Get Updates
Get notified of breaking news, exclusive insights, and must-see stories!

ଟି-20 ରାଙ୍କିଙ୍ଗ: ଟପ୍‌ ୧୦କୁ ଫେରିଲେ ବିରାଟ କୋହଲି

ଆଇସିସି ତରଫରୁ ବୁଧବାର ନୂଆ ଟି-୨୦ ରାଙ୍କିଙ୍ଗ୍ ପ୍ରକାଶ ପାଇଛି । ଯେଉଁଥିରେ ଭାରତୀୟ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ଲମ୍ବା ଲମ୍ଫ ମାରିଛନ୍ତି । କୋହଲିଙ୍କ ଆଇସିସି ରାଙ୍କିଙ୍ଗରେ ଉନ୍ନତି ଆସିଥିବାବେଳେ, ଏବେ ସେ ଟପ୍-୧୦ ବ୍ୟାଟ୍ସମ୍ୟାନ୍ ଲିଷ୍ଟରେ ସାମିଲ ହୋଇଛନ୍ତି

ନୂଆଦିଲ୍ଲୀ: ଆଇସିସି ତରଫରୁ ବୁଧବାର ନୂଆ ଟି-୨୦ ରାଙ୍କିଙ୍ଗ୍ ପ୍ରକାଶ ପାଇଛି । ଯେଉଁଥିରେ ଭାରତୀୟ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ଲମ୍ବା ଲମ୍ଫ ମାରିଛନ୍ତି । କୋହଲିଙ୍କ ଆଇସିସି ରାଙ୍କିଙ୍ଗରେ ଉନ୍ନତି ଆସିଥିବାବେଳେ, ଏବେ ସେ ଟପ୍-୧୦ ବ୍ୟାଟ୍ସମ୍ୟାନ୍ ଲିଷ୍ଟରେ ସାମିଲ ହୋଇଛନ୍ତି । ସେ ଏବେ ଟି-ଟ୍ୱେଣ୍ଟି ରାଙ୍କିରେ ୯ମ ସ୍ଥାନରେ ରହିଛନ୍ତି ।

Virat Kohli

ରତର ସୁପରଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ସବୁବେଳେ ବିସ୍ଫୋରକ ବ୍ୟାଟିଂ ପାଇଁ ଜଣାଶୁଣା । ଏସିଆ କପ୍ ୨୦୨୨ରେ ବିରାଟ କୋହଲି ଆଫଗାନିସ୍ତାନ ବିପକ୍ଷରେ ଧମାକାଦାର୍ ଶତକ ହାସଲ କରିଥିଲେ । ଏହା ପରେ ସେ ଫର୍ମକୁ ଫେରିଛନ୍ତି ଓ ପାକିସ୍ତାନ ବିପକ୍ଷ ଟି-୨୦ ବିଶ୍ୱକପ ୨୦୨୨ର ପ୍ରଥମ ମ୍ୟାଚରେ ସେ ସମଗ୍ର ବିଶ୍ବର କ୍ରିକେଟପ୍ରେମୀଙ୍କୁ ଏହା ଦେଖାଇଥିଲେ । ପାକିସ୍ତାନ ବିପକ୍ଷରେ ମ୍ୟାଚ୍‌ ବିଜୟୀ ଇନିଂସ ଖେଳିଥିବା ବିରାଟ କୋହଲି ଆଇସିସି ଟି-୨୦ ରାଙ୍କିଙ୍ଗର ଟପ୍‌ ୧୦କୁ ଫେରିଛନ୍ତି।

