ଆଜି ଭାରତ ବନାମ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି-୨୦
ଆଜି ଭାରତ ବନାମ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି-୨୦ ମ୍ୟାଚ । ସିରିଜ୍ର ଦ୍ୱିତୀୟ ମ୍ୟାଚ୍ ସ୍ଥାନୀୟ ବର୍ଷାପାରା ଅନ୍ତର୍ଜାତୀୟ ଷ୍ଟାଡିୟମ୍ରେ ଖେଳାଯିବ। ଏହା ପୂର୍ବରୁ ଥିରୁଅନନ୍ତପୁରମରେ ଖେଳାଯାଇଥିବା ପ୍ରଥମ ମୁକାବିଲାରେ ଭାରତ ସହଜରେ ମ୍ୟାଚ୍କୁ ଜିତି ନେଇଥି
ଗ୍ୱୌହାଟୀ: ଆଜି ଭାରତ ବନାମ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି-୨୦ ମ୍ୟାଚ । ସିରିଜ୍ର ଦ୍ୱିତୀୟ ମ୍ୟାଚ୍ ସ୍ଥାନୀୟ ବର୍ଷାପାରା ଅନ୍ତର୍ଜାତୀୟ ଷ୍ଟାଡିୟମ୍ରେ ଖେଳାଯିବ। ଏହା ପୂର୍ବରୁ ଥିରୁଅନନ୍ତପୁରମରେ ଖେଳାଯାଇଥିବା ପ୍ରଥମ ମୁକାବିଲାରେ ଭାରତ ସହଜରେ ମ୍ୟାଚ୍କୁ ଜିତି ନେଇଥିଲା। ଘରୋଇ ଦଳ ୧-୦ରେ ଅଗ୍ରଣୀ ରହିଥିଲାବେଳେ ଏଠାରେ ଦ୍ୱିତୀୟ ମ୍ୟାଚ୍ ଜିତି ପ୍ରଥମଥର ଭ୍ରମଣକାରୀ ଦଳ ବିପକ୍ଷରେ ଟି-୨୦ ସିରିଜ୍ ଜିତିବାକୁ ଲକ୍ଷ୍ୟ ରଖିଛି। ତେବେ ମ୍ୟାଚ୍ ଜିତିପାରିଲେ ଗତବର୍ଷ ଟ୍ବେଣ୍ଟି-୨୦ ବିଶ୍ବକପ୍ ପରଠାରୁ ଭାରତ ମୋଟ ୯ରୁ ଅଷ୍ଟମ ଦ୍ବିପାକ୍ଷିକ ଶୃଙ୍ଖଳା ଜିତିବାର ଗୌରବ ବହନ କରିବ।

ବିଶ୍ବକପ୍ ପୂର୍ବରୁ ଏହି ଶୃଙ୍ଖଳା ଭାରତୀୟ ଦଳର ଶେଷ ପ୍ରସ୍ତୁତି ରହିଥିବାରୁ ପ୍ରଶିକ୍ଷକ ରାହୁଲ ଦ୍ରାବିଡ୍ଙ୍କ ପାଖରେ ବୁମ୍ରାଙ୍କ ଅନୁପସ୍ଥିତିରେ ଦଳକୁ ପରଖିବା ପାଇଁ ଏହା ପ୍ରକୃଷ୍ଠ ସମୟ। ବୁମ୍ରାଙ୍କ ବଦଳରେ ଉମେଶ ଯାଦବ ଓ ମହମ୍ମଦ ସିରାଜ ଦଳରେ ସ୍ଥାନ ପାଇସାରିଛନ୍ତି। ତେଣୁ ବୁମରାଙ୍କ ବିନା ଭାରତୀୟ ଦଳ ମ୍ୟାଚ୍ରେ ପ୍ରଭାବ ପ୍ରକାଇବାକୁ କେତେ ପ୍ରସ୍ତୁତ ତାହା ଦକ୍ଷିଣ ଆଫ୍ରିକା ବିପକ୍ଷ ପରବର୍ତୀ ଦୁଇ ମ୍ୟାଚ୍ରୁ ଜାଣିହେବ।
