For Quick Alerts
Turn On Notification  
For Daily Alerts
Oneindia App Download

ନିରାଶ ହେଲେ ଓଡିଆ ! ମହିଳା ଟି-20ର ପ୍ରଥମ ମ୍ୟାଚରେ ଓଡିଆ ଝିଅଙ୍କୁ ମିଳିଲାନି ସ୍ଥାନ

ଶାରଜାରେ ଆରମ୍ଭ ହୋଇଛି ମହିଳା ଟି-20 । ପ୍ରଥମ ଓଡିଆ ମହିଳା କ୍ରିକେଟ ଖେଳାଳୀ ଭାବରେ ସ୍ଥାନ ପାଇଥିବା ସୁଶ୍ରୀ ଦିବ୍ୟଦର୍ଶିନୀଙ୍କୁ ଚୁଡାନ୍ତ ଏକାଦଶରେ ମିଳିଲାନି ସ୍ଥାନ ।

|

ଶାରଜା : ପୁରୁଷ ଆଇପିଏଲ ମଧ୍ୟରେ ନଭେମ୍ବର 4 ତାରିଖରୁ ଦୁବାଇର ଶାରଜା ଠାରେ ଆରମ୍ଭ ହୋଇଛି ମହିଳା ଟି-20 । ପ୍ରଥମ ମ୍ୟାଚରେ ହରମପ୍ରୀତ କୌରଙ୍କ ସୁପରନୋଭାସ୍ ଓ ମିତାଲି ରାଜଙ୍କ ଭେଲୋସିଟି ମୁହାଁମୁହିଁ ହୋଇଛନ୍ତି । ତେବେ ଯେଉଁ ଦୃଶ୍ୟକୁ ଓଡିଆମାନେ ଚାହିଁ ବସିଥିଲେ ସେମାନଙ୍କୁ ନିରାଶ ହେବାକୁ ପଡିଛି । ପ୍ରଥମ ଓଡିଆ ମହିଳା କ୍ରିକେଟ ଖେଳାଳୀ ଭାବରେ ସ୍ଥାନ ପାଇଥିବା ସୁଶ୍ରୀ ଦିବ୍ୟଦର୍ଶିନୀଙ୍କୁ ଚୁଡାନ୍ତ ଏକାଦଶରେ ସ୍ଥାନ ମିଳି ନାହିଁ । ଫଳରେ ଆଜି ଅନୁଷ୍ଠିତ ହୋଇଥିବା ମହିଳା ଆଇପିଏଲ୍ ଟି-20ରେ ସେ ଖେଳି ପାରି ନାହାନ୍ତି ।

ମହିଳା ଟି-20

ଆଜି ଶାରଜାରେ ଭେଲୋସିଟିର ଅଧିନାୟକ ମିତାଲି ଟସ୍ ଜିତି ଥିଲେ । ତେବେ ଟସ୍ ଜିତି ସେ ହରମନପ୍ରୀତଙ୍କ ସୁପରନୋଭାସକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲେ । ହରମନପ୍ରୀତଙ୍କ ଦଳ ନିର୍ଧାରିତ 20 ଓଭରରେ 8 ଓ୍ୱିକେଟ ହରାଇ 126 ରନ୍ କରିଥିଲେ । ଫଳରେ ମିତାଲିଙ୍କ ଟିମ୍ ଏହି ମ୍ୟାଚ୍ ଜିତିବା ପାଇଁ 127ର ଟାର୍ଗେଟ ରହିଥିଲା । ଖବର ଲେଖା ହେବା ବେଳକୁ ଶାରଜାରେ ମିତାଲିଙ୍କ ଟିମ୍ ଖେଳ ଜାରି ରଖିଥିଲା ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
2020 Women's T20 Challenge begins today at Sharjah Cricket Stadium
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X