ଆଇସିସିର ବଡ଼ ଘୋଷଣା, ପୁରୁଷ ଏବଂ ମହିଳା ଦଳକୁ ମିଳିବ ସମାନ ପୁରସ୍କାର ରାଶି

ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଏକ ବଡ଼ ଘୋଷଣା କରିଛି। ଆଇସିସି ପ୍ରତିଯୋଗିତାରେ ଭାଗ ନେଉଥିବା ପୁରୁଷ ଏବଂ ମହିଳା ଟିମଙ୍କୁ ସମାନ ପୁରସ୍କାର ରାଶି ମିଳିବ । ଆଇସିସିର ବାର୍ଷିକ ସମ୍ମିଳନୀରେ ଏହି ନିଷ୍ପତ୍ତି ନିଆଯାଇଛି ।

କ୍ରିକେଟ ପ୍ରଥମ ଦଳଗତ କ୍ରୀଡ଼ା ଯେଉଁଠାରେ ଉଭୟ ପୁରୁଷ ଓ ମହିଳାମାନେ ବିଶ୍ୱକପରେ ସମାନ ପରିମାଣର ଆର୍ଥିକ ପୁରସ୍କାର ପାଇବେ । ଚଳିତ ବର୍ଷ ୟୁଏଇରେ ମହିଳା ଟି-୨୦ ବିଶ୍ୱକପ ଅନୁଷ୍ଠିତ ହେବାକୁ ଯାଉଛି । ବିଶ୍ୱକପ ବିଜେତା ଦଳକୁ ଆଇସିସି ୨.୩୪ ମିଳିୟନ ଡଲାର ପ୍ରଦାନ କରିବ । ୨୦୨୩ ତୁଳନାରେ ଏହା ୧୩୪% ଅଧିକ। ୨୦୨୩ରେ ବିଶ୍ୱକପ ଜିତିଥିବା ଅଷ୍ଟ୍ରେଲିଆ ଦଳକୁ କେବଳ ୧ ମିଲିୟନ ଡଲାର ମିଳିଥିଲା ।

ବିଶ୍ୱକପର ରନର୍ସ ଅପ ଦଳକୁ ପୂର୍ବରୁ ୫୦୦,୦୦୦ ଡଲାର ମିଳୁଥିବା ବେଳେ ଏଥର ୧.୧୭ ମିଲିୟନ ଡଲାର ମିଳିବ। ସେମିଫାଇନାଲରେ ହାରିଥିବା ୨ ଦଳକୁ ୬୭୫,୦୦୦ ମିଲିୟନ ଡଲାର ଲେଖାଏ ଦିଆଯିବ। ୨୦୨୩ରେ ଏହାର ପରିମାଣ ୨୧୦,୦୦୦ ଡଲାର ଥିଲା।

ICC s big announcement

୨୦୨୪ ଟି-୨୦ ବିଶ୍ୱକପ ପାଇଁ ଆଇସିସି ମୋଟ ୭,୯୫୮,୦୮୦ ଡଲାରର ବ୍ୟବସ୍ଥା କରିଛି। ଏହା ୨୦୨୩ର ୨.୪୫ ମିଲିୟନ ଡଲାର ଠାରୁ ୨୨୫ ପ୍ରତିଶତ ଅଧିକ। ଗ୍ରୁପ ପର୍ଯ୍ୟାୟରେ ପ୍ରତିଟି ବିଜୟ ପାଇଁ ୩୧,୧୫୪ ଡଲାର ମିଳିବ। ଯେଉଁ ୬ଟି ଟିମ ସେମି ଫାଇନାଲକୁ ଯାଇ ପାରିବେ ନାହିଁ, ସେମାନଙ୍କ ମଧ୍ୟରେ ୧.୩୫ ମିଲିୟନ ଡଲାର ବଣ୍ଟା ଯିବ।

ପଏଣ୍ଟ ଟେବୁଲରେ ଥିବା ସ୍ଥାନ ଅନୁସାରେ ଟଙ୍କା ଦିଆଯିବ। ପ୍ରତି ଗ୍ରୁପରେ ତୃତୀୟ ଓ ୪ର୍ଥ ସ୍ଥାନରେ ରହୁଥିବା ଦଳକୁ ୨୭୦,୦୦୦ ଡଲାର ପ୍ରଦାନ କରିଯିବ। ୫ମ ସ୍ଥାନରେ ରହୁଥିବା ଦଳକୁ ୧୩୫,୦୦୦ ଡଲାର ମିଳିବ।

ବିଶ୍ୱକପରେ ଭାଗ ନେଉଥିବା ଦଳ ନିଶ୍ଚିତ ଭାବେ ୧୧୨,୫୦୦ ଡଲାର ପାଇବେ। ଆଇସିସି ମହିଳା କ୍ରିକେଟକୁ ଅଧିକ ଲୋକପ୍ରିୟ କରିବାକୁ ଚାହୁଁଛି। ୨୦୩୨ ସୁଦ୍ଧା ଏହା ଅଭିବୃଦ୍ଧି ଲକ୍ଷ୍ୟରେ ସଂସ୍ଥା ରହିଛି।

ଆଇସିସି ମହିଳା ଟି-୨୦ ବିଶ୍ୱକପ ଅକ୍ଟୋବର ୩ରୁ ଆରମ୍ଭ ହେବ। ପ୍ରଥମ ମ୍ୟାଚ୍‌ରେ ବାଂଲାଦେଶ ଓ ସ୍କଟ ଲ୍ୟାଣ୍ଡ ମୁହାଁମୁହିଁ ହେବେ। ଟୁର୍ଣ୍ଣାମେଣ୍ଟରେ ମୋଟ ୧୦ଟି ଦଳ ୨୩ଟି ମ୍ୟାଚ୍‌ ଖେଳିବେ। ଦୁବାଇ ଓ ସାରଜାରେ ମ୍ୟାଚ୍‌ ଗୁଡ଼ିକ ଖେଳାଯିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+