୨୦୨୭ ଦିନିକିଆ ବିଶ୍ୱକପ କ୍ରିକେଟ ପାଇଁ ହେଲା ବଡ଼ ଘୋଷଣା, ଏହି ଦେଶ କରିବେ ଆୟୋଜନ
ICC World Cup 2027 : ୨୦୨୭ ଆଇସିସି ଦିନିକିଆ ବିଶ୍ୱକପ କ୍ରିକେଟ ଦକ୍ଷିଣ ଆଫ୍ରିକା, ଜିମ୍ବାୱେ ଓ ନାମ୍ବିଆରେ ମିଳିତ ଭାବେ ଆୟୋଜିତ ହେବ । ଅକ୍ଟୋବରରୁ ଏହା ଆରମ୍ଭ ହେବ । ଚୂଡାନ୍ତ କାର୍ଯ୍ୟସୂଚୀ ଘୋଷଣା କରାଯାଇ ନ ଥିବା ବେଳେ ଏବେ କିନ୍ତୁ କେଉଁ ଭେନ୍ୟୁଗୁଡିକରେ ଏହା ଖେଳାଯିବ ତାହା ସ୍ପଷ୍ଟ ହୋଇଛି ।
ଦ୍ୱିତୀୟ ଥର ପାଇଁ ଦକ୍ଷିଣ ଆଫ୍ରିକା ଏବଂ ଜିମ୍ବାୱେରେ ବିଶ୍ୱକପ୍ କ୍ରିକେଟ ଆୟୋଜିତ ହେବ । ଏହା ପୂର୍ବରୁ ୨୦୦୩ରେ ଏପରି ହୋଇଥିଲା । ପ୍ରଥମ ଥର ପାଇଁ ନାମ୍ବିଆ ଆୟୋଜକ ହେବାକୁ ଯାଉଛି । ୨୦୦୩ ପରେ ପ୍ରଥମ ଥର ପାଇଁ ଟୁର୍ଣ୍ଣାମେଣ୍ଟରେ ୧୪ ଟିମ ଅଂଶ ଗ୍ରହଣ କରିବେ । ଏହି ଟୁର୍ଣ୍ଣାମେଣ୍ଟ ୮ଟି ଷ୍ଟାଡିୟମରେ ଖେଳାଯିବ ।

ଜୋହାନ୍ସବର୍ଗର ୱାଣ୍ଡରର୍ସ ଷ୍ଟାଡିୟମ୍, ପ୍ରିଟୋରିୟାର ସେଞ୍ଚୁରିଆନ୍ ପାର୍କ, ଡରବାନ୍ର କିଙ୍ଗ୍ସମିଡ୍, ଗକେବରହାର ସେଣ୍ଟ୍ ଜର୍ଜ ପାର୍କ, ପାର୍ଲର ବୋଲେଣ୍ଡ ପାର୍କ ଏବଂ କେପ୍ ଟାଉନର ନ୍ୟୁଲ୍ୟାଣ୍ଡସ, ବ୍ଲମ୍ ଫୋଟେନର ମୈଙ୍ଗାଗ ଓଭାଲ, ପୂର୍ବ ଲଣ୍ଡନର ବଫେଲା ପାର୍କରେ ବିଭିନ୍ନ ଦଳ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ ।












Click it and Unblock the Notifications