ଆମେରିକା କ୍ରିକେଟ ସଂଘକୁ ସସ୍ପେଣ୍ଡ କଲା ଆଇସିସି
ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ୍ ତରଫରୁ ଆମେରିକା (ୟୁଏସ୍ଏ) କ୍ରିକେଟ୍ ସଂଘକୁ ବଡ଼ ଝଟକା ଲାଗିଛି । ଆଇସିସି ଆମେରିକା କ୍ରିକେଟ ସଂଘକୁ ସସ୍ପେଣ୍ଡ କରିଛି । ପ୍ରଶାସନିକ ପରିଚାଳନାରେ ଅସନ୍ତୋଷ ପ୍ରକାଶ କରି ଆଇସିସି ଏଭଳି ନିଷ୍ପତ୍ତି ନେଇଛି ।

୨୦୨୮ ଅଲିମ୍ପିକ୍ସରେ କ୍ରିକେଟ୍ ସାମିଲ ହୋଇଛି । ତା'ପୂର୍ବରୁ ୟୁଏସଏ କ୍ରିକେଟ୍ ସଂଘରେ ପରିଚାଳନା ଗତ ସ୍ୱଚ୍ଛତା ଆଣିବା ନେଇ ଏଭଳି ପଦକ୍ଷେପ ନିଆଯାଇଛି ।
୨୦୨୪ ଟି-୨୦ ବିଶ୍ୱକପରେ ପାକିସ୍ତାନକୁ ପରାସ୍ତ କରି ଜବରଦସ୍ତ ଅଭିଯାନ ଆରମ୍ଭ କରିଥିବା ଆମେରିକା ଦଳକୁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC)ଏକ ବଡ଼ ଝଟକା ଦେଇଛି । ବୋର୍ଡ ତୁରନ୍ତ ପ୍ରଭାବରୁ ଏହାର ସଦସ୍ୟତାକୁ ବାସନ୍ଦ କରିଛି ।
ସେପ୍ଟେମ୍ବର ୨୩ରେ ଏକ ଭର୍ଚୁଆଲ୍ ବୋର୍ଡ ବୈଠକରେ ଆଇସିସି ଏହି ନିଷ୍ପତ୍ତି ନେଇଛି । ଏହି କାର୍ଯ୍ୟାନୁଷ୍ଠାନ ସତ୍ତ୍ୱେ ଦଳ ଆସନ୍ତାବର୍ଷ ଟି-୨୦ ବିଶ୍ୱକପରେ ଅଂଶଗ୍ରହଣ କରିବ । ଆଇସିସିର ଏହି ନିଷ୍ପତ୍ତି ଆମେରିକା କ୍ରିକେଟରେ ବଡ଼ ପରିବର୍ତ୍ତନ ଆଣିପାରେ ।
ଆସନ୍ତା ବର୍ଷ ଭାରତ ଓ ଶ୍ରୀଲଙ୍କା ଟି-୨୦ ବିଶ୍ୱକପ୍ ଆୟୋଜନ କରିବେ । ବିଶ୍ୱକପରେ ଆମେରିକାର ଖେଳିବାରେ କୌଣସି ଅସୁବିଧା ନାହିଁ ବୋଲି ଆଇସିସି ପକ୍ଷରୁ କୁହାଯାଇଛି ।
ଚଳିତ ବର୍ଷ ସିଙ୍ଗାପୁରରେ ଅନୁଷ୍ଠିତ ଏକ ବୈଠକରେ ଆଇସିସି ଏକ ବ୍ୟବସ୍ଥିତ ଢାଞ୍ଚା ପ୍ରସ୍ତୁତ କରିବାକୁ ୟୁଏସଏ କ୍ରିକେଟକୁ ୩ ମାସ ସମୟ ଦେଇଥିଲା । ୟୁଏସ୍ଏ କ୍ରିକେଟ ବୋର୍ଡ ଅଧ୍ୟକ୍ଷ ଭେନୁ ପିସିକେ କହିଛନ୍ତି ଯେ, ଆଇସିସି ଏପର୍ଯ୍ୟନ୍ତ ନିଲମ୍ବନ ସମ୍ପର୍କରେ ସେମାନଙ୍କ ସହିତ ଯୋଗାଯୋଗ କରିନାହିଁ । ତଥାପି, ଏହା ୨୦୨୮ ଲସ୍ ଆଞ୍ଜେଲସ୍ ଅଲିମ୍ପିକ୍ସରେ କ୍ରିକେଟ ଟୁର୍ଣ୍ଣାମେଣ୍ଟକୁ ପ୍ରଭାବିତ କରିବ ନାହିଁ । ଆୟୋଜକ ଭାବରେ, ୟୁଏସ୍ଏ କ୍ରିକେଟ ଦଳ ୨୦୨୮ ଅଲିମ୍ପିକ୍ସ ଗେମ୍ସରେ ଅଂଶଗ୍ରହଣ କରୁଥିବା ୬ଟି ଦଳ ମଧ୍ୟରୁ ଗୋଟିଏ ହୋଇପାରେ ।
ରିପୋର୍ଟ ଅନୁଯାୟୀ, ଆଇସିସି ସଦସ୍ୟ ଭାବରେ ବାରମ୍ବାର ଏହାର ଦାୟିତ୍ୱ ଉଲ୍ଲଂଘନ କରିବା ପାଇଁ ୟୁଏସଏ କ୍ରିକେଟ୍ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ତଥାପି, ଆଇସିସି ଆମେରିକା ଦଳକୁ ଏହାର ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିବାକୁ ଅନୁମତି ଦେଇଛି ।












Click it and Unblock the Notifications