ବିରାଟ କୋହଲିଙ୍କୁ ପଛରେ ପକାଇଲେ ଜୋ ରୁଟ
ଦ୍ୱିଶତକ ହାସଲ କରିବା ପରେ ଇଂଲଣ୍ଡ ଅଧିନାୟକ ଜୋ ରୁଟ୍ ସଦ୍ୟ ପ୍ରକାଶିତ ଆଇସିସି ଟେଷ୍ଟ ମାନ୍ୟତାରେ ତୃତୀୟ ସ୍ଥାନ ଅଧିକାର କରିଥିବାବେଳେ ପ୍ରଥମ ଟେଷ୍ଟରେ 227 ରନ୍ ପରାଜୟ ପରେ ଭାରତ ଅଧିନାୟକ ବିରାଟ କୋହଲି ପଞ୍ଚମ ସ୍ଥାନକୁ ଖସି ଆସିଛନ୍ତି।
ନୂଆଦିଲ୍ଲୀ: ଦ୍ୱିଶତକ ହାସଲ କରିବା ପରେ ଇଂଲଣ୍ଡ ଅଧିନାୟକ ଜୋ ରୁଟ ସଦ୍ୟ ପ୍ରକାଶିତ ଆଇସିସି ଟେଷ୍ଟ ମାନ୍ୟତାରେ ତୃତୀୟ ସ୍ଥାନ ଅଧିକାର କରିଥିବାବେଳେ ପ୍ରଥମ ଟେଷ୍ଟରେ 227 ରନ୍ ପରାଜୟ ପରେ ଭାରତ ଅଧିନାୟକ ବିରାଟ କୋହଲି ପଞ୍ଚମ ସ୍ଥାନକୁ ଖସି ଆସିଛନ୍ତି। ରୁଟ୍ ତାଙ୍କର 100 ତମ ଟେଷ୍ଟରେ ଭାରତ ବିପକ୍ଷ ପ୍ରଥମ ଇନିଂସରେ 218 ରନ୍ ସଂଗ୍ରହ କରିଥିଲେ ଏବଂ ଦ୍ୱିତୀୟ ଇନିଂସରେ 40 ରନ୍ ସଂଗ୍ରହ କରିଥିଲେ। କୋହଲି 11 ଓ 72 ସ୍କୋର କରିଥିଲେ।

ଅଷ୍ଟ୍ରେଲିଆର ମାର୍ନୁସ ଲାବୁସେନେ ମଧ୍ୟ ଗୋଟିଏ ସ୍ଥାନ ଖସି ଚତୁର୍ଥ ସ୍ଥାନକୁ ଖସି ଆସିଛନ୍ତି। ପାକିସ୍ତାନ ଅଧିନାୟକ ବାବର ଆଜମ ଗୋଟିଏ ସ୍ଥାନ ହାସଲ କରି ଷଷ୍ଠ ସ୍ଥାନରେ ଥିବାବେଳେ ଚେତେଶ୍ୱର ପୂଜାରା ଗୋଟିଏ ଖସି ସ୍ଥାନ ସପ୍ତମ ସ୍ଥାନରେ ରହିଛନ୍ତି । ହେନେରୀ ନିକୋଲସ୍ (8ମ), ବେନ୍ ଷ୍ଟୋକ୍ସ (9ମ) ଏବଂ ଡେଭିଡ ୱାର୍ଣ୍ଣର (10ମ) ର଼୍ୟାଙ୍କିଙ୍ଗରେ ଟପ୍ -10ରେ ସ୍ଥାନ ପାଇଛନ୍ତି। ଏକ ନମ୍ବର ସ୍ଥାନରେ ଅଛନ୍ତି କେନ୍ ୱିଲିୟମ୍ସନ୍ ଏବଂ 2ୟରେ ଷ୍ଟିଭ୍ ସ୍ମିଥ୍ | କ୍ରମାଗତ ଭାବରେ ଭଲ ପ୍ରଦର୍ଶନ କରୁଥିବା ଋଷଭ ପନ୍ତଙ୍କୁ 13 ତମ ସ୍ଥାନକୁ ଉଠିଛନ୍ତି । ଶୁଭମନ ଗିଲ 7ଟି ସ୍ଥାନ ଉପରକୁ ଉଠି 40 ତମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି।
💥 Joe Root enters top three
🔼 Babar Azam, Ben Stokes move up one spot
📉 Virat Kohli slips to No.5A lot of changes in the latest @MRFWorldwide ICC Test Player Rankings for batting 👀