ଭୁବନେଶ୍ୱର କୁମାରଙ୍କୁ ବିଶ୍ରାମ ଦିଆଯାଇଥିଲାବେଳେ ପିଠିରେ ଆଘାତ ଲାଗିଥିବାର ଜସପ୍ରୀତ୍ ବୁମରାଙ୍କୁ ଶେଷ ଦୁଇଟି ଟି-୨୦ରୁ ବାଦ୍ ଦିଆଯାଇଛି । ମହମ୍ମଦ୍ ସାମି କୋଭିଡ୍ ଆକ୍ରାନ୍ତରୁ ମୁକ୍ତି ପାଇଥିଲେ ମଧ୍ୟ ଏବେ ମ୍ୟାଚ୍ ଫିଟ ହେବା ସମ୍ଭବ ନୁହେଁ । ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ଏହି ସିରିଜ୍ ଖେଳୁ ନାହାନ୍ତି। ଏଭଳି ସମୟରେ ବୁମରାଙ୍କ ଆହତ ସମସ୍ୟା ଭାରତର ସମୀକରଣକୁ ଏପଟ ସେପଟ କରିଦେଇଛି।
ବିଶ୍ବକପ୍ ଦଳର ଅନ୍ୟତମ ଷ୍ଟାଣ୍ଡବାଏ ବୋଲର ଦୀପକ ଚହର ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟ୍ବେଣ୍ଟି-୨୦ରେ ଅର୍ଶଦୀପ ସିଂହଙ୍କୁ ସାଥୀ କରି ଭାରତକୁ ପ୍ରାରମ୍ଭିକ ସଫଳତା ଦେଇପାରିଥିଲେ। ଅନ୍ୟପକ୍ଷରେ ହର୍ଷଲ ପଟେଲଙ୍କ ପାଇଁ ଦ୍ବିତୀୟ ମ୍ୟାଚ୍ରେ ନୂଆ ସୂଯୋଗ ସୃଷ୍ଟି ହୋଇପାରେ। କିନ୍ତୁ ଏଭଳି ବୋଲିଂ ସମସ୍ୟା ସ୍ପିନରଙ୍କ କ୍ଷେତ୍ରରେ ରହିବନି। କାରଣ ପ୍ରତ୍ୟେକ ମ୍ୟାଚ୍ରେ ପ୍ରଭାବୀ ରହୁଥିବା ଅକ୍ଷର ପଟେଲ ନିଜ ସ୍ଥାନ ପକ୍କା କରିସାରିଛନ୍ତି। ଗତ ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ଅକ୍ଷର ୮ ୱିକେଟ୍ ନେଇ ଶୀର୍ଷରେ ରହିଥିଲା ବେଳେ ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ମ୍ୟାଚ୍ରେ ରବିଚନ୍ଦ୍ରନ ଅଶ୍ବିନଙ୍କ ସହ ମଝି ଓଭରଗୁଡ଼ିକୁ ସମ୍ଭାଳିଥିଲେ।
ବ୍ୟାଟିଂରେ ଟପ୍ ଅର୍ଡରରେ ଖେଳୁଥିବା ୪ଜଣ ବ୍ୟାଟର ରୋହିତ ଶର୍ମା, ଲୋକେଶ ରାହୁଲ, ବିରାଟ କୋହଲି ଓ ସୂର୍ଯ୍ୟକୁମାର ଯାଦବ ଫର୍ମକୁ ଆସିଯାଇଛନ୍ତି। ମିଡଲ ଅର୍ଡରକୁ ନେଇ ଯେଉଁ ଚିନ୍ତା ରହିଛି ତାହାକୁ ସଜାଡିବାକୁ ସୁଯୋଗ ମିଳିନାହିଁ। ଋଷଭ ପନ୍ତ୍ କିମ୍ବା ନୂଆ ଟିମ୍ ଫିନିସର ଦିନେଶ କାର୍ତ୍ତିକ ପ୍ରାକ୍ଟିସ୍ କରିବାର ସୁଯୋଗ ପାଇ ନାହାନ୍ତି। ଅଷ୍ଟ୍ରେଲିଆ ବିପକ୍ଷରେ ଜବରଦସ୍ତ ଅଲରାଉଣ୍ଡ ଖେଳ ପ୍ରଦର୍ଶନ କରିଥିବା ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ୍ ଲାଗି ବିଶ୍ରାମ ଦିଆଯାଇଛି। କେବଳ ପେସ୍ ବୋଲିଂକୁ ସଜାଡିପାରିଲେ, ଭାରତୀୟ ଦଳ ଟି-୨୦ ବିଶ୍ୱକପ୍ରେ ଏକ ଶ୍ରେଷ୍ଠ ଦଳର ମାନ୍ୟତା ପାଇବ।
