ଭାରତକୁ ଆସିବା ପାଇଁ ବାଧ୍ୟ ହେବ ପାକିସ୍ତାନ, ବିଶ୍ୱକପ ପୂର୍ବରୁ ଆଇସିସି ନେଲା ବଡ଼ ନିଷ୍ପତ୍ତି
ନୂଆଦିଲ୍ଲୀ: ଆସନ୍ତା ଅକ୍ଟୋବରରୁ ଆରମ୍ଭ ହେବାକୁ ଯାଉଛି ଦିନିକିଆ ବିଶ୍ୱକପ୍-୨୦୨୩ । କିନ୍ତୁ ଏହି ବଡ ଟୁର୍ଣ୍ଣାମେଣ୍ଟରେ ଭାରତର ଚିର ପ୍ରତିଦ୍ୱନ୍ଦୀ ପାକିସ୍ତାନର ଭାରତ ଆସିବା ନେଇ ଦ୍ୱନ୍ଦ୍ୱ ଲାଗି ରହିଛି । ତେବେ ଏହି ଘଟଣାରେ ବର୍ତ୍ତମାନ ଏକ ନୂଆ ଅପଡେଟ ସାମନାକୁ ଆସିଛି ।ଭାରତରେ ଅକ୍ଟୋବରରେ ହେବାକୁ ଥିବା ଦିନିକିଆ ବିଶ୍ୱକପ ଖେଳିବା ନେଇ ସ୍ପଷ୍ଟ କରିବା ପାଇଁ ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ପାକିସ୍ତାନ କ୍ରିକେଟ ବୋର୍ଡକୁ କହିଛି । ଏଥିପାଇଁ ଆଇସିସି ଅଧ୍ୟକ୍ଷ ଗ୍ରେଗ ୱାର୍କଲ ଓ ସିଇଓ ଜ୍ୟେଫ ଏଲର୍ଡିସ ଲାହୋର ଆସିଛନ୍ତି ।

ଏହି ବିଶ୍ୱକପ ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନ ନିଜ ପାଇଁ ହାଇବ୍ରିଡ ମଡେଲ ପ୍ରସ୍ତୁତ କରିବା ଉପରେ ଜୋର ଦେଇପାରେ । ତେଣୁ ପାକିସ୍ତାନ କ୍ରିକେଟ ବୋର୍ଡ ବିଶ୍ୱକପ ପାଇଁ ହାଇବ୍ରିଡ ମଡେଲକୁ ନେଇ ଜିଦି ନ କରୁ ଏବଂ ଏହାର ଏକ ସମାଧାନ ପାଇଁ ଲାହୋର ଆସିଛନ୍ତି ଏହି ଦୁହେଁ । ପାକିସ୍ତାନକୁ ବିଶ୍ୱକପ ଟୁର୍ଣ୍ଣାମେଣ୍ଟରେ ଭାଗ ନେବା ନେଇ ସୁନିଶ୍ଚିତ କରିବାକୁ ଦୁହେଁ ଚେଷ୍ଟା ଜାରି ରଖିଛନ୍ତି ।
କାରଣ ପୂର୍ବରୁ ପିସିବି ଅଧ୍ୟକ୍ଷ ନଜମ ସେଠୀ କହିଥିଲେ ଯଦି ଟିମ ଇଣ୍ଡିଆ ଏସିଆ କପ ପାଇଁ ପାକିସ୍ତାନ ଗସ୍ତରେ ଆସିବ ନାହିଁ ତେବେ ଆମେ ବିଶ୍ୱକପ ଖେଳିବା ପାଇଁ ଭାରତ ଯିବୁନାହିଁ । ଭାରତ ମନା କରିବା ଯୋଗୁ ଏସିଆ କପ ଆୟୋଜନ ଅସୁବିଧାରେ ପଡି ଯାଇଛି । ପିସିବିର ହାଇବ୍ରିଡ ମଡେଲକୁ ଭାରତ ସମେତ ଅନ୍ୟ ଏସୀୟ ଦେଶ ପସନ୍ଦ କରି ନ ଥିଲେ ।
କାରଣ ଏସିଆ କପରେ ଏହି ନିୟମ ଲାଗୁ ହେଲେ ବିଶ୍ୱକପରେ ମଧ୍ୟ ହାଇବ୍ରିଡ ମଡେଲ ନିୟମକୁ ଲାଗୁ କରିବା ପାଇଁ ପିସିବି ଜିଦ ଧରିପାରେ ପାକିସ୍ତାନ କ୍ରିକେଟ ବୋର୍ଡ । ଏଥି ଯୋଗୁଁ ବିସିସିଆଇ ସଚିବ ଜୟ ଶାହ ଏସିଆ କପ୍ ପାଇଁ ପାକିସ୍ତାନର ହାଇବ୍ରିଡ ମଡେଲକୁ ଗ୍ରହଣ କରୁନଥିବା ସୂଚନା ମିଳିଛି ।












Click it and Unblock the Notifications