Get Updates
Get notified of breaking news, exclusive insights, and must-see stories!

ICC Ranking: ୧୦ ବର୍ଷ ପରେ ଟପ୍‌ ୨୦ରୁ ଖସିଲେ ବିରାଟ କୋହଲି

ଭାରତୀୟ ଟିମର ବିରିଷ୍ଠ ବ୍ୟାଟର ବିରାଟ କୋହଲି ଆଇସିସି ଟେଷ୍ଟ ବ୍ୟାଟିଂ ରାଙ୍କିଙ୍ଗରେ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛନ୍ତି। ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ବିରାଟଙ୍କ ବ୍ୟାଟ ଆଦୌ ଚାଲି ନଥିଲା। ତେଣୁ ବୁଧବାର ଆଇସିସି ଜାରି କରିଥିବା ବ୍ୟାଟିଂ ରାଙ୍କିଙ୍ଗରେ ବିରାଟ ୮ଟି ସ୍ଥାନ ତଳକୁ ଖସି ଯାଇଛନ୍ତି ।

ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ୩ଟି ଟେଷ୍ଟରେ ବିରାଟ କେବଳ ୯୩ ରନ କରିବାକୁ ସକ୍ଷମ ହୋଇଥିଲେ। ଏଥିପାଇଁ ସେ ଆଇସିସି ବ୍ୟାଟିଂ ରାଙ୍କିଙ୍ଗର ୨୨ତମ ସ୍ଥାନରେ ପହଞ୍ଚିଛନ୍ତି।

ବିରାଟ ଓ ଭାରତୀୟ ଟିମର ଅଧିନାୟକ ରୋହିତ ଶର୍ମା ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଫ୍ଲପ ହୋଇଥିଲେ। ଏଥିପାଇଁ ନ୍ୟୁଜିଲ୍ୟାଣ୍ଡ ଐତିହାସିକ ବିଜୟ ସହ ଭାରତକୁ ମୂଳପୋଛ କରି ୩-୦ରେ ସିରିଜ ଜିତିଥିଲା। ରୋହିତ ଶର୍ମା ରାଙ୍କିଙ୍ଗର ୨ଟି ସ୍ଥାନ ତଳକୁ ଖସି ୨୬ତମ ସ୍ଥାନରେ ରହିଛନ୍ତି।

Virat Kohli dropped

ବର୍ତ୍ତମାନ ବ୍ୟାଟିଂ ରାଙ୍କିଙ୍ଗର ୧ନଂ ସ୍ଥାନରେ ଇଂଲଣ୍ଡର ଜୋ ରୁଟ ରହିଛନ୍ତି। ସେ ପାକିସ୍ତାନ ବିପକ୍ଷରେ ଡବଲ ଟନ ହାସଲ କରିଥିଲେ। ରୁଟଙ୍କ ପଛକୁ କେନ ୱିଲିୟମସନ, ହ୍ୟାରୀ ବ୍ରୁକ, ଯଶସ୍ୱୀ ଜୈସୱାଲ ଓ ଷ୍ଟିଭ ସ୍ମିଥ ରହିଛନ୍ତି।

ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଏକାକୀ ସବୁ ମ୍ୟାଚ୍‌ରେ ଲଢ଼େଇ କରିଥିବା ଭାରତର ଋଷଭ ପନ୍ତଙ୍କ ରାଙ୍କିଙ୍ଗରେ ଉନ୍ନତି ଆସିଛି। ସେ ୫ଟି ସ୍ଥାନ ଉପରକୁ ଉଠି ରାଙ୍କିଙ୍ଗର ୬ଷ୍ଠ ସ୍ଥାନରେ ପହଞ୍ଚି ଯାଇଛନ୍ତି।

ଟପ୍‌ ୧୦ରେ ପନ୍ତ ଓ ଜୈସୱାଲ ଦୁଇ ଭାରତୀୟ ଭାବେ ରହିଛନ୍ତି। ଶୁବମନ ଗିଲ୍‌ ରାଙ୍କିଙ୍ଗର ୧୬ତମ ସ୍ଥାନରେ ରହିଛନ୍ତି। ଏହି ୩ ଜଣଙ୍କୁ ଛାଡ଼ି ଦେଲେ ବ୍ୟାଟିଂ ରାଙ୍କିଙ୍ଗର ଟପ୍‌ ୨୦ରେ କୌଣସି ଭାରତୀୟ ଖେଳାଳି ରହିବାକୁ ସକ୍ଷମ ହୋଇନାହାନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+