ଆଇସିସି ପ୍ରକାଶ କଲା ଟି-20 ବ୍ୟାଟିଂ ରାଙ୍କିଙ୍ଗ, ଟପ-10ରେ ଦୁଇ ଭାରତୀୟ

ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଆଜି ଟି-୨୦ର ବ୍ୟାଟିଂ ରାଙ୍କିଙ୍ଗ ଜାରି କରିଛି । ବ୍ୟାଟ୍ସମ୍ୟାନ୍‌ ସୂଚୀରେ ୭୬୨ ଅଙ୍କ ସହ ପଞ୍ଚମ ସ୍ଥାନରେ ଅପରିବର୍ତ୍ତିତ ଅଛନ୍ତି ଭାରତୀୟ ଅଧିନାୟକ ବିରାଟ କୋହଲି।

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଆଜି ଟି-୨୦ର ବ୍ୟାଟିଂ ରାଙ୍କିଙ୍ଗ ଜାରି କରିଛି । ବ୍ୟାଟ୍ସମ୍ୟାନ୍‌ ସୂଚୀରେ ୭୬୨ ଅଙ୍କ ସହ ପଞ୍ଚମ ସ୍ଥାନରେ ଅପରିବର୍ତ୍ତିତ ଅଛନ୍ତି ଭାରତୀୟ ଅଧିନାୟକ ବିରାଟ କୋହଲି। ଓ୍ବିକେଟ କିପର-ବ୍ୟାଟ୍ସମ୍ୟାନ୍‌ କେଏଲ୍‌ ରାହୁଲ ୭୪୩ ରେଟିଂ ସହ ଗୋଟିଏ ସ୍ଥାନ ଉପରକୁ ଉଠି ଷଷ୍ଠ ସ୍ଥାନକୁ ଆସିଛନ୍ତି। ବ୍ୟାଟ୍ସମ୍ୟାନ୍‌ ରାଙ୍କିଙ୍ଗରେ ବିରାଟ ଏବଂ ରାହୁଲଙ୍କ ବ୍ୟତୀତ ଅନ୍ୟ କେହି ଭାରତୀୟ ଖେଳାଳି ଶୀର୍ଷ ୧୦ରେ ସ୍ଥାନ ପାଇନାହାନ୍ତି।

Virat Kohli

ଇଂଲଣ୍ଡର ବ୍ୟାଟ୍ସମ୍ୟାନ୍‌ ଡେଭିଡ ମଲାନ୍‌ ଶୀର୍ଷରେ ଥିବା ବେଳେ ତାଙ୍କୁ ମିଳିଛି ୮୮୮ ରେଟିଂ। ଦ୍ବିତୀୟ ଏବଂ ତୃତୀୟ ସ୍ଥାନରେ ଯଥାକ୍ରମେ ଅଷ୍ଟ୍ରେଲିଆର ଆରୋନ ଫିଞ୍ଚ (୮୩୦ ରେଟିଂ) ଏବଂ ପାକିସ୍ତାନର ବାବର ଆଜମ (୮୨୮ ରେଟିଂ) ରହିଛନ୍ତି। ଅଷ୍ଟ୍ରେଲିଆର ଅଲରାଉଣ୍ଡର ଗ୍ଲେନ ମାକ୍ସଓ୍ବେଲ୍‌ ଗୋଟିଏ ସ୍ଥାନ ଉପରକୁ ଉଠି ସପ୍ତମ ସ୍ଥାନରେ ପହଞ୍ଚିଛନ୍ତି। ସେପଟେ ଦିନିକିଆ ରାଙ୍କିଙ୍ଗରେ କୋହଲି ଏବଂ ଉପ ଅଧିନାୟକ ରୋହିତ ଶର୍ମା ଶୀର୍ଷ ୫ରେ ରହିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+