Get Updates
Get notified of breaking news, exclusive insights, and must-see stories!

ଜାରି ହେଲା ଆଇସିସି ଟ୍ବେଣ୍ଟି୨୦ ବ୍ୟାଟିଂମାନ୍ୟତା ; ୪ ବର୍ଷ ପରେ ୧୦ମ ସ୍ଥାନକୁ ଖସିଲେ ସୂର୍ଯ୍ୟକୁମାର

ଭାରତୀୟ ଟ୍ବେଣ୍ଟି୨୦ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଗତ କିଛି ମାସ ହେବ ଖରାପ ଫର୍ମ ଦେଇ ଗତି କରୁଛନ୍ତି। ଉକ୍ତ ପ୍ରଦର୍ଶନ ତାଙ୍କ କ୍ୟାରିୟର ମାନ୍ୟତା ଉପରେ ପ୍ରଭାବ ପକାଇଛି। ୪ ବର୍ଷ ପରେ ସୂର୍ଯ୍ୟକୁମାର ଆଇସିସି ଟ୍ବେଣ୍ଟି୨୦ ବ୍ୟାଟିଂମାନ୍ୟତାର ୧୦ମ ସ୍ଥାନକୁ ଖସି ଆସିଛନ୍ତି। ଆଇସିସି ପକ୍ଷରୁ ବୁଧବାର ପ୍ରକାଶିତ ଟ୍ବେଣ୍ଟି୨୦ ବ୍ୟାଟିଂ ମାନ୍ୟତାରେ ସୂର୍ଯ୍ୟକୁମାର ୧୦ତମ ସ୍ଥାନକୁ ଖସି ଆସିଛନ୍ତି। ସୂର୍ଯ୍ୟକୁମାର ଗୋଟିଏ ସ୍ଥାନ ତଳକୁ ଖସି ୧୦ତମ ସ୍ଥାନରେ ରହିଛନ୍ତି।

CC T20 batting rankings

ଦକ୍ଷିଣ ଆଫ୍ରିକା ବିପକ୍ଷ ଟ୍ବେଣ୍ଟି୨୦ ଶୃଙ୍ଖଳାରେ ସୂର୍ଯ୍ୟକୁମାର ବିଫଳ ହେବା ପରେ ମାନ୍ୟତାର ଗୋଟିଏ ସ୍ଥାନ ତଳକୁ ଖସି ଆସିଛନ୍ତି। ୨୦୨୩ର ସୂର୍ଯ୍ୟକୁମାର ୯୧୨ ରେଟିଂ ପଏଣ୍ଟ ସହ ଶୀର୍ଷ ସ୍ଥାନ ହାସଲ କରିଥିଲେ। ୨୦୨୫ରେ ସୂର୍ଯ୍ୟକୁମାର ୧୮ଟି ଇନିଂସରୁ ୨୧୩ରନ କରିଛନ୍ତି। ଭାରତୀୟ ଓପନର ଅଭିଷେକ ଶର୍ମା ଶୀର୍ଷ ସ୍ଥାନ ବଜାୟ ରଖିଥିବା ବେଳେ ଇଂଲଣ୍ଡର ଫିଲ ସଲ୍ଟ ଦ୍ବିତୀୟ,ଶ୍ରୀଲଙ୍କାର ପ୍ରଥୁମ ନିଶଙ୍କା ତୃତୀୟ, ଭାରତୀୟ ବ୍ୟାଟ୍‌ସମ୍ୟାନ ତିଳକ ବର୍ମା ୬ଷ୍ଠରୁ ଚତୁର୍ଥ ସ୍ଥାନକୁ ଉନ୍ନିତ ହୋଇଛନ୍ତି। ତିଳକ ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ୩ଟି ମ୍ୟାଚରେ ଗୋଟିଏ ଅର୍ଦ୍ଧଶତକ ସହ ୧୧୪ରନ କରିଛନ୍ତି। ଉକ୍ତ ପ୍ରଦର୍ଶନ ବଳରେ ତିଳକ ମାନ୍ୟତାର ଉପରକୁ ଉନ୍ନୀତ ହୋଇଛନ୍ତି।

ଇଂଲଣ୍ଡର ଜୋଶ ବଟ୍‌ଲର ପଞ୍ଚମ, ପାକିସ୍ତାନର ସାହିବଜାଦା ଫରହାନ ୬ଷ୍ଠ,ଅଷ୍ଟ୍ରେଲିଆର ଟ୍ରେଭିସ ହେଡ୍‌ ସପ୍ତମ, ମିଚେଲ ମାର୍ଶ ୮ମ ଓ ନ୍ୟୁଜିଲାଣ୍ଡର ଟିମ ସୈଫଟ ୯ତମ ସ୍ଥାନରେ ରହିଛନ୍ତି। ବୋଲିଂ ମାନ୍ୟତାରେ ଭାରତୀୟ ସ୍ପିନର ବରୁଣ ଚକ୍ରବର୍ତ୍ତୀ ଶୀର୍ଷ ସ୍ଥାନ ବଜାୟ ରଖିଥିବାବେଳେ ନ୍ୟୁଜିଲାଣ୍ଡର ଜ୍ୟାକବ ଡୁଫି ଦ୍ବିତୀୟ, ଆଫଗାନିସ୍ତାନର ରସିଦ ଖାନ ତୃତୀୟ, ପାକିସ୍ତାନର ଅବରାର ଅହମ୍ମଦ ଚତୁର୍ଥ, ଶ୍ରୀଲଙ୍କାର ୱାନିନ୍ଦୁ ହାସରଙ୍ଗା ପଞ୍ଚମ , ଇଂଲଣ୍ଡର ଆଦିଲ ରସିଦ ୬ଷ୍ଠ, ୱେଷ୍ଟଇଣ୍ଡିଜର ଆକେଲ ହୋସେନ ସପ୍ତମ, ବାଂଲାଦେଶର ମୁସ୍ତାଫିଜ୍ୟୁର ରେହମାନ ୮ମ, ଅଷ୍ଟ୍ରେଲିଆର ନାଥନ ଏଲିସ ୯ମ ଓ ଆଡାମ ଜାମ୍ପା ୧୦ତମ ସ୍ଥାନରେ ରହିଛନ୍ତି। ଭାରତୀୟ ଦ୍ରୁତ ବୋଲର ଅର୍ଶଦୀପ୍‌ ସିଂହ ୪ଟି ସ୍ଥାନ ଉପରକୁ ଉନ୍ନୀତ ହୋଇ ୧୬ତମ ସ୍ଥାନରେ ରହିଛନ୍ତି। ଅର୍ଶଦୀପ ଚଳିତ ଦକ୍ଷିଣ ଆଫ୍ରିକା ବିପକ୍ଷ ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ୩ଟି ମ୍ୟାଚରୁ ୪ଟି ୱିକେଟ ନେଇ ମାନ୍ୟତାର ଉପରକୁ ଉନ୍ନୀତ ହୋଇଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+