ଅଷ୍ଟ୍ରେଲିଆ ଖେଳାଳିଙ୍କୁ ଧକ୍କା ମାରିବା ଘଟଣାରେ, କୋହଲିଙ୍କ ଉପରେ ଆକ୍ସନ ନେଲା ଆଇସିସି
Virat Kohali: ଭାରତ ବନାମ ଅଷ୍ଟ୍ରେଲିଆ ଚତୁର୍ଥ ଟେଷ୍ଟ ମ୍ୟାଚରେ ସାମ୍ସ କନଷ୍ଚାସଙ୍କୁ ବିରାଟ କୋହଲି ଧକ୍କା ମାରିଥିଲେ । ଯାହା ପରେ ଆଇସିସି ନେଇଛି କଡ଼ା ଆକ୍ସନ । କୋହଲିଙ୍କ ମ୍ୟାଚ ଫିସରେ ୨୦ ପ୍ରତିଶତ ଜୋରିମାନା ଲଗାଯାଇଛି ଓ ଗୋଟିଏ ଡିମେରିଟ ଅଙ୍କ ମଧ୍ୟ ଦିଆଯାଇଛି । ଏପରି ଘଟଣା ବକ୍ସିଂ ଡେ' ଟେଷ୍ଟର ପ୍ରଥମ ଦିନରେ ଘଟିଛି ।

ଏପରି ଘଟଣା ମ୍ୟାଚ୍ ମଝିରେ ୧୦ ରୁ ୧୧ ଓଭର ମଝିରେ ଘଟିଛି । ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଯେଉଁଥିରେ ଦେଖିବା ପାଇଁ ମିଳୁଛି ବିରାଟ ସାମ କନଷ୍ଚାସକୁ କ୍ରସ କରି ଯିବା ସମୟରେ ଉଭୟଙ୍କ ମଧ୍ୟରେ ଧକ୍କା ହୋଇଛି । ଏହା ପରେ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା ଯାହା ପରେ ଘଟଣାସ୍ଥଳର ଅମ୍ପାୟର ଓ ଉସମାନ ଖୱାଜା ପହଞ୍ଚି ସ୍ଥିତି ସମ୍ଭାଳିଥିଲେ ।












Click it and Unblock the Notifications