Get Updates
Get notified of breaking news, exclusive insights, and must-see stories!

ବର୍ଷାପାରାରେ ସୂର୍ଯ୍ୟଙ୍କ ରନ ବର୍ଷା: ଦକ୍ଷିଣ ଆଫ୍ରିକା ଆଗରେ ବିଶାଳ ବିଜୟ ଲକ୍ଷ୍ୟ

ଭାରତ ବନାମ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା 3 ମ୍ୟାଚ ବିଶିଷ୍ଟ ଟି-20 ସିରିଜର ଦ୍ୱିତୀୟ ମ୍ୟାଚ୍ ଆଜି ଗ୍ୱୌହାଟୀର ବର୍ଷାପାରା କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଉଛି। ଟସ୍ ହାରିବା ପରେ ପ୍ରଥମେ ବ୍ୟାଟିଂ କରି ଏହି ମ୍ୟାଚରେ ଭାରତୀୟ ଦଳ ଆବଣ୍ଟିତ ଓଭରରେ ତିନୋଟି ୱିକ

ଗ୍ୱୌହାଟୀ: ଭାରତ ବନାମ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା 3 ମ୍ୟାଚ ବିଶିଷ୍ଟ ଟି-20 ସିରିଜର ଦ୍ୱିତୀୟ ମ୍ୟାଚ୍ ଆଜି ଗ୍ୱୌହାଟୀର ବର୍ଷାପାରା କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଉଛି। ଟସ୍ ହାରିବା ପରେ ପ୍ରଥମେ ବ୍ୟାଟିଂ କରି ଏହି ମ୍ୟାଚରେ ଭାରତୀୟ ଦଳ ଆବଣ୍ଟିତ ଓଭରରେ ତିନୋଟି ୱିକେଟ୍ ହରାଇ 237 ରନ୍ ସଂଗ୍ରହ କରିଛି । ଦଳ ପାଇଁ ଉପ ଅଧିନାୟକ କେଏଲ୍ ରାହୁଲ 28 ବଲରୁ 57, କ୍ୟାପଟେନ ରୋହିତ ଶର୍ମା 37 ବଲରୁ 43, ବିରାଟ କୋହଲି 28 ବଲରୁ ଅପରାଜିତ 49, ସୂର୍ଯ୍ୟକୁମାର ଯାଦବ 22 ବଲରୁ 61 ସ୍କୋର କରିଥିଲେ ଏବଂ ଦିନେଶ କାର୍ତ୍ତିକ 7 ବଲରୁ ଅପରାଜିତ 17 ସ୍କୋର କରିଛନ୍ତି ।

IND v SA 2nd T20

ତେବେ ଦୁଇ ଓପନରଙ୍କ ଜବରଦସ୍ତ ଆରମ୍ଭ ପରେ ପାଳିକୁ ଆଗକୁ ନେଇଥିଲେ ସୂର୍ଯ୍ୟକୁମାର ଯାଦବ ଓ ବିରାଟ କୋହଲି । ଦଳ ପାଇଁ ତୃତୀୟ କ୍ରମରେ ବ୍ୟାଟିଂ କରି ସେ 175.00 ଷ୍ଟ୍ରାଇକ୍ ହାରରେ 28 ବଲରେ 49 ରନର ଅପରାଜିତ ଇନିଂସ ଖେଳିଥିଲେ । ତେବେ ସେ ନିଜର 34ତମ ଅର୍ଦ୍ଧଶତକରୁ ମାତ୍ର ଗୋଟିଏ ରନରୁ ବଞ୍ଚିତ ହୋଇଥିଲେ ।

ସେହିପରି ଚତୁର୍ ନମ୍ବରରେ ବ୍ୟାଟିଂ ଆସିଥିବ ସୂର୍ଯ୍ୟକୁମାର ଯାଦବ ନିଜ କ୍ୟାରିୟର ଶ୍ରେଷ୍ଠ ଟି-20 ଅନ୍ତରାଷ୍ଟ୍ରୀୟ ଇଂନିସ ଖେଳିଥିଲେ । ସେ ଆଜି ମ୍ୟାଚରେ 18 ବଲରୁ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ । ଯାହାକୁ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ତାଲିକାରେ 3ୟ ଦ୍ରୁତ ଅର୍ଦ୍ଧଶତକ । ସେହିପରି ଶେଷରେ ବ୍ୟାଟିଂ ଆସିଥିବା ଦିନେଶ କାର୍ତ୍ତିକ 7 ବଲରେ 17 ରନ ସଂଗ୍ରହ କରି ଦଳ ପାଇଁ ବଢିଆ ଫିନସ୍ କରିଥିଲେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+