Get Updates
Get notified of breaking news, exclusive insights, and must-see stories!

ଆଇସିସି ଟେଷ୍ଟ ମାନ୍ୟତା: ରୋହିତ-କୋହଲିଙ୍କ ସ୍ଥିତି ଖରାପ; ବୁମରା-ଜାଡେଜାଙ୍କ ଦବଦବା

ଆଇସସି ଟେଷ୍ଟ ମାନ୍ୟତାରେ ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ବଡ଼ କ୍ଷତି । ଆଇସିସି ମାନ୍ୟତାରେ ଇଂଲଣ୍ଡର ହ୍ୟାରୀ ବ୍ରୁକ୍ ତାଙ୍କ ସାଥୀ ଖେଳାଳି ଜୋ ରୁଟଙ୍କୁ ହଟାଇ ଆଇସିସି ବ୍ୟାଟର ରାଙ୍କିଂର ଶୀର୍ଷରେ ପହଞ୍ଚିଛନ୍ତି । ରୁଟ ୮୯୭ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ଥିବାବେଳେ ୮୯୮ ପଏଣ୍ଟ ସହ ଶୀର୍ଷରେ ପହଞ୍ଚିଛନ୍ତି ବ୍ରୁକ। ଅନ୍ୟପଟେ ଆଇସିସି ବୋଲର ମାନ୍ୟତାରେ ଜସପ୍ରୀତ ବୁମରା ଏବଂ ଅଲରାଉଣ୍ଡର ତାଲିକାରେ ରବୀନ୍ଦ୍ର ଜାଡେଜା ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି ।

ବୁମରା-ଜାଡେଜାଙ୍କ ଦବଦବା
ଆଇସିସି ଟେଷ୍ଟ ବୋଲର ମାନ୍ୟତାରେ ଜସପ୍ରୀତ ବୁମରାଙ୍କ ଦବଦବା ଜାରି ରହିଛି। ୮୯୦ ରେଟିଂ ପଏଣ୍ଟ ସହ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି ବୁମରା। ତାଙ୍କ ପରେ ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲର କାଗିସୋ ରାବାଡା (୮୫୬) ଏବଂ ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ଜୋଶ ହାଜଲେଉଡ୍ (୮୫୧) ଅଛନ୍ତି। ସେହିଭଳି ୪୧୫ ରେଟିଂ ପଏଣ୍ଟ ସହ ଟେଷ୍ଟ ଅଲରାଉଣ୍ଡର ସୂଚୀରେ ରବୀନ୍ଦ୍ର ଜାଡେଜା ମଧ୍ୟ ନିଜର ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି । ଏହି ତାଲିକାରେ ୨୮୫ ପଏଣ୍ଟ ସହ ବାଂଲାଦେଶ ଅଧିନାୟକ ମେହିଡି ହାସନ ମିରାଜ ଦ୍ୱିତୀୟ ସ୍ଥାନରେ ଅଛନ୍ତି ।

ICC Test Rankings

ରୋହିତ-କୋହଲିଙ୍କ ସ୍ଥିତି ଖରାପ
ଅନ୍ୟପକ୍ଷରେ ଭାରତୀୟ ବ୍ୟାଟିଂ କିମ୍ବଦନ୍ତୀ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ଏଥର ଆଇସିସି ରାଙ୍କିଂରେ ବଡ଼ କ୍ଷତି ସହିବାକୁ ପଡ଼ିଛି । ରୋହିତ ଶର୍ମା ଟପ୍ ୩୦ରୁ ବାଦ ପଡ଼ିଛନ୍ତି । ସଦ୍ୟ ପ୍ରକାଶିତ ଆଇସିସି ମାନ୍ୟତାରେ ରୋହିତ ୩୧ଶ ସ୍ଥାନକୁ ଖସି ଆସିଥିବାବେଳେ ବିରାଟ କୋହଲି ୬ଟି ସ୍ଥାନ ହରାଇ ୨୦ଶ ସ୍ଥାନରେ ପହଞ୍ଚିଛନ୍ତି । ଚଳିତବର୍ଷ ଟେଷ୍ଟ ରାଙ୍କିଂ ଦୃଷ୍ଟିରୁ ଉଭୟ ଖେଳାଳି ସେମାନଙ୍କର ସବୁଠାରୁ ଖରାପ ସ୍ଥିତିରେ ପହଞ୍ଚିଛନ୍ତି । ଯୁବ ଓପନର୍ ଯଶସ୍ୱୀ ଜୈସୱାଲ ଚତୁର୍ଥ ସ୍ଥାନରେ ଥିବାବେଳେ କେନ୍ ୱିଲିୟମସନ ତୃତୀୟ ସ୍ଥାନରେ ଅଛନ୍ତି । ଶୀର୍ଷ ୨୦ ମାନ୍ୟତାରେ ଋଷଭ ପନ୍ତ ନବମ ଓ ଶୁଭମନ ଗିଲ ୧୭ଶ ସ୍ଥାନରେ ଅଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+