ଆଇସିସି ଟି-୨୦ ରାକିଂ; ଶ୍ରେଷ୍ଠ-୧୦ ବ୍ୟାଟର ତାଲିକାରେ ୩ ଭାରତୀୟ
ଜିମ୍ବାୱେ ବିପକ୍ଷରେ ଦମଦାର ଇନିଂସ ଖେଳିଥିବା ଯଶସ୍ୱୀ ଜୟସ୍ୱାଲଙ୍କୁ ଟି-୨୦ ରାକିଂରେ ବଡ ସଫଳତା ମିଳିଛି । ଆଇସିସି ପକ୍ଷରୁ ସଦ୍ୟ ଜାରି ହୋଇଥିବା ରାକିଂରେ ଭାରତୀୟ ବ୍ୟାଟର ଯଶସ୍ୱୀ ଜୟସ୍ୱାଲ ଓ ଶୁଭମନ ଗିଲଙ୍କୁ ଫାଇଦା ମିଳିଛି ।
ଟିମ୍ ଇଣ୍ଡିଆର ଏହି ଦୁଇ ଓପନର ଜିମ୍ବାୱେ ବିପକ୍ଷ ଟି-୨୦ ସିରିଜରେ ଦମଦାର ପ୍ରଦର୍ଶନ କରିଛନ୍ତି । ୫ ମ୍ୟାଚରୁ ଜୟସ୍ୱାଲ ୧୪୧ ରନ କରିବା ଆଇସିସି ଟି-୨୦ ଶ୍ରେଷ୍ଠ ୧୦ ବ୍ୟାଟରଙ୍କ ତାଲିକାର ୬ଷ୍ଠ ସ୍ଥାନକୁ ଉଠିଛନ୍ତି । ଆଇସିସିର ଶ୍ରେଷ୍ଠ-୧୦ ବ୍ୟାଟର ରାକିଂରେ ଟ୍ରାଭିସ ହେଡ୍ ୧ ନମ୍ବର ସ୍ଥାନରେ ଥିବା ବେଳେ ସୂର୍ଯ୍ୟକୁମାର ଯାଦବ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ।
ସେହିଭଳି ଜିମ୍ବାୱେ ବିପକ୍ଷ ସିରିଜରେ ଭାରତୀୟ ବ୍ୟାଟର ଭାବେ ସର୍ବାଧିକ ରନ୍ କରିଥିବା ଶୁଭମନ ଗିଲ ୩୬ଟି ସ୍ଥାନ ଉପରକୁ ଉଠି ୩୭ତମ ସ୍ଥାନରେ ପହଞ୍ଚିଛନ୍ତି । ଜିମ୍ବାୱେ ବିପକ୍ଷ ସିରିଜରେ ଗିଲ୍ ୧୭୦ ରନ୍ କରିଥିଲେ ।

ଶ୍ରେଷ୍ଠ ୧୦ ବ୍ୟାଟରଙ୍କ ତାଲିକାରେ ସୂର୍ଯ୍ୟକୁମାର ଯାଦବ ଦ୍ୱିତୀୟ ସ୍ଥାନରେ ଥିବା ବେଳେ ଜୟସ୍ୱାଲ ୬ଷ୍ଠ ଓ ଋତୁରାଜ ଗାଏକ୍ୱାର୍ଡ ଅଷ୍ଟମ ସ୍ଥାନରେ ରହିଛନ୍ତି । ସେହିଭଳି ଦିନିକିଆ ଓ ଟି-୨୦ରେ ଭାରତ ନମ୍ବର-୧ ଦଳ ଭାବେ ସ୍ଥାନ ବଜାୟ ରଖିଥିବା ବେଳେ ଟେଷ୍ଟରେ ଅଷ୍ଟ୍ରେଲିଆ ଏକ ନମ୍ବର ସ୍ଥାନରେ ରହିଛି ।
-
ଡାଲମାରୁ ବାହାରିଲା ସାପ, ଲୋକେ ଛାନିଆ, ସ୍ଵାସ୍ଥ୍ୟ ପରୀକ୍ଷା ପାଇଁ ୪୦ରୁ ଊର୍ଦ୍ଧ୍ବ ଲୋକଙ୍କ ଲମ୍ବା ଲାଇନ -
୨୪ ଘଣ୍ଟାରେ ବ୍ୟାକଫୁଟକୁ ଗଲେ ଟ୍ରମ୍ପ, ଏହି ଦେଶର ତୈଳ କିମ୍ବା ଗ୍ୟାସ ଉପରେ...... -
ଗ୍ରାହକଙ୍କ ପାଇଁ ଖୁସି ଖବର; ଏକାଥରକେ ଏତିକି ଟଙ୍କା କମିଲା ସୁନା ଦର -
ରିଲ୍ସ ନିଶା, ବୃଦ୍ଧ ବାପାଙ୍କୁ ବସ୍ତାରେ ବାନ୍ଧି କୋରିଅର୍ରେ ପାର୍ସଲ କଲା ଝିଅ -
ଭାରତ ପାକିସ୍ତାନ ମଧ୍ୟରେ ପରମାଣୁ ଯୁଦ୍ଧ ଆଶଙ୍କା ,' ପ୍ରକାଶ କଲା ଆମେରିକାର ଗୁଇନ୍ଦା ରିପୋର୍ଟ -
ଆସୁଛି କାଳବୈଶାଖୀ, ଝଡ଼ବର୍ଷା ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ -
LPG ସଙ୍କଟକୁ ନେଇ ବଡ଼ କଥା କହିଲେ ସରକାର,‘ଡୋରଷ୍ଟେପ... -
କାରଣ ଦର୍ଶାଅ ନୋଟିସ୍ର ଉତ୍ତର ରଖିଲେ ବିଜେଡିର ୬ ବିଧାୟକ, କହିଲେ ନୋଟିସ୍ ପ୍ରତ୍ୟାହାର କରନ୍ତୁ, ନଚେତ୍... -
ମୁଁ ଆମ ଦଳର ସୁପ୍ରିମୋ ନବୀନ ବାବୁଙ୍କ ନିର୍ଦ୍ଦେଶରେ ଭୋଟ୍ ଦେଇଛି; ସୁବାସିନୀ ଜେନା -
ଭୁବନେଶ୍ୱର CRP ଛକ ନିକଟ ମାର୍କେଟ୍ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ -
ଏମ୍ଏସ୍ ଧୋନିଙ୍କ ନାଁରେ ଥିବା କ୍ରିକେଟ ଷ୍ଟାଡିୟମ ସିଲ୍ -
ଆଜିଠୁ ମାଟ୍ରିକ୍ ଖାତାଦେଖା, ମେରେ ରେଜଲ୍ଟ












Click it and Unblock the Notifications