Get Updates
Get notified of breaking news, exclusive insights, and must-see stories!

ଆଇସିସିର ଦଶନ୍ଧି ଦଳ: ଟି-20 ଓ ଦିନିକିଆରେ ଧୋନି, ଟେଷ୍ଟରେ ବିରାଟ ଅଧିନାୟକ

ସମସ୍ତ 3ଟି ଫର୍ମାଟର ଦଳରେ ଅଧିନାୟକ ଭାର ଜଣେ ଭାରୀତୟଙ୍କ କାନ୍ଧକୁ ଆସିଛି । ଯାହା ଏକ ବିରଳ ରେକର୍ଡ ସୃଷ୍ଟି କରିଛି ।

ଦୁବାଇ: ଅନ୍ତଃରାଷ୍ଟ୍ରୀୟ କ୍ରିକେଟ୍ ପରିଷଦ (ICC) ଘୋଷଣା କରିଛି ତାର ଦଶନ୍ଧି ଦଳ । ଗତ ୧୦ ବର୍ଷ ମଧ୍ୟରେ କ୍ରିକେଟରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ ଭିତ୍ତିରେ ଏହି ଦଳ ଘୋଷଣା କରିଛି ଆଇସିସି । ତେବେ ଘୋଷଣା ହୋଇଥିବା 3ଟି ଫର୍ମାଟର ପୁରୁଷ ଦଳରେ ଭାରତୀୟଙ୍କ ରାଜ ରହିଛି । ସମସ୍ତ 3ଟି ଫର୍ମାଟର ଦଳରେ ଅଧିନାୟକ ଭାର ଜଣେ ଭାରୀତୟଙ୍କ କାନ୍ଧକୁ ଆସିଛି । ଯାହା ଏକ ବିରଳ ରେକର୍ଡ ସୃଷ୍ଟି କରିଛି ।

ତେବେ ଆଇସିସି ପକ୍ଷରୁ ଘୋଷଣା ହୋଇଥିବା ଦଶନ୍ଧି ଦିନିକିଆ ଓ ଟି-20 ଦଳର ଅଧିନାୟକ ରହିଛନ୍ତି ବିଶ୍ବ କ୍ରିକେଟର ସଫଳତମ ଅଧିନାୟକ ତଥା ପୂର୍ବତନ ଭାରତୀୟ ଅଧନାୟକ ମହେନ୍ଦ୍ର ସିଂ ଧୋନି । ଧୋନି ଉଭୟ ଦଳରେ ଅଧିନାୟକ ଓ ୱିକେଟକିପର ବ୍ୟାଟ୍ସମ୍ୟାନ ରହିଛନ୍ତି । ସେହିପରି ଟେଷ୍ଟ ଦଳର ଅଧିନାୟକ ଭାର ରହିଛି ଭାରତର ନିୟମିତ ଅଧିନାୟକ ବିରାଟ କୋହଲିଙ୍କ କାନ୍ଧରେ ।

ICC Team of the Decade

ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଓ ସମ୍ମାନ ଜନକ ବିଷୟ ହେଉଛି ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ 3ଟି ଯାକ ଫର୍ମାଟର ଏକାଦଶରେ ସ୍ଥାନ ମିଳିଛି । ସେହିପରି ଟି-20 ଦଳରେ ରୋହିତ ଶର୍ମା ଓ ଜସପ୍ରୀତ ବୁମରାଙ୍କ ଅନ୍ୟତମ ଭାରତୀୟ ଖେଳାଳି ଭାବେ ସ୍ଥାନ ମିଳିଛି । ତେବେ ଦିନିକିଆ ଦଳର ବୋଲିଂ ବିଭାଗରେ କୌଣସି ଭାରତୀୟ ବୋଲରଙ୍କୁ ସ୍ଥାନ ମିଳି ନାହିଁ । ଦଳରେ ରୋହିତ ଶର୍ମା ଓପନ ଭାବେ ସ୍ଥାନ ପାଇଥିବା ବେଳେ 3କ୍ରମରେ ସ୍ଥାନ ମିଳିଛି ବିରାଟ କୋହଲିଙ୍କୁ । ସେହିପରି ଟେଷ୍ଟ ଟିମରେ ବିରାଟ ଅଧିନାୟକ ଥିବା ବେଳେ ରବିଚନ୍ଦ୍ରନ ଅଶ୍ବୀନଙ୍କୁ ଏକମାତ୍ର ଭାରତୀୟ ବୋଲର ଭାବେ ସ୍ଥାନ ମିଳିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+