ପ୍ରଥମ ଦିନିକିଆ: ଅଷ୍ଟ୍ରେଲିଆକୁ ହରାଇ ଭାରତ ନମ୍ବର ଓ୍ବାନ୍
ମୋହାଲି: ପ୍ରଥମ ଦିନିକିଆରେ ଭାରତର ରୋମାଞ୍ଚକର ବିଜୟ । ଅଷ୍ଟ୍ରେଲିଆକୁ ୫ ୱିକେଟରେ ହରାଇଲା ଭାରତ । ଓପନିଂ ଯୋଡ଼ିରେ ୧୪୨ ରନ ସଂଗ୍ରହ କଲେ ଋତୁରାଜ ଓ ଶୁଭମନ । ମୋହାଲିର ପଞ୍ଜାବ କ୍ରିକେଟ ଆସୋସିଏସ ଷ୍ଟାଡିୟମଠାରେ ଖେଳା ଯାଇଥିବା ପ୍ରଥମ ଦିନିକିଆରେ ଅଷ୍ଟ୍ରେଲିଆକୁ ୫ ୱିକେଟରେ ହରାଇ ଦେଇଛି ଭାରତ । ଏହା ସହିତ ଦିନିକିଆ ସିରିଜରେ ୧-୦ରେ ଭାରତ ଆଗୁଆ ହୋଇଛି ।
ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ୫୦ ଓଭରରେ ସମସ୍ତ ୱିକେଟ୍ ହରାଇ ୨୭୬ ରନ୍ କରିଥିଲା । ଏହାର ଜବାବରେ ଭାରତ ୮ ଟି ବଲ୍ ବାକି ଥାଇ ମ୍ୟାଚ୍ ଜିତି ନେଇଥିଲା । ଏହି ବିଜୟ ସହ ଭାରତ ତିନି ମ୍ୟାଚ ବିଶିଷ୍ଟ ସିରିଜରେ ୧-୦ରେ ଅଗ୍ରଣୀ ହାସଲ କରିଛି । ଏହାଛଡ଼ା ଆଇସିସି ଦିନିକିଆ ର଼୍ୟାଙ୍କିଙ୍ଗରେ ପାକିସ୍ତାନକୁ ହଟାଇ ଏକ ନମ୍ବର ସ୍ଥାନ ହାସଲ କରିଛି । ଭାରତ ଏବେ ତିନୋଟି ଯାକ ଫର୍ମାଟରେ ଏକ ନମ୍ବର ଦଳ ହୋଇଛି ।

ଅଷ୍ଟ୍ରେଲିଆ ପକ୍ଷରୁ ଡେଭିଡ ଓ୍ବାର୍ଣ୍ଣର ୫୨ରନ , ଜୋସ ଇଂଗଲିସ ୪୫ରନ, ଷ୍ଟିଭ ସ୍ମିଥ୍ ୪୧ରନ କରିଥିଲେ । ଭାରତ ପକ୍ଷରୁ ମହମ୍ମଦ ସାମି ୫ ୱିକେଟ ନେଇଥିଲେ ।
୨୭୭ରନର ଲକ୍ଷ୍ୟକୁ ଭାରତ ୪୮.୪ ଓଭରରେ ୫ ୱିକେଟ ହରାଇ ହାସଲ କରିନେଇଥିଲା । ଭାରତ ପକ୍ଷରୁ ଦୁଇ ଓପନର ଋତୁରାଜ ଗାଇକ୍ବାଡ୍ ଓ ଶୁଭମନ ଗିଲ ପ୍ରଥମ ୱିକେଟ ଯୋଡ଼ିରେ ୧୪୨ ରନ କରି ବିଜୟ ପାଇଁ ଏକ ଦୃଢ ମୂଳଦୁଆ ସ୍ଥାପନ କରିଥିଲେ । ଗାଇକ୍ବାଡ ୭୧ ଓ ଗିଲ ୭୪ରନ କରି ଆଉଟ ହୋଇଥିଲେ । ସେହିପରି କେଏଲ ରାହୁଲ ୫୮ ରନ ଓ ସୂର୍ଯ୍ୟକୁମାର ୫୦ରନର ଯୋଗଦାନ ଦେଇ ଦଳ ପାଇଁ ବିଜୟ ଆଣି ଦେଇଥିଲେ ।












Click it and Unblock the Notifications