କଟକ ବାରବାଟୀ ଷ୍ଟାଡିୟମରେ IIT ଭୁବନେଶ୍ବରର ବୈଷୟିକ ଟିମ୍
କଟକ ବାରବାଟୀ ଷ୍ଟାଡିୟମରେ IIT ଭୁବନେଶ୍ବରର ବୈଷୟିକ ଟିମ୍ ।ଭାରତ-ଦକ୍ଷିଣ ଆଫ୍ରିକା ଟି ଟ୍ବେଣ୍ଟି ପୂର୍ବରୁ ଷ୍ଟାଡିୟମ ବୁଲି ଦେଖିଲେ। ୮ ଜଣିଆ ଟିମ୍ ଗ୍ୟାଲେରୀ, କର୍ପୋରେଟର ବକ୍ସ, VVIP ବକ୍ସ, ପ୍ୟାଭିଲିୟନ ବୁଲିଲେ । ଅନୁଧ୍ୟାନ ପରେ ସରକାରଙ୍କୁ ସ୍ଥିତି ସଂପର୍କରେ ରିପୋର୍ଟ ଦେବ ଟିମ୍। ଡିସେମ୍ବର ୯ରେ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି ଟ୍ବେଣ୍ଟି ଖେଳାଯିବ ।

ଉଲ୍ଲେଖଯୋଗ୍ୟ ଯେ, ଡିସେମ୍ବର ୯ ତାରିଖରେ ଅନୁଷ୍ଠିତ ହେବ ଭାରତ-ଦକ୍ଷିଣ ଆଫ୍ରିକା ଟି-ଟ୍ୱେଣ୍ଟି । ପିଚ୍ ଏବଂ ଆଉଟ୍ ଫିଲ୍ଡକୁ ପ୍ରସ୍ତୁତ ରଖିବା ଲାଗି କାମ ଚାଲିଛି । ସୁହାଉଛି ଅନୁକୂଳ ପାଗ । ସ୍ଥିତି କହୁଛି ବାରବାଟୀର ଷ୍ଟାଡିୟମର ସବୁଜ ଆଉଟଫିଲ୍ଡ ଏବେ ଟି-ଟ୍ୱେଣ୍ଟି ମ୍ୟାଚ୍ ଅପେକ୍ଷାରେ । ଅନୁକୂଳ ପାଗ ଯୋଗୁଁ ଦୈନିକ ଦୁଇ ଥର ଆଉଟଫିଲ୍ଡ କାମରେ ଲାଗିଛନ୍ତି ଗ୍ରାଉଣ୍ଡସମ୍ୟାନ । ତେଣେ ମ୍ୟାଚ୍ ଲାଗି ପ୍ରସ୍ତୁତ ହେଉଛି ବାରବାଟୀ ପିଚ୍ । ପ୍ରତ୍ୟେକ ରୋଲିଂ ସହିତ ଆବଶ୍ୟକୀୟ ପାଣି ସିଞ୍ଚନ କରାଯାଉଛି । ମ୍ୟାଚ୍ ଲାଗି ୨ଟି ମେନ୍ ପିଚ୍ ରହିଛି । ଯେହେତୁ ଟି-ଟ୍ୱେଣ୍ଟି ଫର୍ମାଟରେ ଖେଳ ହେବ, ତେଣୁ ପିଚ୍ ଏବଂ ଆଉଟଫିଲ୍ଡ ଫାଷ୍ଟ ହେବା ଆବଶ୍ୟକ । କାମ ମଧ୍ୟ ସେହି ମୁତାବକ ହେଉଛି ।
ଖେଳ ଆଉ ଖେଳାଳିଙ୍କ ଲାଗି ପିଚ୍ ଭଳି ଦର୍ଶକଙ୍କ ଲାଗି ଗ୍ୟାଲେରି । ଏବେ ବାରବାଟୀ ଷ୍ଟାଡିୟମର ୭ଟି ଯାକ ଗ୍ୟାଲେରୀର ପୁନଃ ନିର୍ମାଣ କରାଯାଉଛି । ଗୁରୁବାର ସୁଦ୍ଧା ୫ ଏବଂ ୬ ନମ୍ବର ଗ୍ୟାଲେରୀ କାମ ସରିଲାଣି । ଅବଶିଷ୍ଟ ଗ୍ୟାଲେରୀ ପାଇଁ କାମ ଜୋରସୋରରେ ଚାଲିଛି । ଏହି ପୁନଃ ନିର୍ମାଣରେ ଦର୍ଶକଙ୍କ ସୁବିଧା ଓ ପସନ୍ଦକୁ ବି ଧ୍ୟାନରେ ରଖାଯାଇଛି । ପୂର୍ବରୁ ଏହି ସମସ୍ତ ଗ୍ୟାଲେରୀର ସିଟ୍ ଗୁଡିକ ୧୯ ଇଞ୍ଚ ବିଶିଷ୍ଟ ଥିଲା । କିନ୍ତୁ ଦର୍ଶକଙ୍କ ସୁବିଧା ପାଇଁ ଏବେ ସିମେଣ୍ଟ ଗ୍ୟାଲେରୀ ଗୁଡିକୁ ୨୨ ଇଞ୍ଚିଆ କରାଯାଉଛି । ଏଭଳି ହେବା ଦ୍ୱାରା ହୁଏତ ବାରବାଟୀରେ ସିଟ ସଂଖ୍ୟା କମିବ । ପୂର୍ବରୁ ବାରବାଟୀରେ ଦର୍ଶକଙ୍କ ସିଟ୍ ସଂଖ୍ୟା ଥିଲା ୪୫ ହଜାର । କିନ୍ତୁ ଗ୍ୟାଲେରୀ ଗୁଡିକର ନବକଳେବର ପରେ, ଏହା କେତେ ହେବ, ସେନେଇ କୌଣସି ସୂଚନା ନାହିଁ ।
-
ଭାରତୀୟ ସେନାକୁ ସ୍ୱଦେଶୀ ପ୍ରହାର ଲାଇଟ୍ ମେସିନ୍ ଗନର ପ୍ରଥମ ବ୍ୟାଚ୍ ପ୍ରଦାନ କଲା ଆଦାନୀ ଡିଫେନ୍ସ -
IPL 2026 : ଗୌହାଟୀରେ ଚେନ୍ନାଇ ବନାମ ରାଜସ୍ଥାନ, ଫୋକସରେ ବୈଭବ-ସଞ୍ଜୁ-ଜାଡେଜା, ଖେଳିବେନି ଧୋନୀ -
IPL 2026: ଟସ୍ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ, ବ୍ୟାଟିଂ କରିବ KKR, ସୂର୍ଯ୍ୟ ପ୍ଲେଇଙ୍ଗ XIରୁ ଆଉଟ୍ -
ଜେଏଏଲ୍ ଅଧିଗ୍ରହଣ ପ୍ରକ୍ରିୟାକୁ ନେଇ ବେଦାନ୍ତର ଆପତ୍ତି, ଅଦାନି ପ୍ରସ୍ତାବକୁ ଆଇନସମ୍ମତ ବୋଲି ମାନ୍ୟତା ଦେଲେ କୋର୍ଟ ଓ CoC -
ସଂଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ଜରୁରୀ ବୈଠକ, ସବୁ ଜିଲ୍ଲାପାଳଙ୍କ ସହ କରିବେ ଆଲୋଚନା -
APSEZ ର ବଡ଼ ପଦକ୍ଷେପ: ଭାରତର ପ୍ରଥମ Port of Refuge ଆରମ୍ଭ






Click it and Unblock the Notifications