ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ: ୧ନଂ ସ୍ଥାନରେ ରବୀନ୍ଦ୍ର ଜାଡେଜା
ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟରେ ଉଭୟ ବ୍ୟାଟିଂ ଓ ବୋଲିଂରେ ଜବରଦସ୍ତ ପ୍ରଦର୍ଶନ କରିଥିବା ରବୀନ୍ଦ୍ର ଜାଡେଜା ବଡ଼ ସମ୍ମାନ ପାଇଛନ୍ତି। ଆଜି ଆଇସିସି ପକ୍ଷରୁ ଜାରି ଟେଷ୍ଟ ରାଙ୍କିଙ୍ଗର ଅଲରାଉଣ୍ଡର ତାଲିକାର ୧ନଂ ସ୍ଥାନରେ ରବୀନ୍ଦ୍ର ଜାଡେଜା ପହଞ୍ଚି ଯାଇଛନ୍ତି।
ଦୁବାଇ: ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟରେ ଉଭୟ ବ୍ୟାଟିଂ ଓ ବୋଲିଂରେ ଜବରଦସ୍ତ ପ୍ରଦର୍ଶନ କରିଥିବା ରବୀନ୍ଦ୍ର ଜାଡେଜା ବଡ଼ ସମ୍ମାନ ପାଇଛନ୍ତି। ଆଜି ଆଇସିସି ପକ୍ଷରୁ ଜାରି ଟେଷ୍ଟ ରାଙ୍କିଙ୍ଗର ଅଲରାଉଣ୍ଡର ତାଲିକାର ୧ନଂ ସ୍ଥାନରେ ରବୀନ୍ଦ୍ର ଜାଡେଜା ପହଞ୍ଚି ଯାଇଛନ୍ତି।

ପୂର୍ବରୁ ସେ ୩ନଂ ସ୍ଥାନରେ ରହିଥିଲେ। ହେଲେ ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟରେ ୧୭୫ ରନ ଓ ୯ଟି ୱିକେଟ ହାସଲ କରିବାରୁ ୧ନଂ ସ୍ଥାନ ଦଖଲ କରିଛନ୍ତି। ସେ ୱେଷ୍ଟଇଣ୍ଡିଜ ଅଲରାଉଣ୍ଡର ଜେସନ ହୋଲ୍ଡରଙ୍କୁ ପଛରେ ପକାଇ ଏହି ସ୍ଥାନ ଦଖଲ କରିଛନ୍ତି। ସେହିପରି ପୂର୍ବରୁ ଦୁଇ ନମ୍ବର ସ୍ଥାନରେ ଥିବା ରବିଚନ୍ଦ୍ରନ ଅଶ୍ୱିନ ୩ନଂକୁ ଖସିଛନ୍ତି।
ମୋହାଲି ଟେଷ୍ଟ ମ୍ୟାଚରେ ରବିନ୍ଦ୍ର ଜାଦେଜା ୯ ୱିକେଟ୍ ନେବା ବ୍ୟତୀତ ପ୍ରଥମ ଇନିଂସରେ ଅପରାଜିତ ୧୭୫ ରନ୍ କରିଥିଲେ। ମ୍ୟାଚ୍ ପୂର୍ବରୁ ରବୀନ୍ଦ୍ର ଜାଦେଜା ର଼୍ୟାଙ୍କିଙ୍ଗରେ ୩ନମ୍ବର ସ୍ଥାନରେ ରହିଥିବା ବେଳେ ଆଜି ସେ ନମ୍ବର ୧ସ୍ଥାନକୁ ଯାଇଛନ୍ତି । ମୋହାଲିରେ ଖେଳାଯାଇଥିବା ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ପରେ ହିଁ ରବିନ୍ଦ୍ର ଜାଡେଜାଙ୍କୁ ବର୍ତ୍ତମାନର ସର୍ବଶ୍ରେଷ୍ଠ ଅଲରାଉଣ୍ଡର ଭାବେ ୧ନମ୍ବର ସ୍ଥାନ ମିଳିଛି।
ରବିନ୍ଦ୍ର ଜାଦେଜା ଏହା ପୂର୍ବରୁ ମଧ୍ୟ ଟେଷ୍ଟ ଅଲରାଉଣ୍ଡର ର଼୍ୟାଙ୍କିଙ୍ଗରେ ନମ୍ବର ୧ରେ ରହିସାରିଛନ୍ତି। ୨୦୧୭ ମସିହାରେ ରବିନ୍ଦ୍ର ଜାଦେଜା ସର୍ବଦଳୀୟ ର଼୍ୟାଙ୍କିଙ୍ଗରେ ଶୀର୍ଷରେ ପହଞ୍ଚିଥିଲେ, ସେତେବେଳେ ତାଙ୍କର ୪୩୮ ପଏଣ୍ଟ ଥିଲା। ଦୀର୍ଘ ସମୟ ପରେ ଟିମ୍ ଇଣ୍ଡିଆର ଅଲରାଉଣ୍ଡର ମାନ୍ୟତାରେ ବୃଦ୍ଧି ଘଟିଛି।












Click it and Unblock the Notifications