'ଦ କିଙ୍ଗ ଇଜ୍ ବ୍ୟାକ୍'

ଅନ୍ତର୍ଜାତୀୟ କ୍ରିକେଟ ପରିଷଦ କୋହଲିଙ୍କ ଏହି ଇଂନିଷକୁ ସେଲିବ୍ରେଟ୍ କରି ଟ୍ବିଟର ଆକାଉଣ୍ଟରେ ସେୟାର କଲା ଫଟୋ ଦ କିଙ୍ଗ ଇଜ୍ ବ୍ୟାକ୍ ।

ମେଲବର୍ଣ୍ଣ: ବିଜୟ ଦେଲେ କୋହଲି । ପ୍ରରାଜୟର ପ୍ରତିଶୋଧ ନେଲା ଭାରତ । ରୋମାଞ୍ଚକର ମ୍ୟାଚରେ 4 ୱିକେଟରେ ବିଜୟ ହେଲା ଭାରତ । ଅନ୍ତର୍ଜାତୀୟ କ୍ରିକେଟ ପରିଷଦ କୋହଲିଙ୍କ ଏହି ଇଂନିଷକୁ ସେଲିବ୍ରେଟ୍ କରି ଟ୍ବିଟର ଆକାଉଣ୍ଟରେ ସେୟାର କଲା ଫଟୋ ଦ କିଙ୍ଗ ଇଜ୍ ବ୍ୟାକ୍ ।

Virat Kohli

53 ବଲରୁ ଅପରାଜିତ 82 ରନ ସହାୟତାରେ ଭାରତକୁ ବିଜୟ ଭେଟି ଦେଇଥିବା କୋହଲିଙ୍କ ଇନିଂସକୁ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ମଧ୍ୟ ପ୍ରଶଂସା ନକରି ରହି ପାରିନି । ଆଇସିସି ଟ୍ୱିଟ୍ କରି ଲେଖିଛନ୍ତି, 'ଦ କିଙ୍ଗ ଇଜ୍ ବ୍ୟାକ୍... ସଲାମ କର...ବିରାଟ କୋହଲି ... । ' ଏଥି ସହିତ ପ୍ରଶଂସକମାନେ ସୋସିଆଲ ମିଡିଆରେ ଭାରତ-ପାକିସ୍ଥାନ ମ୍ୟାଚ୍ ସମ୍ବନ୍ଧରେ ସମସ୍ତ ପ୍ରକାର ଟ୍ୱିଟ୍ ଏବଂ ମେମ୍ ସେୟାର କରୁଛନ୍ତି ।

ଟାର୍ଗେଟକୁ ଗୋଡ଼ାଇ ଭାରତୀୟ ଦଳର ଆରମ୍ଭ ଭଲ ନଥିଲା। ଦ୍ୱିତୀୟ ଓଭରରେ କେଏଲ ରାହୁଲ 8ଟି ବଲରୁ 4 ରନ୍ ସଂଗ୍ରହ କରି ନାସିମ ଶାହାଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ । ଏହା ପରେ ହରିସ୍ ରୌଫ ଭାରତକୁ ବଡ଼ ଝଟକା ଦେଇଥିଲେ। 7 ଟି ବଲରୁ 4 ରନ ସ୍କୋର କରିବା ପରେ ରୋହିତ ସ୍ଲିପ୍ସରେ ଧରା ପକାଇଥିଲେ । ଏଥିସହିତ ସୂର୍ଯ୍ୟକୁମାର ଯାଦବ 10 ବଲରୁ 15 ରନ୍ କରି ୱିକେଟ୍ କିପର ରିଜୱାନଙ୍କୁ କ୍ୟାଚ୍ ଦେଇଥିଲେ। ଏହା ପରେ ଅକ୍ଷାର ପଟେଲ 3 ବଲରୁ 2 ରନ୍ ସ୍କୋର କରିବା ପରେ ରନ ଆଉଟ୍ ହୋଇଥିଲେ।

