CC T20 World Cup: କେବେ ଓ କେଉଁଠି ଖେଳାଯିବ ପରବର୍ତ୍ତୀ ଟି -20 ବିଶ୍ୱକପ ? ଏହି ଦୁଇ ଦେଶ କରିବେ ଆୟୋଜନ
ICC T20 ବିଶ୍ୱକପ୍ 2026: ଆଇସିସି ଟି20 ବିଶ୍ୱକପ୍ ସରିଛି । ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଟିମ୍ ଇଣ୍ଡିଆ ଆଇସିସି ଟାଇଟଲ୍ ଜିତିଛି । ଏହା ପରେ ପରବର୍ତ୍ତୀ ଟି20 ବିଶ୍ୱକପ୍ କେବେ ହେବ ଏବଂ କେଉଁଠାରେ ଖେଳାଯିବ ତା ଉପରେ ଆରମ୍ଭ ହୋଇଛି ଚର୍ଚ୍ଚା ।

କେବେ ଖେଳାଯିବ ପରବର୍ତ୍ତୀ ଟି -20 ବିଶ୍ୱକପ?
ପରବର୍ତ୍ତୀ ଟି20 ବିଶ୍ୱକପ୍ 2 ବର୍ଷ ପରେ ଅର୍ଥାତ୍ 2026 ରେ ଖେଳାଯିବ । ଶ୍ରୀଲଙ୍କା ଏବଂ ଭାରତ ମିଳିତ ଭାବେ ଆଇସିସି ଟି -20 ବିଶ୍ୱକପ 2026 ଆୟୋଜନ କରିବେ । ପ୍ରଥମେ ଯୋଜନା ଥିଲା ଶ୍ରୀଲଙ୍କା ପୂରା ଟୁର୍ଣ୍ଣାମେଣ୍ଟ ଏକାକୀ ଆୟୋଜନ କରିବ । କିନ୍ତୁ ଦେଶରେ ଷ୍ଟାଡିୟମର ଅଭାବ ହେତୁ ପରେ ଭାରତ ସହ ମିଳିତ ଭାବେ ଏହି ପ୍ରତିଯୋଗିତା ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଛି ।
କେବେ ଆରମ୍ଭ ହେବ ଟି20 ବିଶ୍ୱକପ 2026 ?
ବର୍ତ୍ତମାନ ସୁଦ୍ଧା ଟୁର୍ଣ୍ଣାମେଣ୍ଟର ପ୍ରକୃତ ତାରିଖ ଆଇସିସି ଦ୍ୱାରା ପ୍ରକାଶ କରାଯାଇ ନାହିଁ । ତେବେ ଏହା ନିଶ୍ଚିତ ଯେ 2026 ଟି20 ବିଶ୍ୱକପରେ ମୋଟ 20 ଟି ଦଳ ଖେଳିବେ, ଯାହା ବର୍ତ୍ତମାନର ବିଶ୍ୱକପ ସହିତ ସମାନ । ଗ୍ରୁପ୍ ପର୍ଯ୍ୟାୟରେ ବାହାରିବା ସତ୍ତ୍ୱେ ଶ୍ରୀଲଙ୍କା ହୋଷ୍ଟ ଭାବରେ ସିଧାସଳଖ ଯୋଗ୍ୟତା ହାସଲ କରିଛି । ଭାରତ ବିଶ୍ୱକପ୍ 2024 ଜିତିଛି, ଯାହାକି ଡିଫେଣ୍ଡିଂ ଚାମ୍ପିଅନ୍ ଭାବରେ ପରବର୍ତ୍ତୀ ସଂସ୍କରଣରେ ସାମିଲ ରହିବ ।
-
ବ୍ରିଟେନକୁ ସିଧାସଳଖ ଚେତାବନୀ ଦେଲା ଇରାନ, କହିଲା ଆମେରିକାକୁ ସାହାଯ୍ୟ କରିବା ପଡ଼ିବ ମହଙ୍ଗା -
ମାର୍ଚ୍ଚ ଶେଷ ସପ୍ତାହରେ ପ୍ରଳୟ କରିବ କାଳବୈଶାଖୀ -
ଘରୋଇ ବସ୍ରେ ଅଗ୍ନିକାଣ୍ଡ, ବିଧାୟକ ମଙ୍ଗୁ ଖିଲଙ୍କ ସମେତ ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର -
ନାଟୋ'କୁ ଭୀରୁ କହି ବର୍ଷିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ -
ଓଡ଼ିଆ ଖାଦ୍ୟ ପଖାଳକୁ ମିଳିଲା ଅନ୍ତର୍ଜାତୀୟ ପରିଚୟ -
Zomatoରୁ ଖାଇବା ଅର୍ଡର କରିବା ହେଲା ମହଙ୍ଗା, ବଢ଼ିଲା ପ୍ଲାଟଫର୍ମ ଫିସ୍ -
ଆଜି ପବିତ୍ର ଇଦ୍-ଉଲ୍-ଫିତର୍, ଆଲିଙ୍ଗନ କରି ଜଣାଉଛନ୍ତି ଶୁଭେଚ୍ଛା





Click it and Unblock the Notifications