India vs Zimbabwe 3rd T20I : ଜିମ୍ବାୱେକୁ ୨୩ ରନରେ ହରାଇଲା ଭାରତ

ନୂଆଦିଲ୍ଲୀ : ହରାରେ ସ୍ପୋର୍ଟସ ଗ୍ରାଉଣ୍ଡରେ ବୁଧବାର ଅନୁଷ୍ଠିତ ତୃତୀୟ ଟି୨୦ କ୍ରିକେଟ ମ୍ୟାଚରେ ଭାରତ ୨୩ ରନରେ ଜିମ୍ବାୱେକୁ ପରାସ୍ତ କରିଛି । ଫଳରେ ୫ ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ୨-୧ରେ ଅଗ୍ରଣୀଲାଭ କରିଛି । ପ୍ରଥମେ ବ୍ୟାଟିଂ କରି ଟିମ ଇଣ୍ଡିଆ ନିର୍ଦ୍ଧାରିତ ଓଭରରେ ୪ ୱିକେଟ ହରାଇ ୧୮୨ ରନ କରିଥିଲା । ଅଧିନାୟକ ଶୁଭମନ ଗିଲ ସର୍ବାଧିକ ୬୬ ରନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଯଶସ୍ୱୀ ଜୈସୱାଲ(୩୬) ଓ ରିତୁରାଜ ଗାଏକ୍ୱାଡ(୪୯) ରନ କରିଥିଲେ । ବ୍ଲେସିଂ ମୁଜାରବାନୀ ଓ ସିକନ୍ଦର ରାଜା ୨ଟି ଲେଖାଏଁ ୱିକେଟ ନେଇଥିଲେ ।

ଧାର୍ଯ୍ୟ ୧୮୩ ରନ୍‌ର ପିଛା କରି ଜିମ୍ବାୱେ ଦଳ ୨୦ ଓଭରରେ ୬ ୱିକେଟ ହରାଇ ୧୫୯ ରନ୍ କରିଥିଲା । ଜିମ୍ବାୱେ ପକ୍ଷରୁ ୱେସଲି ମାଡେଭେରେ ୧ ରନ୍ କରିଥିବାବେଳେ ତାଡିୱାନାସେ ମାରୁମାନି ୧୩ ରନ୍ କରିଥିଲେ । ସେହିପରି ବ୍ରିୟାନ ବେନଫିଟ୍ ୪ ରନ୍‌, ଡିଅନ ମାୟର୍ସ ୬୫ ରନ୍‌, ସିକନ୍ଦର ରଜା ୧୫ ରନ୍ , ଜୋନାଥନ କ୍ୟାମ୍ପବେଲ ୧ ରନ୍ , କ୍ଲିଭ ମାଡାଣ୍ଡେ ୩୭ ରନ୍‌, ୱେଲିଙ୍ଗଟନ ମାସାକଡା ୧୮ ରନ୍ କରିଥିଲେ ।

IND beat ZIM by 23 runs in Harare

ହରାରେର ହରାରେ ସ୍ପୋର୍ଟସ୍ କ୍ଲବ୍‌ରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଭାରତୀୟ ଅଧିନାୟକ ଶୁଭମାନ ଗିଲ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଜିମ୍ବାେଓ ଅଧିନାୟକ ସିକନ୍ଦର ରାଜାଙ୍କ ନେତୃତ୍ୱରେ ବୋଲିଂ ଆରମ୍ଭ କରିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+