ବିରାଟ କୋହଲି ୨୦୨୧ ନଭେମ୍ବର ମାସରେ ଟପ୍‌ ୧୦ରୁ ବାଦ ପଡ଼ିଥିଲେ । ୨୦୨୧ ବିଶ୍ୱକପରେ ଖରାପ ପ୍ରଦର୍ଶନ ପାଇଁ ତାଙ୍କୁ ବିପର୍ଯ୍ୟୟର ସମ୍ମୁଖୀନ ହେବାକୁ ପଡ଼ିଥିଲା । ଅବଶ୍ୟ ଚଳିତ ବର୍ଷ ଫେବୃଆରୀରେ ସେ ପୁଣି ଟପ୍ ୧୦କୁ ଫେରିଥିଲେ । ହେଲେ ପରବର୍ତ୍ତୀ ଅବସ୍ଥାରେ ସେ ତଳକୁ ଖସିଯାଇ ଥିଲେ ।

ରବିବାର ମେଲବର୍ଣ୍ଣରେ ଖେଳାଯାଇଥିବା ପାକିସ୍ତାନ ବିପକ୍ଷ ପ୍ରଥମ ସୁପର ୧୨ ମୁକାବିଲାରେ ବିରାଟ ୫୩ ବଲରେ ଅପରାଜିତ ୮୨ ରନର ଇନିଂସ ଖେଳିଥିଲେ। ଏହି ଚମତ୍କାର ଇନିଂସ ବଳରେ ପାକିସ୍ତାନ ପଞ୍ଝାରୁ ଟିମ ଇଣ୍ଡିଆ ମ୍ୟାଚ ମଧ୍ୟ ଛଡ଼ାଇ ଆଣିଥିଲା। ଏହାର ଫାଇଦା ବିରାଟଙ୍କୁ ରାଙ୍କିଙ୍ଗରେ ମଧ୍ୟ ମିଳିଛି। ସେ ଏବେ ଦୀର୍ଘଦିନ ପରେ ବ୍ୟାଟିଂ ରାଙ୍କିଙ୍ଗର ଟପ୍‌ ୧୦ରେ ପ୍ରବେଶ କରିଛନ୍ତି।

ଅନ୍ୟପଟେ ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ୍‌ ସୂର୍ଯ୍ୟକୁମାର ଯାଦବ ରାଙ୍କିଙ୍ଗରେ ତଳକୁ ଖସିଛନ୍ତି । ବିଶ୍ୱକପ ପୂର୍ବରୁ ୨ନଂ ସ୍ଥାନରେ ଥିବା ସୂର୍ଯ୍ୟ କୁମାର ଏବେ ୮୨୮ ପଏଣ୍ଟ ସହ ତୃତୀୟ ସ୍ଥାନକୁ ଖସି ଯାଇଛନ୍ତି । ୨ନଂ ସ୍ଥାନକୁ ନ୍ୟୁଜିଲ୍ୟାଣ୍ଡର ଡେଭୋନ କନୱେ ଉଠିଛନ୍ତି ।

ତାଙ୍କ ପଏଣ୍ଟ ସଂଖ୍ୟା ୮୩୧ ରହିଛି। ୮୪୯ ପଏଣ୍ଟ ସହ ପାକିସ୍ତାନର ମହମ୍ମଦ ରିଜୱାନ ୧ନଂ ସ୍ଥାନରେ ଥିବା ବେଳେ ୪ର୍ଥ ସ୍ଥାନକୁ ଖସିଛନ୍ତି ଅଧିନାୟକ ବାବର ଆଜମ। ୫ମ ସ୍ଥାନରେ ଦକ୍ଷିଣ ଆଫ୍ରିକାର ଏଡେନ ମାର୍କମ, ୬ଷ୍ଠରେ ଇଂଲଣ୍ଡର ଡାୱିଡ ମଲାନ, ୭ମରେ ଅଷ୍ଟ୍ରେଲିଆର ଆରୋନ ଫିଞ୍ଚ, ୮ମରେ ଶ୍ରୀଲଙ୍କାର ପଥୁମ ନିଶାଙ୍କା, ୯ମରେ ବିରାଟ କୋହଲି ଓ ୧୦ମରେ ୟୁଏଇର ମହମ୍ମଦ ୱାସିମ ରହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+