Get Updates
Get notified of breaking news, exclusive insights, and must-see stories!

ବଢିଲା ସୁରକ୍ଷା : ଷ୍ଟାଡିୟମ ଭିତରକୁ ଏହି ସବୁ ଜିନିଷ ମନା

ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିୟମ୍‌ରେ ଭାରତ ଏବଂ ସାଉଥ୍‌ ଆଫ୍ରିକା ମଧ୍ୟରେ ଟି-୨୦ ମ୍ୟାଚ୍‌ ଅନୁଷ୍ଠିତ ହେବ। ଏଥିପାଇଁ କମିଶନରେଟ୍‌ ପୋଲିସ ପକ୍ଷରୁ ଦ୍ୱୈତନଗରୀ କଟକ ଓ ଭୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ମଙ୍ଗଳବାର କମିଶନରେଟ ପୋଲିସ ପକ୍ଷରୁ ବିଭିନ୍ନ ବିଭାଗକୁ ନେଇ ପୋଲିସ ଭବନଠାରେ ବୈଠକ ଅନୁଷ୍ଠିତ ହୋଇଥିଲା। ଖେଳାଳିଙ୍କ ସୁରକ୍ଷା, ରହଣି ଏବଂ ମ୍ୟାଚ୍‌ ସମୟରେ ଯେପରି କିଛି ବିଶୃଙ୍ଖଳା ବା ଅଘଟଣ ନ ଘଟେ, ସେନେଇ ଆଲୋଚନା କରାଯାଇଛି।

barabati stadiyam

କ୍ରୀଡ଼ା ବିଭାଗ, ଅଗ୍ନିଶମ ବିଭାଗର ଅଧିକାରୀଙ୍କ ସମେତ ବିମାନବନ୍ଦର କର୍ତ୍ତୃପକ୍ଷ, କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷ, ମୁଖ୍ୟ ଇଞ୍ଜିନିୟର, ମେ' ଫେୟାର ହୋଟେଲ କର୍ତ୍ତୃପକ୍ଷ, ସିଆଇଏସ୍‌ଏଫ୍‌ ଓ ଓଡ଼ିଶା କ୍ରିକେଟ ଆସୋସିଏଶନ କର୍ମକର୍ତ୍ତା ଯୋଗଦେଇଥିଲେ। ଖେଳାଳିମାନେ ୮ତାରିଖ ଅପରାହ୍ନରେ ଭୁବନେଶ୍ୱରରେ ପହଞ୍ଚତ୍ବାର କାର୍ଯ୍ୟକ୍ରମ ରହିଛି। ଏହାପରେ ଖେଳାଳିମାନେ ଏୟାରପୋର୍ଟ ଛକ, ଏଜି ଛକ ପରେ ଲୋକ ଭବନ ଦେଇ ସିଧା ମେ' ଫେୟାର ହୋଟେଲରେ ପହଞ୍ଚତ୍ବେ। ସେଠାରୁ ସନ୍ଧ୍ୟାରେ ବାରବାଟୀ ଯାଇ ଖେଳ ଅଭ୍ୟାସ କରି ପୁଣି ରାତିରେ ଫେରି ମେ ଫେୟାର ହୋଟେଲରେ ରହିବେ। ୯ ତାରିଖ ପୂର୍ବାହ୍ନ ୧୦ଟା ସମୟରେ ଖେଳାଳିମାନେ ପୁଣି କଟକ ଅଭିମୁଖେ ବାହାରିବେ। ସେମାନେ ଯିବାଆସିବା ସମୟରେ ସମସ୍ତ ଛକରେ ଲୋକଙ୍କ ଯାତାୟାତକୁ ରୋକାଯିବ। ରାସ୍ତାର ଦୁଇପାର୍ଶ୍ୱରେ ପୋଲିସ ମୁତୟନ ରହିବେ। ଯାତାୟାତରେ ଯେପରି କିଛି ଅସୁବିଧା ନ ହେବ, ବିଶେଷକରି ବିମାନବନ୍ଦର, ମେ ଫେୟାର ହୋଟେଲ, ଫ୍ୟାନ୍‌ ଜୋନ ଏବଂ ଷ୍ଟାଡିୟମରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଖେଳାଳିଙ୍କ ସୁରକ୍ଷା ପାଇଁ ୩୦ ପ୍ଲାଟୁନ୍‌ ପୋଲିସ ଫୋର୍ସ ମୁତୟନ ହେବେ। ଷ୍ଟାଡିୟମ ଭିତରକୁ ପାଣି ବୋତଲ, କଏନ, କଲମ ଏବଂ ଅନ୍ୟାନ୍ୟ ସାମଗ୍ରୀ ନେବାକୁ ବାରଣ କରାଯାଇଛି। ଖେଳାଳିଙ୍କ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ ଦାୟିତ୍ୱ ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂ ତଦାରଖ କରୁଛନ୍ତି। ଏହି ବୈଠକରେ ପୋଲିସ କମିଶନର ଦେବଦତ୍ତ ସିଂ, ଅତିରିକ୍ତ ପୋଲିସ କମିଶନର ନରସିଂହ ଭୋଳ, ଡିସିପି ଜଗମୋହନ ମୀନା, ଟ୍ରାଫିକ ଡିସିପି ତପନ କୁମାର ମହାନ୍ତି, ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ, ସିଆଇଏସ୍‌ଏଫ୍‌ର କମାଣ୍ଡାଣ୍ଟ ରାକେଶ ଚୌଧୁରୀ ଏବଂ ଓଡ଼ିଶା ଅଲିମ୍ପିକ ଆସୋସିଏଶନ ସଚିବ ଅଭିଜିତ ପଲ୍‌ ବୈଠକରେ ଉପସ୍ଥିତ ରହିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+