ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ଅବେଦନକୁ ଖାରଜ କଲା ICC, ଜାଣନ୍ତୁ କଣ ଘଟଣା

ଏସିଆ କପ୍‌ରେ ମ୍ୟାଚ୍‌ ପରେ ପାକିସ୍ତାନ ଖେଳାଳିଙ୍କ ସହ ଭାରତୀୟ ଖେଳାଳି ହାତ ମିଳାଇନଥିଲେ । ଏହାକୁ ନେଇ ପାକିସ୍ତାନ ଏସିଆ କପ୍‌ ୨୦୨୫ରୁ ବହିଷ୍କାର ଧମକ ଦେଇଥିଲା । ଭାରତ-ପାକିସ୍ତାନ ମ୍ୟାଚ୍‌ ରେଫ୍ରିଙ୍କୁ ହଟାଇବାକୁ ଅନ୍ତର୍ଜାତୀୟ କ୍ରିକେଟ୍‌ କାଉନସିଲ ନିକଟରେ ପାକିସ୍ତାନ କ୍ରିକେଟ୍‌ ବୋର୍ଡ ଆବେଦନ କରିଥିଲା । ହେଲେ ରେଫ୍ରିଙ୍କୁ ଏଣ୍ଡି ପାଇକ୍ରଫ୍‌ଟ୍‌କୁ ହଟାଇବାର ଯାଚିକାକୁ ପ୍ରତ୍ୟାଖ୍ୟାନ କରିଛି ଆଇସିସି । ଭାରତ-ପାକିସ୍ତାନ ମ୍ୟାଚ୍‌ ପରେ ହ୍ୟାଣ୍ଡସେକ୍‌ ନକରିବାକୁ ନେଇ ଚିହିଁକି ଉଠିଥିଲା ପାକିସ୍ତାନ ।

Pakistan

ପିସିବି ଆଇସିସିକୁ ଚିଠି ଲେଖି ପାଇକ୍ରଫ୍‌ଟ୍‌କୁ ରେଫରି ପ୍ୟାନେଲ୍‌ରୁ ବାହାର କରିବାକୁ ଦାବି କରିଥିଲା, କିନ୍ତୁ ଆଇସିସି ଏହାକୁ ଅସ୍ୱୀକାର କରିଛି । ରିପୋର୍ଟ ଅନୁଯାୟୀ, ପାଇକ୍ରଫ୍‌ଟ୍‌ର ଭୂମିକା ସାମାନ୍ୟ ଥିଲା ଏବଂ ସେ ଏସିସିର ନିର୍ଦ୍ଦେଶ ଅନୁଯାୟୀ କାର୍ଯ୍ୟ କରିଥିଲେ । ପ୍ରଶ୍ନ ଉଠୁଛି ପିସିବି ଆଇସିସି ପାଖରେ କାହିଁକି ଫେରାଦ ହେଲା ? ଏସିସିର ଅଧ୍ୟକ୍ଷ ମୋହସିନ୍‌ ନକଭି ଅଛନ୍ତି । ପାକିସ୍ତାନ ଆଉ ସୋସିଆଲ ମିଡିଆରେ ଚର୍ଚ୍ଚା ଚାଲିଛି ଯେ ଆଇସିସି ପିସିବିର ଅନୁରୋଧକୁ ପ୍ରତ୍ୟାଖାନ କରିବାର କାରଣ ହେଉଛନ୍ତି ଆଇସିସିର ଅଧ୍ୟକ୍ଷ ଜୟ ଶାହ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+