Ind Vs Pak ମହାମୁକାବିଲା ପୂର୍ବରୁ IIT ବାବାଙ୍କ ବଡ଼ ଭବିଷ୍ୟବାଣୀ
ମହାକୁମ୍ଭରୁ ପ୍ରସିଦ୍ଧ ହୋଇଥିବା ଆଇଆଇଟି ବାବା ଏବେ ଇଣ୍ଟରନେଟ ସେନସେଶନ । ହେଲେ ଏବେ ତାଙ୍କର ଏପରି ଏକ ଭିଡିଓ ଭାଇରାଲ ହୋଇଛି, ଯାହାକୁ ଦେଖି ଭାରତୀୟ କ୍ରିକେଟ ପ୍ରଶଂସକଙ୍କୁ କ୍ରୋଧିତ ହେଉଛନ୍ତି।
ସେ ଭାରତ-ପାକିସ୍ତାନ ମ୍ୟାଚ୍ ପୂର୍ବରୁ କିଏ ଜିତିବ ସେନେଇ ଭବିଷ୍ୟବାଣୀ କରିଛନ୍ତି। ପାକିସ୍ତାନ ବିପକ୍ଷ ମ୍ୟାଚ୍ରେ ଭାରତର ପରାଜୟ ନିଶ୍ଚିତ। ଏପରିକି ଦଳ ଚାମ୍ପିଅନ୍ସ ଟ୍ରଫିରୁ ମଧ୍ୟ ବାଦ୍ ପଡ଼ିବ ବୋଲି ଆଇଆଇଟି ବାବା କହିଛନ୍ତି। ଏହା ଶୁଣି ଅନେକେ ଦୁଃଖିତ ହୋଇପଡ଼ିଥିବା ବେଳେ କିଛି ରାଗରେ ପ୍ରତିକ୍ରିୟା ଦେଉଛନ୍ତି ।
ତେବେ ଚାମ୍ପିଅନ୍ସ ଟ୍ରଫିର ପଞ୍ଚମ ମ୍ୟାଚ ଭାରତ ଏବଂ ପାକିସ୍ତାନ ମଧ୍ୟରେ ୨୩ ଫେବୃଆରୀ ୨୦୨୫ ରବିବାର ଦିନ ୨.୩୦ ସମୟରେ ଦୁବାଇରେ ଖେଳାଯିବ।
ପୂର୍ବରୁ ମଧ୍ୟ କ୍ରିକେଟ ଉପରେ IIT ବାବା ଏକ ବୟାନ ଦେଇଥିଲେ। ଯେଉଁଥିରେ ସେ ଦାବି କରିଥିଲେ ଯେ ସେ ପୂର୍ବରୁ ଜାଣିଥିଲେ ଯେ ଭାରତ ୨୦୨୪ ଟି-୨୦ ବିଶ୍ୱକପ୍ ଜିତିବାକୁ ଯାଉଛି। କିନ୍ତୁ ଏବେ ସେ ପାକିସ୍ତାନ ହାତରେ ଭାରତର ପରାଜୟ ଭବିଷ୍ୟବାଣୀ କରି ଭାରତୀୟ ପ୍ରଶଂସକଙ୍କୁ ନିରାଶ କରିଛନ୍ତି।

ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ ପୂର୍ବରୁ, ବ୍ୟବହାରକାରୀମାନେ IIT ବାବାଙ୍କ ଏହି ଭାଇରାଲ କ୍ଲିପ ଉପରେ ମଧ୍ୟ ଭଳିକି ଭଳି ପ୍ରତିକ୍ରିୟା ରଖୁଛନ୍ତି। ଜଣେ ୨୩ ଫେବୃଆରୀ ରାତିରେ ଏହାର ଉତ୍ତର ଦିଆଯିବ ବୋଲି କହୁଥିବା ବେଳେ ଆଉ ଜଣେ କର୍ମ ଉପରେ ବିଶ୍ୱାସ ନାହିଁ ହେଲେ ରୋହିତ ଶର୍ମାଙ୍କ ଉପରେ ପୂର୍ଣ୍ଣ ବିଶ୍ୱାସ ଥିବା କହୁଛନ୍ତି ।












Click it and Unblock the Notifications