ନିରାଶ ହେଲେ ଓଡିଆ ! ମହିଳା ଟି-20ର ପ୍ରଥମ ମ୍ୟାଚରେ ଓଡିଆ ଝିଅଙ୍କୁ ମିଳିଲାନି ସ୍ଥାନ
ଶାରଜାରେ ଆରମ୍ଭ ହୋଇଛି ମହିଳା ଟି-20 । ପ୍ରଥମ ଓଡିଆ ମହିଳା କ୍ରିକେଟ ଖେଳାଳୀ ଭାବରେ ସ୍ଥାନ ପାଇଥିବା ସୁଶ୍ରୀ ଦିବ୍ୟଦର୍ଶିନୀଙ୍କୁ ଚୁଡାନ୍ତ ଏକାଦଶରେ ମିଳିଲାନି ସ୍ଥାନ ।
ଶାରଜା : ପୁରୁଷ ଆଇପିଏଲ ମଧ୍ୟରେ ନଭେମ୍ବର 4 ତାରିଖରୁ ଦୁବାଇର ଶାରଜା ଠାରେ ଆରମ୍ଭ ହୋଇଛି ମହିଳା ଟି-20 । ପ୍ରଥମ ମ୍ୟାଚରେ ହରମପ୍ରୀତ କୌରଙ୍କ ସୁପରନୋଭାସ୍ ଓ ମିତାଲି ରାଜଙ୍କ ଭେଲୋସିଟି ମୁହାଁମୁହିଁ ହୋଇଛନ୍ତି । ତେବେ ଯେଉଁ ଦୃଶ୍ୟକୁ ଓଡିଆମାନେ ଚାହିଁ ବସିଥିଲେ ସେମାନଙ୍କୁ ନିରାଶ ହେବାକୁ ପଡିଛି । ପ୍ରଥମ ଓଡିଆ ମହିଳା କ୍ରିକେଟ ଖେଳାଳୀ ଭାବରେ ସ୍ଥାନ ପାଇଥିବା ସୁଶ୍ରୀ ଦିବ୍ୟଦର୍ଶିନୀଙ୍କୁ ଚୁଡାନ୍ତ ଏକାଦଶରେ ସ୍ଥାନ ମିଳି ନାହିଁ । ଫଳରେ ଆଜି ଅନୁଷ୍ଠିତ ହୋଇଥିବା ମହିଳା ଆଇପିଏଲ୍ ଟି-20ରେ ସେ ଖେଳି ପାରି ନାହାନ୍ତି ।

ଆଜି ଶାରଜାରେ ଭେଲୋସିଟିର ଅଧିନାୟକ ମିତାଲି ଟସ୍ ଜିତି ଥିଲେ । ତେବେ ଟସ୍ ଜିତି ସେ ହରମନପ୍ରୀତଙ୍କ ସୁପରନୋଭାସକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲେ । ହରମନପ୍ରୀତଙ୍କ ଦଳ ନିର୍ଧାରିତ 20 ଓଭରରେ 8 ଓ୍ୱିକେଟ ହରାଇ 126 ରନ୍ କରିଥିଲେ । ଫଳରେ ମିତାଲିଙ୍କ ଟିମ୍ ଏହି ମ୍ୟାଚ୍ ଜିତିବା ପାଇଁ 127ର ଟାର୍ଗେଟ ରହିଥିଲା । ଖବର ଲେଖା ହେବା ବେଳକୁ ଶାରଜାରେ ମିତାଲିଙ୍କ ଟିମ୍ ଖେଳ ଜାରି ରଖିଥିଲା ।
-
ମାର୍ଚ୍ଚ ଶେଷ ସପ୍ତାହରେ ପ୍ରଳୟ କରିବ କାଳବୈଶାଖୀ -
ନିର୍ବାଚନ ସରିଲେ ବାହାହେବେ ବିଜୟ -
ଘରୋଇ ବସ୍ରେ ଅଗ୍ନିକାଣ୍ଡ, ବିଧାୟକ ମଙ୍ଗୁ ଖିଲଙ୍କ ସମେତ ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର -
ନାଟୋ'କୁ ଭୀରୁ କହି ବର୍ଷିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ -
Zomatoରୁ ଖାଇବା ଅର୍ଡର କରିବା ହେଲା ମହଙ୍ଗା, ବଢ଼ିଲା ପ୍ଲାଟଫର୍ମ ଫିସ୍ -
ଓଡ଼ିଆ ଖାଦ୍ୟ ପଖାଳକୁ ମିଳିଲା ଅନ୍ତର୍ଜାତୀୟ ପରିଚୟ -
ଆଜି ପବିତ୍ର ଇଦ୍-ଉଲ୍-ଫିତର୍, ଆଲିଙ୍ଗନ କରି ଜଣାଉଛନ୍ତି ଶୁଭେଚ୍ଛା





Click it and Unblock the Notifications