IND va BAN: ବାଂଲାଦେଶ ବିପକ୍ଷ ଟି-୨୦ ସିରିଜ ୨-୦ରେ କବଜା କରି ଭାରତୀୟ ଟିମ

ବାଂଲାଦେଶ ବିପକ୍ଷ ଟି-୨୦ ସିରିଜକୁ ଆଗୁଆ ୨-୦ରେ କବଜା କରି ଭାରତୀୟ ଟିମ। ଦିଲ୍ଲୀରେ ଖେଳା ଯାଉଥିବା ଦ୍ୱିତୀୟ ଟି-୨୦କୁ ଭାରତୀୟ ଟିମ ଅତି ସହଜରରେ ଜିତି ନେଇଛି।

ଭାରତ ୨୨୨ ରନର ଟାର୍ଗେଟ ଦେଇଥିବା ବେଳେ ବାଂଲାଦେଶ ଟିମ ୯ ୱିକେଟରେ କେବଳ ୧୩୫ ରନରେ ଅଟକି ଯାଇଛି। ୮୬ ରନରେ ଦ୍ୱିତୀୟକୁ ଟି-୨୦ ଜିତି ସୂର୍ଯ୍ୟ କୁମାର ଯାଦବଙ୍କ ଭାରତୀୟ ଟିମ ଗୋଟିଏ ମ୍ୟାଚ୍‌ ପୂର୍ବରୁ ସିରିଜ କବଜା କରିନେଇଛି।

ବ୍ୟାଟିଂ ଓ ବୋଲିଂରେ କମାଲ କରିଥିବା ନୀତୀଶ କୁମାର ରେଡ୍ଡୀ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି। ସେ ବ୍ୟାଟିଂରେ ମାତ୍ର ୩୪ ବଲରେ ୭୪ ରନ କରିଥିବା ବେଳେ ବୋଲିଂରେ ୪ ଓଭର ପକାଇ ୨୩ ରନ ଦେବା ସହ ୨ଟି ୱିକେଟ ନେଇଛନ୍ତି।

IND v BAN

ମ୍ୟାଚ୍‌ରେ ଟସ୍‌ ହାରିବା ପରେ ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଭାରତୀୟ ଦଳର ଭଲ ଆରମ୍ଭ କରି ନଥିଲା। ଦଳ ୨୫ ରନରେ ୨ ୱିକେଟ୍ ଏବଂ ୪୧ ରନରେ ତୃତୀୟ ୱିକେଟ୍ ହରାଇଥିଲା। ସଞ୍ଜୁ ସାମସନ (୧୦), ଅଭିଷେକ ଶର୍ମା (୧୫) ଏବଂ ଅଧିନାୟକ ସୂର୍ଯ୍ୟକୁମାର ଯାଦବ (୮) ଶୀଘ୍ର ପାଭିଲିୟନକୁ ଫେରିଥିଲେ। ଏହା ପରେ ନୀତୀଶ ରେଡ୍ଡୀ ଏବଂ ରିଙ୍କୁ ସିଂ ଦାୟିତ୍ୱ ଗ୍ରହଣ କରିଥିଲେ।

ଦୁହେଁ ମିଶି ୪୯ ବଲରେ ୧୦୮ ରନର ଭାଗିଦାରୀ କରିଥିଲେ ଏବଂ ଦଳର ସ୍କୋରକୁ ୨୦୦ ପାର କରାଇଥିଲେ।କ୍ୟାରିୟରର ଦ୍ୱିତୀୟ ମ୍ୟାଚରେ ନୀତୀଶ ତାଙ୍କର ପ୍ରଥମ ଅର୍ଦ୍ଧଶତକ ହାସଲ କରିଛନ୍ତି। ସେ ୨୭ ବଲରେ ଅର୍ଦ୍ଧଶତକ ପୂରଣ କରିଥିଲେ। ଏହି ସମୟ ମଧ୍ୟରେ ସେ ୪ ଟି ଛକା ଓ ୩ ଚୌକ ମାରିଥିଲେ। ଏହି ମ୍ୟାଚରେ ନୀତୀଶ ୩୪ ଟି ବଲରେ ମୋଟ ୭୪ ରନ୍ ସଂଗ୍ରହ କରିଥିଲେ ।

ନୀତୀଶ ଆଉଟ୍ ହେବା ମାତ୍ରେ ରିଙ୍କୁ ସିଂ ୨୬ ବଲରେ ଅର୍ଦ୍ଧଶତକ ହାସଲ କରିଥିଲେ। ରିଙ୍କୁ ତାଙ୍କ ଇନିଂସରେ ୬ ଟି ଛକା ଓ ୪ ଚୌକ ମାରିଥିଲେ। ତେବେ ଭାରତୀୟ ଦଳ ୯ ୱିକେଟ୍ ହରାଇବା ପରେ ୨୨୧ ରନ୍ ସଂଗ୍ରହ କରିଥିଲା। ବାଂଲାଦେଶ ପାଇଁ ରିଷଦ ହୁସେନ୍ ସର୍ବାଧିକ ୩ ୱିକେଟ୍ ନେଇଥିଲେ। ମୁସ୍ତାଫିଜୁର ରହମାନ, ତସ୍କିନ୍ ଅହମ୍ମଦ ଏବଂ ତାନଜିମ ହାସନ ସାକିବ ପ୍ରତ୍ୟେକ ଦୁଇଟି ଲେଖାଏଁ ୱିକେଟ୍ ନେଇଛନ୍ତି।

