ମହିଳା ଟି-୨୦ ବିଶ୍ୱକପ: ଆଜି ଭାରତ ବନାମ ପାକିସ୍ତାନ ଲଢେଇ

ଆଇସିସି ମହିଳା ଟି-୨୦ ବିଶ୍ୱକପରେ ଆଜି ଭାରତ ବନାମ ପାକିସ୍ତାନ ଲଢେଇ । ଉଭୟ ଦଳ ଏହି ମ୍ୟାଚ୍ ଜିତି ବିଶ୍ୱକପ୍ ଅଭିଯାନ ଆରମ୍ଭ କରିବା ଲକ୍ଷ୍ୟରେ ରହିଛନ୍ତି ।

ICC Womens T20 World Cup: India vs Pakistan Match Today

କେପ୍‌ଟାଉନ୍‌: ଆଇସିସି ମହିଳା ଟି-୨୦ ବିଶ୍ୱକପରେ ଆଜି ଭାରତ ବନାମ ପାକିସ୍ତାନ ଲଢେଇ । ଉଭୟ ଦଳ ଏହି ମ୍ୟାଚ୍ ଜିତି ବିଶ୍ୱକପ୍ ଅଭିଯାନ ଆରମ୍ଭ କରିବା ଲକ୍ଷ୍ୟରେ ରହିଛନ୍ତି । ଦକ୍ଷିଣ ଆଫ୍ରିକା କେପଟାଉନରେ ଭାରତୀୟ ସମୟ ସାଢ଼େ ୬ଟାରେ ଏହି ମ୍ୟାଚ୍ ଖେଳାଯିବ ।

ଦୁଇ ଦଳ ମଧ୍ୟରେ ଶେଷ ଥର ପାଇଁ ଗତ ବର୍ଷ ଏସିଆ କପ୍‌ରେ ମୁକାବିଲା ହୋଇଥିଲା । ଉକ୍ତ ମ୍ୟାଚ୍‌ରେ ଭାରତ ପରାଜୟ ବରଣ କରିଥିବାରୁ ରବିବାର ମ୍ୟାଚ୍‌ରେ ହରମନ୍‌ପ୍ରୀତ୍ କୌରଙ୍କ ନେତୃତ୍ୱାଧୀନ ଦଳ ଏହାର ପ୍ରତିଶୋଧ ନେବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ । ଗତ ୫ ବର୍ଷ ମଧ୍ୟରେ ଭାରତୀୟ ଦଳ ଯଥେଷ୍ଟ ଉନ୍ନତି କରିଥିବା ବେଳେ ପାକିସ୍ତାନର ପ୍ରଦର୍ଶନ ଅପେକ୍ଷାକୃତ ଦୁର୍ବଳ ରହିଛି ।

ଆଜିର ମ୍ୟାଚରେ ଅଧିନାୟିକା ହରମନପ୍ରୀତଙ୍କ ବ୍ୟାଟରୁ ବଡ଼ ଇନିଂସ ଆଶା କରାଯାଉଛି । ଆହତ କାରଣରୁ ଉପଅଧିନାୟିକା ସ୍ମୃତି ମାନ୍ଧାନା ବାଦ ପଡିଛନ୍ତି । ହରମନପ୍ରୀତ ଓ ଭାରତକୁ ୧୯ ବର୍ଷରୁ କମ୍ ବିଶ୍ୱକପ୍ ଚାମ୍ପିଅନ୍ କରାଇଥିବା ଶେଫାଳି ବର୍ମାଙ୍କ ଦାୟିତ୍ୱ ଅଧିକ ରହିବ । ଅଣ୍ଡର-୧୯ ବିଶ୍ୱକପ୍‌ ଶେଫାଳି ଉଭୟ ବ୍ୟାଟିଂ ଓ ବୋଲିଂରେ କମାଲ କରିଥିଲେ । ଜେମିମା ରୋଡ୍ରିଂସ, ଦିପ୍ତୀ ଶର୍ମା, ଶିଖା ପାଣ୍ଡେ, ରେଣୁକା ସିଂ, ରାଜେଶ୍ୱରୀ ଗାଏକଓ୍ଵାଡ୍ ଭଳି ଷ୍ଟାର ଖେଳାଳିଙ୍କ ଉପରେ ରହିବ ବୋଲିଂ ଭାର ।

ଆସନ୍ତା ୪ରୁ ବିସିସିଆଇ ମହିଳା ପ୍ରିମିୟର୍ ଲିଗ୍ ଆୟୋଜନ କରିବାକୁ ଥିବା ବେଳେ ଆସନ୍ତା ୧୩ ତାରିଖରେ ଏଥିସକାଶେ ଅକ୍ସନ୍ ଅନୁଷ୍ଠିତ ହେବ । ଅକ୍ସନର ଗୋଟିଏ ଦିନ ପୂର୍ବରୁ ଭାରତ ବିଶ୍ୱକପରେ ଅଭିଯାନ ଆରମ୍ଭ କରୁଥିବାରୁ ଦଳର ଖେଳାଳିମାନେ ପ୍ରଭାବଶାଳୀ ପ୍ରଦର୍ଶନ ପାଇଁ ଉଦ୍ୟମ କରିବେ । ଅବଶ୍ୟ ଏହା ସେମାନଙ୍କ ଉପରେ ଅତିରିକ୍ତ ଚାପ ସୃଷ୍ଟି କରିବାର ସମ୍ଭାବନା ମଧ୍ୟ ରହିଛି ।

ଭାରତୀୟ ଟିମ୍‌ ଏହି ବିଶ୍ୱକପର ସେମିଫାଇନାଲରେ ପହଞ୍ଚିବାର ପ୍ରବଳ ଦାବିଦାର ରହିଛି। କିନ୍ତୁ ଅଷ୍ଟ୍ରେଲିଆ ଭଳି ଟିମକୁ ହରାଇବାକୁ ହେଲେ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ହେବ । ଭାରତ ଓ ପାକିସ୍ତାନ ମଧ୍ୟରେ ଏପର୍ଯ୍ୟନ୍ତ ୧୩ଟି ଟି ୨୦ ମ୍ୟାଚ୍‌ ହୋଇଛି । ଯେଉଁଥିରେ ଭାରତ ୧୦ଟିରେ ବିଜୟ ହାସିଲ କରିଛି । ପାକିସ୍ତାନ କେବଳ ୩ଟି ମ୍ୟାଚ ଜିତିଛି ।

  • ଭାରତର ସମ୍ଭାବ୍ୟ ଏକାଦଶ : ୟସ୍ତିକା ଭାଟିଆ, ଶେଫାଳୀ ବର୍ମା, ଜେମିମା ରୋଡ୍ରିଂସ, ଦେବିକା ବୈଦ, ହରମନପ୍ରୀତ କୌର (ଅଧିନାୟକ), ରୁଷା ଘୋଷ (ୱିକେଟକିପର), ଦିପ୍ତି ଶର୍ମୀ, ପୂଜା ବସ୍ତ୍ରାକାର, ରେଣୁକା ସିଂ, ରାଧା ଯାଦବ, ଶିଖା ପାଣ୍ଡେ ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+