ଟେଷ୍ଟ କ୍ରିକେଟର ନମ୍ୱର ୱାନ ବୋଲର ଅଶ୍ୱିନ, ଉପରକୁ ଉଠିଲେ ବିରାଟ
ବୋଲରଙ୍କ ମାନ୍ୟତାରେ ବିଶ୍ୱର ଏକ ନମ୍ବର ବୋଲର ଭାବେ ସ୍ଥାନ ପାଇଛନ୍ତି ଭାରତୀୟ ଭେଟରାନ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ୍ । ବର୍ଡର-ଗାଭାସ୍କର ଟ୍ରଫିରେ ୨୫ ୱିକେଟ୍ ନେଇ ଅଶ୍ୱିନ୍ ଏବେ ଏକ ନମ୍ୱର ସ୍ଥାନରେ ବସିଛନ୍ତି ।

ICC Test Rankings: ପ୍ରକାଶ ପାଇଁ ଆଇସିସି ଟେଷ୍ଟ ର଼୍ୟାଙ୍କିଂ । ବୋଲରଙ୍କ ମାନ୍ୟତାରେ ବିଶ୍ୱର ଏକ ନମ୍ବର ବୋଲର ଭାବେ ସ୍ଥାନ ପାଇଛନ୍ତି ଭାରତୀୟ ଭେଟରାନ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ୍ । ବର୍ଡର-ଗାଭାସ୍କର ଟ୍ରଫିରେ ୨୫ ୱିକେଟ୍ ନେଇ ଅଶ୍ୱିନ୍ ଏବେ ଏକ ନମ୍ୱର ସ୍ଥାନରେ ବସିଛନ୍ତି ।
ଗତ ସପ୍ତାହରେ ଅଶ୍ୱିନ ଇଂଲଣ୍ଡର ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନଙ୍କ ସହ ଯୁଗ୍ମ ଭାବେ ଟେଷ୍ଟ ବୋଲିଂ ରାଙ୍କିଙ୍ଗର ୧ନଂ ସ୍ଥାନରେ ରହିଥିଲେ। କିନ୍ତୁ ଆଜି ଜାରି ହୋଇଥିବା ଆଇସିସି ଟେଷ୍ଟ ବୋଲିଂ ରାଙ୍କିଙ୍ଗରେ ଆଣ୍ଡରନସନଙ୍କୁ ପଛରେ ପକାଇ ଅଶ୍ୱିନ ଏକାକୀ ଶୀର୍ଷ ସ୍ଥାନ ଦଖଲ କରିଛନ୍ତି । ପ୍ୟାଟ୍ କମିନ୍ସ ପୂର୍ବଭଳି ବୋଲିଂ ରାଙ୍କିଙ୍ଗର ୩ନଂ ସ୍ଥାନରେ ରହିଛନ୍ତି ।
ସେହିପରି ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲର କାଗିସୋ ରାବାଡା ୪ର୍ଥ, ପାକିସ୍ତାନର ଶାହୀନ ଶାହ ଆଫ୍ରିଦି ୫ମ, ଇଂଲଣ୍ଡର ଓଲି ରବନିଶନ ୬ଷ୍ଠ, ଜସପ୍ରୀତ ବୁମରା ଗୋଟିଏ ସ୍ଥାନ ତଳକୁ ଖସି ୭ମ, ଅଷ୍ଟ୍ରେଲିଆର ସ୍ପିନ ତାରକା ନାଥନ ଲାୟନ ୮ମ, ଭାରତର ରବୀନ୍ଦ୍ର ଜାଡେଜା ୯ମ ଓ ନ୍ୟୁଜିଲାଣ୍ଡର କାୟଲ ଜାମେସନ ୧୦ମ ସ୍ଥାନରେ ରହିଛନ୍ତି ।
ଅନ୍ୟପଟେ ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ ଟେଷ୍ଟରେ ଚମତ୍କାର ୧୮୬ ରନର ପାଳି ଖେଳିଥିବା ବିରାଟ କୋହଲି ୮ ଜଣ ବ୍ୟାଟ୍ସମ୍ୟାନଙ୍କୁ ପଛରେ ପକାଇ ଶ୍ରେଷ୍ଠ ୨୦ରେ ସ୍ଥାନ ପାଇଛନ୍ତି । ସଦ୍ୟ ପ୍ରକାଶିତ ଟେଷ୍ଟ ର଼୍ୟାଙ୍କିଂରେ ବିରାଟ କୋହଲି ୧୩ ନମ୍ବର ସ୍ଥାନରେ ପହଞ୍ଚିଛନ୍ତି । ସେହପରି ଋଷଭ ପନ୍ତ ରାଙ୍କିଙ୍ଗର ୯ନଂ ସ୍ଥାନରେ ଓ ଅଧିନାୟକ ରୋହିତ ଶର୍ମା ୧୦ମ ସ୍ଥାନରେ ରହିଛନ୍ତି ।
ସେହିପରି ଅଲରାଉଣ୍ଡ ରାଙ୍କିଙ୍ଗରେ ମଧ୍ୟ ସେ ଦୁଇଟି ସ୍ଥାନ ଉପରକୁ ଉଠି ଟପ୍ ୪ରେ ପହଞ୍ଚିଛନ୍ତି । ଅଲରାଉଣ୍ଡର ରାଙ୍କିଙ୍ଗର ୧ନଂରେ ରବୀନ୍ଦ୍ର ଜାଡେଜା ଓ ଦୁଇ ନମ୍ବରରେ ରବି ଅଶ୍ୱିନ ପୂର୍ବଭଳି ରହିଛନ୍ତି । ତୃତୀୟ ସ୍ଥାନରେ ସାକିବ ଅଲ ହାସନ ଅଛନ୍ତି ।












Click it and Unblock the Notifications