୨୨୨ ରନର ଟାର୍ଗେଟ ପିଛା କରୁଥିବା ବାଂଲାଦେଶ ଆରମ୍ଭରୁ ବାଟ ହୁଡ଼ିଥିଲା। ପରଭେଜ ହୁସେନ ଇମୋନ ୧୬, ଲିଟନ ଦାସ ୧୪, ଅଧିନାୟକ ନଜମୁଲ ହୁସେନ ସାଣ୍ଟୋ ୧୧ ଓ ତୋହିଦ ହ୍ରିଦୟ ମାତ୍ର ୨ ରନ କରିବାକୁ ସକ୍ଷମ ହୋଇଥିଲେ।

୪୬ ରନରେ ଦଳ ୪ ୱିକେଟ ହରାଇ ଏକ ପ୍ରକାରର ବିଜୟ ଟ୍ରାକରୁ ଓହରି ଯାଇଥିଲା। ଉରୋକ୍ତ ୪ ୱିକେଟ ମଧ୍ୟରୁ ଅର୍ଶଦୀପ ସିଂହ, ବରୁଣ ଚକ୍ରବର୍ତ୍ତୀ, ୱାଶିଂଟନ ସୁନ୍ଦର ଓ ଅଭିଷେକ ଶର୍ମା ଗୋଟିଏ ଲେଖାଏ ୱିକେଟ ନେଇଥିଲେ।

ମେହିଦ ହାସନ ମିରାଜ ଓ ଅଭିଜ୍ଞ ମହମ୍ମଦୁଲ୍ଲା କିଛି ସମୟ ପାଇଁ ଲଢ଼େଇ କରିଥିଲେ। କିନ୍ତୁ ୧୬ ରନ କରିଥିବା ମିରାଜଙ୍କୁ ରିୟାନ ପରାଗ ଆଉଟ କରି ବାଂଲାଦେଶକୁ ୮୦ ରନରେ ୫ମ ଝଟକା ଦେଇଥିଲେ।

ଦଳୀୟ ସ୍କୋର ୮୩ ଥିବା ବେଳେ ଜାକିର ଅଲୀ(୧) ମୟଙ୍କ ଯାଦବଙ୍କ ଶିକାର ବନିଥିଲେ। ରିୟାଦ ହୁସେନ(୯) ବରୁଣଙ୍କୁ ବଡ଼ ଶଟ ମାରିବାକୁ ଚେଷ୍ଟା କରୁଥିବା ବେଳେ ବାଉଣ୍ଡରୀ ପାଖରେ ହାର୍ଦ୍ଦିକ ପାଣ୍ଡ୍ୟା ଅତ୍ୟନ୍ତ ଅବିଶ୍ୱସନୀୟ କ୍ୟାଚ୍‌ ଧରି ତାଙ୍କୁ ପ୍ୟାଭିଲିୟନ ପଠାଇ ଦେଇଥିଲେ। ୯୩ ରନରେ ଦଳ ୭ମ ୱିକେଟ ହରାଇଥିଲା।

ଏହି ସମୟରେ ମହମ୍ମଦୁଲ୍ଲା କିଛି ସମୟ କାଉଣ୍ଟର ଆଟାକ କରିଥିଲେ। ହେଲେ ଏହା ସମୁଦ୍ରକୁ ଶଙ୍ଖେ ସଦୃଶ ଥିଲା। ୧୭ ଓଭର ସୁଦ୍ଧା ବାଂଲାଦେଶର ସ୍କୋର ୧୧୭/୭ ରହିଥିଲା। ମହମ୍ମଦୁଲ୍ଲା ୩୭ ଓ ତାଞ୍ଜିମ ହାସନ ସାକିବ ୭ ରନ କରିଥିଲେ। ୧୮ତମ ଓଭର ନେଇ ଆସିଥିଲେ ନୀତୀଶ କୁମାର। ସେ ୮ ରନ କରିଥିବା ତାଞ୍ଜିମଙ୍କୁ ପାଣ୍ଡ୍ୟାଙ୍କ ହାତରେ କ୍ୟାଚ୍‌ କରାଇ ଦେଇଥିଲେ।

ବାଂଲାଦେଶ ୧୨୦ ରନରେ ୮ମ ୱିକେଟ ହରାଇଥିଲା। ୧୯ତମ ଓଭର ଅର୍ଶଦୀପ ସିଂହ ପକାଇଥିଲେ। ସେ ମାତ୍ର ୫ ରନ ଦେବାକୁ ଶେଷ ଓଭରରେ ବାଂଲାଦେଶକୁ ଜିତିବା ପାଇଁ ବିଶାଳ ୯୫ ରନ ମିଳିଥିଲା।

ଶେଷ ଓଭର ନେଇ ଆସିଥିଲେ ନୀତୀଶ କୁମାର। ପ୍ରଥମ ବଲରେ ସେ ୪୧ ରନ କରିଥିବା ମହମ୍ମଦୁଲ୍ଲାଙ୍କ ୱିକେଟ ନେଇଥିଲେ। ଏହାପରେ ସେ ୮ ରନ ଦେବାକୁ ବାଂଲାଦେଶ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ କେବଳ ୧୩୫ ରନ କରିପାରିଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+