Full rankings: https://t.co/OMjjVwOboH pic.twitter.com/TRwJwuRx88
— ICC (@ICC) February 10, 2021
ବୋଲିଂରେ ଭାରତ ବିପକ୍ଷରେ ଚମତ୍କାର ପ୍ରଦର୍ଶନ କରିଥିବା ଜେମ୍ସ ଆଣ୍ଡରସନ ତୃତୀୟ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଚେନ୍ନାଇରେ ଆଣ୍ଡରସନ ପାଞ୍ଚଟି ୱିକେଟ୍ ନେଇଥିଲେ। ଚେନ୍ନାଇର ଦ୍ୱିତୀୟ ଇନିଂସରେ 6 ୱିକେଟ୍ ନେଇଥିବା ରବିଚନ୍ଦ୍ରନ୍ ଅଶ୍ୱୀନ୍ ଗୋଟିଏ ସ୍ଥାନ ଉପରକୁ ଉଠି ସପ୍ତମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ବୁମରା 8 ନମ୍ବର ସ୍ଥାନରେ ଅଛନ୍ତି ।
-
କ୍ରସ୍ ଭୋଟିଂକୁ ନେଇ ନବୀନଙ୍କ ପ୍ରତିକ୍ରିୟା, କହିଲେ ବିଜେପି... -
କଟକ SCB ଅଗ୍ନିକାଣ୍ଡ ; ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି,ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ -
ବିଧାୟିକା ଉପାସନାଙ୍କ ଭୋଟ୍କୁ ନେଇ ନବୀନଙ୍କ ଅଭିଯୋଗ -
୨ ମାସ ତଳୁ ଯୋଜନା ପ୍ରସ୍ତୁତ ହୋଇଥିଲା, ଜିତିବା ପାଇଁ ଲଢୁଥିଲୁ;ବିଜୟ ମହାପାତ୍ର -
କ୍ରସ୍ ଭୋଟିଂକୁ ନେଇ ପିସିସି ସଭାପତିଙ୍କ ବିସ୍ଫୋରକ ବୟାନ -
ଅଣ୍ଡା ପ୍ରେମୀଙ୍କ ପାଇଁ ଖୁସି ଖବର ; କମିଲା ରେଟ, ଜାଣନ୍ତୁ କେତେ? -
ଓଡ଼ିଶାର ୯ ଜିଲା ଦେଇ ଯିବ ଖଡ଼ଗପୁର-ବିଜୟୱାଡା ଏକ୍ସପ୍ରେସୱେ -
କ୍ରସ୍ ଭୋଟିଂ ପାଇଁ କଂଗ୍ରେସରୁ ନିଲମ୍ବନ ହେଲେ ୩ ବିଧାୟକ -
ଉଚ୍ଚସ୍ତରୀୟ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ -
ଦିଲ୍ଲୀ ହାଇକୋର୍ଟରେ ୧୦କୋଟି ଟଙ୍କାର କେସ୍ ଦାଏର କଲେ କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କ ଝିଅ, ଜାଣନ୍ତୁ ପୁରା ଘଟଣା -
ନିର୍ବାଚନ ପୂର୍ବରୁ ମମତାଙ୍କୁ ଝଟକା, ଆକ୍ସନ ମୁଡକୁ ଆସିଲେ ନିର୍ବାଚନ କମିଶନ -
ସାବଧାନ ! ଖାଉଛନ୍ତି କଞ୍ଚା ଆମ୍ବ ତେବେ ନିହାତି ଜାଣନ୍ତୁ ଏହି କଥା, ନଚେତ୍...












Click it and Unblock the Notifications