ଅନ୍ୟପକ୍ଷରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାର ପେସ୍ ବୋଲର ମଧ୍ୟ ଭଲ ଫର୍ମରେ ନାହାନ୍ତି। ଏହି ବୋଲରଙ୍କ ଉପରେ ଯଥେଷ୍ଟ ଭରସା ଥିଲେ ମଧ୍ୟ ସେମାନେ ଦକ୍ଷତା ଅନୁଯାୟୀ ପ୍ରଦର୍ଶନ କରିବାରେ ସମର୍ଥ ହେଉ ନାହାନ୍ତି। ବ୍ୟାଟରଙ୍କଠାରୁ ମଧ୍ୟ ଦଳ ଅନୁରୂପ ପ୍ରଦର୍ଶନ ଆଶା କରୁଛି। ଏଭଳି ସ୍ଥିତିରେ ଭାରତକୁ ହରାଇବା ଲାଗି ଦକ୍ଷିଣ ଆଫ୍ରିକାକୁ ସବୁ ବିଭାଗରେ ଉନ୍ନତି ଆଣିବାକୁ ହେବ।
ସମ୍ଭାବ୍ୟ ଭାରତ ଏକାଦଶ: ରୋହିତ ଶର୍ମା (ଅଧିନାୟକ), କେଏଲ୍ ରାହୁଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ହାର୍ଦିକ୍ ପାଣ୍ଡ୍ୟା, ଦୀନେଶ କାର୍ତିକ (ୱିକେଟ୍ରକ୍ଷକ), ଅକ୍ଷର ପଟେଲ, ରବିଚନ୍ଦ୍ରନ୍ ଅଶ୍ବିନ୍, ଦୀପକ ଚହର, ହର୍ଷଲ ପଟେଲ, ଅର୍ଶଦୀପ ସିଂହ।
ସମ୍ଭାବ୍ୟ ଦକ୍ଷିଣ ଆଫ୍ରିକା ଏକାଦଶ: ତେମ୍ବା ବଭୂମା (ଅଧିନାୟକ), କ୍ବିଣ୍ଟନ ଡି' କକ୍, ରିଲି ରୁସୋ, ଏଦେନ୍ ମର୍କରାମ, ଡେଭିଡ୍ ମିଲର, ତ୍ରିଷ୍ଟାନ୍ ଷ୍ଟବ୍ସ, ୱେନ୍ ପାର୍ନେଲ, କେଶବ ମହାରାଜ, କାଗିସୋ ରବାଦା, ଅନ୍ରିକ୍ ନର୍ଖିୟା, ତାବ୍ରିଜ୍ ସାମ୍ସୀ।
-
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଓଡ଼ିଶାର ଏହି ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍ -
ଗ୍ୟାସ ସଙ୍କଟକୁ ଏଡାଇବା ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି; ଲାଗୁ କଲେ ESMA ଆଇନ -
ମଧ୍ୟପ୍ରାଚ୍ୟରେ ଲକ୍ଷ ଲକ୍ଷ ଫସିଛନ୍ତି ଓଡ଼ିଆ, ଫେରାଇ ଆଣିବାର ଅନୁରୋଧ କଲେ ନବୀନ -
ମହାରାଷ୍ଟ୍ର ରାଜ୍ୟସଭା ନିର୍ବାଚନ; ୨୬ ନେତା ନିର୍ଦ୍ୱନ୍ଦ୍ୱରେ ବିଜୟୀ -
ଡାଇବେଟିସରେ ରୋଗୀ ଭାତ ଖାଇବା ଉଚିତ୍ ନା ନୁହେଁ, ଜାଣନ୍ତୁ ଏନେଇ....












Click it and Unblock the Notifications