Get Updates
Get notified of breaking news, exclusive insights, and must-see stories!

ICC World Test Championship: ପରାଜୟ ପରେ ତାଲିକାରେ ତଳକୁ ଖସି ପଡିଲା ଭାରତ

ତାଲିକାରେ ଟିମ ଇଣ୍ଡିଆ ସିଧା 2ୟରୁ 4ର୍ଥ ସ୍ଥାନକୁ ଚାଲି ଆସିଛି ଏବଂ 4ର୍ଥ ସ୍ଥାନରୁ ଇଂଲଣ୍ଡ ସିଧା ପ୍ରଥମ ସ୍ଥାନରେ ପହଞ୍ଚିଛି ।

ଚେନ୍ନାଇ: ଚେନ୍ନାଇ ଟେଷ୍ଟକୁ 227 ରନରେ ଜିତିବା ଏବଂ 4 ମ୍ୟାଚ୍ ବିଶିଷ୍ଟ ସିରିଜରେ ଏକ ଗୁରୁତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରିବା ପରେ ଇଂଲଣ୍ଡ ଦଳ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ମାନ୍ୟତାରେ ଭାରତକୁ ପଛକୁ ଠେଲି ଦେଇଛି । ତାଲିକାରେ ଟିମ ଇଣ୍ଡିଆ ସିଧା 2ୟରୁ 4ର୍ଥ ସ୍ଥାନକୁ ଚାଲି ଆସିଛି ଏବଂ 4ର୍ଥ ସ୍ଥାନରୁ ଇଂଲଣ୍ଡ ସିଧା ପ୍ରଥମ ସ୍ଥାନରେ ପହଞ୍ଚିଛି ।

ଉଲ୍ଲେଖଥାକୁ ଚଳିତ ବର୍ଷ ଜୁନ ମାସରେ ଖେଳାଯିବାକୁ ଥିବା ବିଶ୍ୱ ଟେଷ୍ଟ ଚମ୍ପିଆନସିପର ଫାଇନାଲ ପାଇଁ ଏବେ ସମୀକରଣ ସବୁ ଗଡ ବଡ ହୋଇଯାଇଛି । ଯେଉଁଠି ଭାରତ ପାଇଁ ଫାଇନାଲ ରାସ୍ତ ସଫା ଥିଲା, ମାତ୍ର ଚେନ୍ନାଇରେ ଏହି ବାରଟ ପରାଜୟ ପରେ ତାହା କଣ୍ଟକିତ ହୋଇଯାଇଛି ।

India

ତେବେ ଏହି ପରାଜୟ ପରେ ଭାରତ ପାଇଁ ବିଜୟ ସମୀକରଣ ଏମିତି କିଛି ହୋଇଛି । ବାକିଥିବା 3ଟି ମ୍ୟାଚରୁ 3ଟି ବିଜୟ କିମ୍ବା ଗୋଟିଏ ଦୁଇଟି ବିଜୟ ଗୋଟିଏ ଡ୍ର ।

  • 2-1, 3-1

ସେହିପରି ଏହି ବିଜୟ ସତ୍ବେ ଇଂଲଣ୍ଡ ପାଇଁ ଫାଇନାଲ ଟିକେ ଏବେ ବି ସହଜ ହୋଇନାହିଁ । ଫଳରେ ଫାଇନାଲ ଟିକେଟ ପାଇଁ ଇଂଲଣ୍ଡ ଦଳ ଲାଗି ବିଜୟ ସମୀକରଣ କିଛି ଏମିତି ହୋଇଛି । ବାକିଥିବା 3ଟି ମ୍ୟାଚରୁ 3ଟି ବିଜୟ କିମ୍ବା ଦୁଇଟି ବିଜୟ ଓ ଗୋଟିଏ ପରାଜୟ କିମ୍ବା ଦୁଇଟି ବିଜୟ ଓ ଗୋଟିଏ ଡ୍ର ।

  • 4-0, 3-1 , 3-0

ସୂଚାନାଥାଉ କି, ଚେନ୍ନାଇ ଟେଷ୍ଟ ପରେ ତାଲିକାର ପ୍ରଥମ ସ୍ଥାନରେ ରହିଛି ଇଂଲଣ୍ଡ, 2ୟରେ ନ୍ୟୁଜିଲାଣ୍ଡ, 3ୟ ଅଷ୍ଟ୍ରେଲିଆ ଓ 4ର୍ଥରେ ଭାରତ ।

ତେବେ ଘରୋଇ ଗ୍ରାଉଣ୍ଡରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଭାରତ ଶୋଚନୀୟ ପରାଜୟର ସମ୍ମୁଖିନ ହୋଇଛି । ଚେନ୍ନାଇ ଟେଷ୍ଟରେ ଇଂଲଣ୍ଡ ଭାରତକୁ 227 ରନରେ ପରାସ୍ତ କରି ଚାରି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ 1-0 ଅଗ୍ରଣୀ ହାସଲ କରିଛି।

ଇଂଲଣ୍ଡର 578 ରନର ପ୍ରଥମ ଇନିଂସ ଜବାବରେ ଭାରତୀୟ ଦଳ ପ୍ରଥମ ପାଳିରେ ମାତ୍ର 337 ରନ୍ କରିଥିଲା। ଯଦିଓ ଦ୍ୱିତୀୟ ଇନିଂସରେ ଇଂଲଣ୍ଡ ଦଳକୁ 178 ରନରେ ଭାରତୀୟ ବୋଲର ମାନେ ରୋକିବାରେ ସକ୍ଷମ ହୋଇଥିଲେ । କିନ୍ତୁ ସେତେବେଳକୁ ଇଂଲଣ୍ଡର ଅଗ୍ରଣୀ ଯଥେଷ୍ଟ ଅଧିକ ଥିଲା ଏବଂ ଜିତିବା ପାଇଁ ଭାରତ ଆଗରେ 420 ରନର ଏକ ବଡ଼ ଲକ୍ଷ୍ୟ ଥିଲା । ତେବେ ଏହି ଟାର୍ଗେଟକୁ ପିଛା କରି ଭାରତୀୟ ଇନିଂସ ମାତ୍ର 192 ରନରେ ସୀମିତ ହୋଇଗଲା । ଘରୋଇ ଦଳ ପକ୍ଷରୁ 2ୟ ପାଳିରେ ଅଧିନାୟକ ବିରାଟ କୋହଲି ସର୍ବାଧିକ 72 ରନ କରି ପାରିଥିଲେ ।

ତେବେ ଏହା କ୍ରମାଗତ ଇଂଲଣ୍ଡର ଷଷ୍ଠ ବିଦେଶୀ ମାଟିରେ ଟେଷ୍ଟ ବିଜୟ । ଆସନ୍ତା ଶନିବାରଠାରୁ ଚେନ୍ନାଇରେ ଦ୍ୱିତୀୟ ଟେଷ୍ଟ ମଧ୍ୟ ଖେଳାଯିବ। 1999 ମସିହାରେ ଚେନ୍ନାଇରେ ଭାରତ ପ୍ରଥମ ଟେଷ୍ଟ ହାରିଥିଲା। ସେହିପରି 2017 ମସିହା ପରେ ଘରୋଇ ଦଳ ନିଜ ମାଟିରେ ଦ୍ୱିତୀୟ ଥର ଟେଷ୍ଟ ହାରିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+