ICC Test team of the year: ଭାରତର ୨ ଖେଳାଳିଙ୍କୁ ମିଳିଲା ସ୍ଥାନ
ଆଇସିସି ୨୦୨୩ର ସର୍ବଶ୍ରେଷ୍ଠ ଟେଷ୍ଟ ଦଳ ଘୋଷଣା କରିଛି। ଅଷ୍ଟ୍ରେଲିଆର ଦ୍ରୁତ ବୋଲର ପାଟ୍ କମିନ୍ସଙ୍କୁ ଆଇସିସି ୨୦୨୩ର ଶ୍ରେଷ୍ଠ ଟେଷ୍ଟ ଦଳର ଅଧିନାୟକ କରାଯାଇଛି। ଟି-୨୦ ପରି ଟେଷ୍ଟ ଦଳରେ ମଧ୍ୟ ଜଣେ ହେଲେ ପାକିସ୍ତାନୀ ଖେଳାଳିଙ୍କୁ ସ୍ଥାନ ମିଳିନି।ଦଳରେ ମାତ୍ର ଦୁଇ ଜଣ ଭାରତୀୟ ଖେଳାଳିଙ୍କୁ ସ୍ଥାନ ମିଳିଛି।
ଏହି ଟେଷ୍ଟ ଦଳରେ ଅଷ୍ଟ୍ରେଲିଆର ସର୍ବାଧିକ ୫ ଖେଳାଳିଙ୍କୁ ଜାଗା ମିଳିଥିବା ବେଲେ ଭାରତର ୨, ଇଂଲଣ୍ଡର ୨, ଶ୍ରୀଲଙ୍କା ଓ ନ୍ୟୁଜିଲାଣ୍ଡର ଜଣେ ଲେଖାଏଁ ଖେଳାଳିଙ୍କୁ ସାମିଲ୍ କରାଯାଇଛି ।ଅଷ୍ଟ୍ରେଲିଆର ଓପନର ଉସ୍ମାନ ଖ୍ଵାଜା, ମଧ୍ୟକ୍ରମ ବ୍ୟାଟର ଟ୍ରେଭିସ୍ ହେଡ୍, ଓ୍ଵିକେଟ୍ କିପର ଆଲେକ୍ସ କେରି, ଦ୍ରୁତ ବୋଲର ପାଟ୍ କମିନ୍ସ ଓ ମିଚେଲ୍ ଷ୍ଟାର୍କଙ୍କୁ ସ୍ଥାନ ଦେଇଛି। ଭାରତର ରବୀନ୍ଦ୍ର ଜାଡ଼େଜା ଓ ରବିଚନ୍ଦ୍ରନ ଅଶ୍ଵିନଙ୍କୁ ସାମିଲ୍ କରିଛି ।
ଦଳରେ ଶ୍ରୀଲଙ୍କାର ଦିମୁଥ କରୁଣାରତ୍ନେ, ନ୍ୟୁଜିଲାଣ୍ଡର ଅଧିନାୟକ କେନ ଓ୍ଵିଲିୟମସନ, ଇଂଲଣ୍ଡର ଜୋ ରୁଟ୍ ଓ ଷ୍ଟୁଆର୍ଟ ବ୍ରଡଙ୍କୁ ସାମିଲ୍ କରାଯାଇଛି । ତେବେ ବିଶ୍ଵ ଟେଷ୍ଟ ଚାମ୍ପିଅନଶିପ ଜିତିଥିବା ଅଷ୍ଟ୍ରେଲିଆର ୫ ଖେଳାଳିଙ୍କୁ ଦଳରେ ସ୍ଥାନ ମିଳିଛି।

ICC Test team of the year
ଉସ୍ମାନ ଖ୍ଵାଜା, ଦିମୁଥ କରୁଣାରତ୍ନେ, କେନ ଓ୍ଵିଲିୟମସନ, ଜୋ ରୁଟ୍, ଟ୍ରେଭିସ୍ ହେଡ, ରବୀନ୍ଦ୍ର ଜାଡ଼େଜା, ଆଲେକ୍ସ କେରି(ଓ୍ଵିକେଟ୍ କିପର), ପାଟ୍ କମିନ୍ସ(ଅଧିନାୟକ), ଆର ଅଶ୍ଵିନ, ମିଚେଲ୍ ଷ୍ଟାର୍କ ଓ ଷ୍ଟୁଆର୍ଟ ବ୍ରଡ
ଆଇସିସି ଟିମ୍ ଅଫ୍ ଦି ଇୟର (T20I)
ଯଶସ୍ୱୀ ଜୟସୱାଲ (ଭାରତ), ଫିଲ୍ ସଲ୍ଟ (ଇଂଲଣ୍ଡ), ନିକୋଲାସ୍ ପୁରାନ୍ (ୱେଷ୍ଟଇଣ୍ଡିଜ୍), ସୂର୍ଯ୍ୟକୁମାର ଯାଦବ (କ୍ୟାପଟେନ, ଭାରତ), ମାର୍କ ଚାପମାନ (ନ୍ୟୁଜିଲ୍ୟାଣ୍ଡ), ସିକନ୍ଦର ରଜା (ଜିମ୍ବାୱେ), ଆଲପେଶ ରାମାଜାନି (ଉଗାଣ୍ଡା), ମାର୍କ ଅଡାୟର (ଆୟର୍ଲାଣ୍ଡ) ), ରବି ବିଷ୍ମୋଇ (ଭାରତ), ରିଚାର୍ଡ ନାଗାରାୱା (ଜିମ୍ବାୱେ), ଅର୍ଶଦୀପ ସିଂ (ଭାରତ)
ଆଇସିସି ODI ଟିମ୍ ଅଫ୍ ଦି ଇୟର
ରୋହିତ ଶର୍ମା (ଅଧିନାୟକ), ଶୁଭମାନ ଗିଲ, ଟ୍ରାଭିସ୍ ହେଡ, ବିରାଟ କୋହଲି, ଡାରିଲ ମିଚେଲ, ହେନ୍ରିଚ କ୍ଲାସେନ, ମାର୍କୋ ଜନସେନ, ଆଦାମ ଜାମ୍ପା, ମହମ୍ମଦ ସିରାଜ, କୁଲଦୀପ ଯାଦବ, ମହମ୍ମଦ ଶାମି












Click it and Unblock the Notifications