Get Updates
Get notified of breaking news, exclusive insights, and must-see stories!

IND Vs AFG: ବ୍ୟାଟ୍ସମ୍ୟାନ୍ ନା ବୋଲର୍, କିଏ ମାରିବେ ବାଜି ? ଜାଣନ୍ତୁ କଣ ରହିଛି ପିଚ୍ ରିପୋର୍ଟ ଏବଂ ପାଣିପାଗ

IND Vs AFG: ଟି20 ବିଶ୍ୱକପ 2024 ର ସୁପର 8 ପର୍ଯ୍ୟାୟରେ ଭାରତୀୟ ଦଳ ଆଜିଠାରୁ ନିଜର ଅଭିଯାନ ଆରମ୍ଭ କରିବ । ପ୍ରଥମ ମ୍ୟାଚରେ ଭାରତୀୟ ଦଳ ଆଫଗାନିସ୍ତାନକୁ ଭେଟିବ । ଏହି ମ୍ୟାଚ୍ କେନ୍ସିଙ୍ଗଟନ୍ ଓଭାଲ୍, ବାରବାଡୋସରେ ଖେଳାଯିବ । ଗ୍ରୁପ୍ ପର୍ଯ୍ୟାୟରେ ରୋହିତ ଶର୍ମାଙ୍କ ଟିମ୍ ଚାରିଟି ମ୍ୟାଚ୍ ମଧ୍ୟରୁ ତିନୋଟି ଜିତିଥିବା ବେଳେ ବର୍ଷା ହେତୁ ଗୋଟିଏ ମ୍ୟାଚ୍ ବାଧାପ୍ରାପ୍ତ ହୋଇଥିଲା ।

ତେବେ ସୁପର 8 ର ଏହି ମ୍ୟାଚ୍ ରେ କିପରି ରହିଛି ପାଣିପାଗ ଓ ପିଚ୍ ରିପୋର୍ଟ କଣ କହୁଛି ସେ ନେଇ ଆସନ୍ତୁ ଜାଣିବା ।

ଆଫଗାନିସ୍ତାନ ମଧ୍ୟ ଚମତ୍କାର ପ୍ରଦର୍ଶନ କରିଛି । ଉଗାଣ୍ଡାକୁ 125 ରନ, ନ୍ୟୁଜିଲ୍ୟାଣ୍ଡକୁ 84 ରନ ଏବଂ ପପୁଆ ନ୍ୟୁ ଗିନିକୁ ସାତ ୱିକେଟରେ ପରାସ୍ତ କରିଛି । ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଦଳକୁ ପରାଜୟର ସାମ୍ନା କରିବାକୁ ପଡ଼ିଛି ।

Kensington Oval

କଣ ରହିଛି ପାଣିପାଗ ?

ସୂଚନା ଅନୁସାରେ, ଆଜି ବର୍ଷା ଯୋଗୁଁ ମ୍ୟାଚ୍ ବାଧାପ୍ରାପ୍ତ ହେବାର କୌଣସି ସମ୍ଭାବନା ନାହିଁ । ମାତ୍ର 10% ବର୍ଷା ହେବାର ପୂର୍ବାନୁମାନ କରାଯାଇଛି । ତେଣୁ, କୌଣସି ବାଧା ବିନା ମ୍ୟାଚ୍ ସମ୍ପୂର୍ଣ୍ଣ ହେବା ନେଇ ସମ୍ଭାବନା ଅଛି ।

କିଭଳି ରହିଛି ପିଚ୍ ରିପୋର୍ଟ ?

ଏଠାକାର ପିଚ୍ ଆମେରିକା ଭଳି ବ୍ୟାଟ୍ସମ୍ୟାନଙ୍କୁ ଏତେଟା ଅସୁବିଧାରେ ପକାଇବ ନାହିଁ । ଆଫଗାନିସ୍ତାନର ସ୍ପିନରଙ୍କୁ ସାମ୍ନା କରିବାକୁ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ପାଇଁ ବଡ ଚ୍ୟାଲେଞ୍ଜ ହେବ । ରଶିଦ ଖାଁ, ନୂର ଅହମ୍ମଦ ଓ ମହମ୍ମଦ ନାବି ତାଙ୍କ ବୋଲିଂ ମାଧ୍ୟମରେ ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି ।

ଟିମ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ଓ ବିରାଟ କୋହଲି ଏ ନେଇ କଡା ଅଭ୍ୟାସ ମଧ୍ୟ କରିଛନ୍ତି । ଆଫଗାନିସ୍ତାନ ବିପକ୍ଷରେ ସୂର୍ଯ୍ୟକୁମାର ଯାଦବ ଭାରତର ଟ୍ରମ୍ପ କାର୍ଡ ହେବେ ବୋଲି ଅନୁମାନ କରାଯାଉଛି । ସେହିପରି ତୃତୀୟ ସ୍ଥାନରେ ରିଷଭ ପନ୍ତ କିପରି ବ୍ୟାଟିଂ କରୁଛନ୍ତି ସେଥିପ୍ରତି ନଜର ରହିବ ।

ଆଫଗାନିସ୍ତାନ କୋଚ ଜୋନାଥନ ଟ୍ରଟ୍ଟ କହିଛନ୍ତି ଆମେରିକା ପିଚ ଓ ଏଠାକାର ସମ୍ପୂର୍ଣ୍ଣ ଭିନ୍ନ । ବୋଲରମାନଙ୍କୁ ଏଥିପ୍ରତି ଧ୍ୟାନ ରଖିବାକୁ ପଡିବ । ଭାରତ ନିକଟରେ ଏକ ଶକ୍ତିଶାଳୀ ବ୍ୟାଟିଂ ଲାଇନ ଅପ ରହିଥିବାରୁ ସାମାନ୍ୟ ଭୂଲ ମ୍ୟାଚକୁ ହାତଛଡା କରିବ ବୋଲି କହିଛନ୍ତି । କିଙ୍ଗଷ୍ଟା ଓଭାଲରେ ଭାରତ 2 ଟି T୨୦ ମ୍ୟାଚ ଖେଳିବା ସତ୍ୱେ ବିଜୟ ହାସଲ କରିପାରି ନାହିଁ ।

ସେହିପରି ଆଫଗାନିସ୍ତାନ ବିପକ୍ଷରେ ଭାରତର ଟି୨୦ ରେକର୍ଡ ଭଲ ରହିଛି । ଏହାକୁ ପାଥେୟ କରି ରୋହିତ ବାହିନୀ ଆଗକୁ ବଢ଼ିବ ବୋଲି ଅନୁମାନ କରାଯାଉଛି । ଟାଇଟଲ ଆଶାୟୀ ଭାରତ ଏହି ମ୍ୟାଚରେ ନିଶ୍ଚିତ ବିଜୟ ହାସଲ ଲକ୍ଷ୍ୟରେ ରହିବ । ୟୁଜଭେନ୍ଦ୍ର ଚହଲ ଓ କୂଲଦୀପ ଯାଦବଙ୍କ ମଧ୍ୟରୁ କାହାକୁ ଖେଳାଯିବ ସେ ନେଇ ଏବେ ବି ଦ୍ୱନ୍ଦ୍ୱ ଲାଗି ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+