶରେ ସ୍ଥାନ ମିଳିଛି । ଦିନିକିଆ ଫର୍ମାଟରେ ଏଯାଏ ସଫଳ ହୋଇଥିବା ଟି-20 ସ୍ପେସାଲିଷ୍ଟ ସୂର୍ଯ୍ୟକୁମାରଙ୍କ ପାଖରେ ସୁଯୋଗ ରହିଛି ନିଜର ଦକ୍ଷତା ଦେଖାଇବାକୁ । ତାଙ୍କୁ ଆଜି ଏକ ସଫଳ ଇନିଂସ ଖେଳିବାକୁ ହେବ । ଋତୁରାଜ ଗାଏକ୍ବାର୍ଡ ଓ ଶୁଭମନ ଗିଲ ଓପନିଂ କରିବେ । ଶ୍ରେୟାର ଆୟରଙ୍କୁ ମଧ୍ୟ ଏକାଦଶରେ ସ୍ଥାନ ମିଳିଛି । ଯୁବ ଖେଳାଳିଙ୍କୁ ବିଶ୍ବକପ ପୂର୍ବରୁ ଶେଷ ପରୀକ୍ଷାରେ ସଫଳତାର ସହ ପାସ ଦେବାକୁ ପଡିବ । ବୋଲିଂରେ ଆର ଅଶ୍ବିନୀଙ୍କ ଯାଦୁଗରୀ ଦେଖିବାକୁ ମିଳିବ ।

IND vs AUS, 1st ODI
  • ଭାରତୀୟ ଏକାଦଶ: ଶୁଭମନ ଗିଲ, ଋତୁରାଜ ଗାଏକ୍ବାର୍ଡ, ଶ୍ରେୟାସ ଆୟର, ଈଶାନ କିଷନ, ୟୂର୍ଯ୍ୟକୁମାର ଯାଦବ, କେଏଲ ରାହୁଲ (ଅଧିନାୟକ), ରବିନ୍ଦ୍ର ଜାଡେଜା (ଉପଅଧିନାୟକ), ଆର ଅଶ୍ବିନୀ, ମହମ୍ମଦ ସାମି, ସାର୍ଦୁଳ ଠାକୁର, ଯଶପ୍ରୀତ ବୁମରା ।
  • ଅଷ୍ଟ୍ରେଲିଆ ଏକାଦଶ: ଡେଭିଡ ୱାର୍ଣ୍ଣର, ମିଚେଲ ମାର୍ଶ, ଷ୍ଟେଭିନ ସ୍ମିଥ, ମାର୍ନସ ଲାବୁସାନ, କାମେରନ ଗ୍ରୀନ, ଜେ ଇଙ୍ଗଲିସ, ଏମ ଷ୍ଟୋନିସ, ମାର୍କସ ସ୍ପେନସର, ପ୍ୟାଟ କମିନ୍ସ (ଅଧିନାୟକ), ଏସ ଆବୋଟ, ଆଡାମ ଜାମ୍ଫା ।
More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+