Virat Kohli

ପରେ କୋହଲିଙ୍କ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭାଗୀଦାରି ଫଳରେ 15 ତମ ଓଭରରେ ଭାରତର ସ୍କୋର 100 ରନ୍ ପାର ହୋଇଥିଲା ।
ଫଳରେ ଦଳକୁ ଶେଷ 30 ବଲରେ 60 ରନ୍ ଆବଶ୍ୟକ ହୋଇଥିଲା । 16 ତମ ଓଭରରେ ବୋଲିଂ କରିବାକୁ ଆସିଥିଲେ ହାରିସ ରୌଫ । ସେ 6 ରନ ବ୍ୟ କରିଥିଲେ । 17 ତମ ଓଭରରେ ନାସିମ ମଧ୍ୟ 6 ରନ୍ ଦେଇଥିଲେ। ବର୍ତ୍ତମାନ 18 ଟି ବଲରୁ 48 ରନ୍ ଆବଶ୍ୟକ ଥିଲା । ଶାହିନ୍ ଆଫ୍ରିଦି 18 ତମ ଓଭରରେ ବୋଲିଂ କରିଥିଲେ। କୋହଲି ଓଭରରେ 3 ଚୌକା ମାରିଥିଲେ। ଓଭରରେ 17 ରନ୍ ସ୍କୋର କରାଯାଇଥିଲା। ବର୍ତ୍ତମାନ 12 ବଲରୁ 31 ରନ୍ ଆବଶ୍ୟକ ଥିଲା ।

19ତମ ଓଭର ଦ୍ରୁତ ବୋଲର ହରିଫ ରୌଫ ବୋଲିଂ କରିଥିଲେ। ପ୍ରଥମ 4ଟି ବଲରୁ ମାତ୍ର 3 ରନ୍ ଆସିଥିଲା। କୋହଲି 5ମ ବଲରେ ଗୋଟିଟି ଛକା ମାରିଥିଲେ। ସେ ପୁଣି ଶେଷ ବଲରୁ ଆଉ ଏକ ଛକା ମାରିଥିଲେ। ଏବେ ଭାରତକୁ 6 ଟି ବଲରେ 16 ରନ୍ ସ୍କୋର ଆବଶ୍ୟକ ଥିଲା । ଏହି ଓଭରକୁ ବାମହାତୀ ସ୍ପିନର ମହମ୍ମଦ ନୱାଜ ବୋଲିଂ କରିଥିଲେ। ପାଣ୍ଡ୍ୟା ପ୍ରଥମ ବଲରେ ଆଉଟ୍ ହୋଇଥିଲେ। ସେ 37 ବଲରୁ 40 ରନ୍ ସଂଗ୍ରହ କରିଥିଲେ।

ଦ୍ୱିତୀୟ ବଲରେ ଦିନେଶ କାର୍ତ୍ତିକ ଏକ ରନ୍ ନେଇଥିଲେ। କୋହଲି ତୃତୀୟ ବଲରେ 2 ରନ୍ ନେଇଥିଲେ ଓ ଚତୁର୍ଥ ବଲକୁ ଛକା ମାରିଥିଲେ । ଯାହାକି ନୋ ବଲ ଥିଲା । ଫଳରେ ପ୍ରି ହିଟ୍ ପରବର୍ତ୍ତୀ ବଲରେ 3 ରନ ମିଳିଲା । ବର୍ତ୍ତମାନ 2 ଟି ବଲରୁ 2 ରନ୍ ସ୍କୋର କରିବାର ଥିଲା । କାର୍ତ୍ତିକ 5ମ ବଲରେ ଷ୍ଟମ୍ପ ଆଉଟ୍ ହୋଇଥିଲେ। ବର୍ତ୍ତମାନ ଗୋଟିଏ ବଲରୁ 2 ରନ୍ ଆବଶ୍ୟକ ଥିଲା । ନୱାଜ ପରବର୍ତ୍ତୀ ବଲ ଏକ ୱାଇଡ୍ ବଲ କରିଥିଲେ । ଶେଷ ବଲରୁ ଗୋଟିଏ ରନ୍ ନେଇ ଅଶ୍ୱିନ୍ ଦଳକୁ ବିଜୟ ପ୍ରଦାନ କରିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+